
ଭୁବନେଶ୍ବର: ମାତ୍ର ଦଶ ହଜାର ଟଙ୍କା ଦେଲେ ଆପଣ ଭୁବନେଶ୍ବରରୁ ଦୁବାଇ ଯାଇପାରିବେ। ଏହିପରି ଏକ ଅଫର ଦେଇଛି ଇଣ୍ଡିଗୋ ବିମାନ ସେବା। ଆଜିଠାରୁ ଆରମ୍ଭ ହେବ ଭୁବନେଶ୍ବର ଦୁବାଇ ବିମାନ ସେବା। ସେହି ପରିପ୍ରେକ୍ଷୀରେ ଇଣ୍ଡିଗୋ ତରଫରୁ ଏହି ଅଫର ଦିଆଯାଇଛି।ଏହି ଅଫର ମାତ୍ର କିଛିଦିନ ପାଇଁ ରହିଛି।
ଏହି ବିମାନଟି ଭୁବନେଶ୍ବରରୁ ସପ୍ତାହରେ ତିନିଦିନ ସୋମବାର, ବୁଧବାର ଏବଂ ଶୁକ୍ରବାରରେ ଚାଲିବ। ଦୁବାଇରୁ ଏହି ବିମାନଟି ପ୍ରତ୍ୟେକ ଥର ସ୍ଥାନୀୟ ସମୟ ଅନୁସାରେ ୧୧ଟା ୨୫ ମିନିଟରେ ଛାଡିବ। ସେହିପରି ଭୁବନେଶ୍ବରରେ ଏହି ବିମାନ ଅପରାହ୍ନ ୫ ଟା ୨୦ ମିନିଟରେ ପହଞ୍ଚିବ। ଭୁବନେଶ୍ବରରୁ ଏହା ୬ ଟା ୩୦ ମିନିଟରୁ ଛାଡିବ ଏବଂ ଦୁବାଇରେ ୯ ଟା ୪୫ ମିନିଟରେ ପହଞ୍ଚିବ।
ଆଜି ଏହି ବିମାନ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବାର କାର୍ୟ୍ୟକ୍ରମ ରହିଛି।