Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ପ୍ରସିଦ୍ଧ ଉଦୟଗିରି ଗୁମ୍ଫା ପରିଦର୍ଶନ କଲେ ଜି-୨୦ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ପ୍ରତିନିଧି
ଆଜିର ଖବର

ଭୁବନେଶ୍ୱରରେ ପ୍ରସିଦ୍ଧ ଉଦୟଗିରି ଗୁମ୍ଫା ପରିଦର୍ଶନ କଲେ ଜି-୨୦ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ପ୍ରତିନିଧି

May 18, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ‘‘ସଠିକ ଚିନ୍ତାଧାରା, ସଠିକ ସଂକଳ୍ପ ଏବଂ ସଠିକ କାର୍ଯ୍ୟାନୁଷ୍ଠାନ’’ ଭାରତକୁ ଉପଯୁକ୍ତ ସମ୍ମାନ ଦେଇପାରିବ ବୋଲି କହିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ। ଆଜି ଭୁବନେଶ୍ୱର ଠାରେ ଜି ୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱିତୀୟ ବୈଠକ ସମାପନ ହେବା ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀମତୀ .ଲେଖୀ ଏହି ବକ୍ତବ୍ୟ ରଖିଛନ୍ତି।

ଅମୃତ କାଳ ଅର୍ଥାତ୍‌ ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତକୁ ବିକାଶର ନୂତନ ଶିଖରକୁ ନେଇଯିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଦୋହରାଇ ଶ୍ରୀମତୀ ଲେଖୀ କହିଥିଲେ ଯେ, ଭାରତକୁ ନିଜର ହୃତଗୌରବ ଫେରି ପାଇବା ଲାଗି କଠିନ ପରିଶ୍ରମ କରିବାକୁ ହେବ। ସଂସ୍କୃତିର ସାମଞ୍ଜସ୍ୟପୂର୍ଣ୍ଣ ପ୍ରକୃତି ଉପରେ ରେଖାଙ୍କିତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ‘‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରିବା ଲାଗି ସମ୍ପର୍କ ସ୍ଥାପନର ଏକ ମାଧ୍ୟମ ହୋଇପାରିବ। ବିଶେଷ କରି ବିଶ୍ୱବ୍ୟାପୀ ଅଧିକ ଉତ୍ତେଜନା ଓ ଚାପ ଦେଖା ଦେଇଥିବା ସମୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସଂସ୍କୃତି ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ‘‘ସଂସ୍କୃତି ସମ୍ପର୍କ ଯୋଡ଼ିଥାଏ’’ ବୋଲି ମତବ୍ୟକ୍ତ କରିବା ସହିତ ସେ କହିଥିଲେ ଯେ ଜି-୨୦ ସଂସ୍କୃତିକ କାର୍ଯ୍ୟଗୋଷ୍ଠୀକୁ ପ୍ରଥମ ଥର ପାଇଁ ଏକ ଭିନ୍ନ ଗୋଷ୍ଠୀ ଭାବେ ଗଠନ କରାଯାଇଛି।

ଆମେ ଜି-୨୦ରେ ସଦଭାବ ଏବଂ ଶାନ୍ତିର କଥା କହୁଥିବା ସମୟରେ ସଂସ୍କୃତି ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି। ଓଡ଼ିଶା ବା ଉତ୍କଳ ରାଜ୍ୟରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜନକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଉତ୍କଳ ବା ‘ଉତ୍କର୍ଷ କଳାର ଭୂମି’ ଓଡ଼ିଶା ନିଜର ସମୃଦ୍ଧଶାଳୀ କଳା ଓ ସଂସ୍କୃତି ପାଇଁ ପରିଚିତ। ଏଠାରେ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ।

ବିଦେଶାଗତ ଅତିଥିମାନେ ଭୁବନେଶ୍ୱର ଉପକଣ୍ଠରେ ଥିବା ଉଦୟଗିରି ଗୁମ୍ଫା ବୁଲି ଦେଖିବା ସମ୍ପର୍କରେ ପ୍ରଶ୍ନ କରାଯିବାରୁ ଶ୍ରୀମତୀ ଲେଖୀ କହିଥିଲେ ଯେ, ଏହା ପ୍ରତିନିଧିମାନଙ୍କ ପାଇଁ ଏକ ଜ୍ଞାନ ବିନିମୟ ଅନୁଭୂତି ଥିଲା। ସେମାନେ ପ୍ରାଚୀନ କାଳର କଳାସ୍ଥାପତ୍ୟ ଏବଂ ଓଡ଼ିଶାର ସଂସ୍କୃତିକୁ ଦେଖି ଅଭିଭୂତ ହୋଇଥିଲେ।

ଏଥିପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନିଜେ ବିଦେଶାଗତ ଅତିଥିମାନଙ୍କ ସହିତ ୨ହଜାର ବର୍ଷ ପୁରୁଣା ପ୍ରସିଦ୍ଧ ଉଦୟଗିରି ଗୁମ୍ଫା ବୁଲି ଦେଖିଥିଲେ। ସେମାନେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ଆଦର୍ଶ ପ୍ରତି ସମର୍ପିତ ଗାନ୍ଧୀ ଶାନ୍ତି କେନ୍ଦ୍ର ପରିଦର୍ଶନ କରିଥିଲେ।

ଏଥିସହିତ ଚାରି ଦିନିଆ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଶେଷ ହୋଇଛି। ବୈଠକ ଅବସରରେ ବିଭିନ୍ନ କାର୍ଯକ୍ରମ ଏବଂ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା।  ଦ୍ୱିତୀୟ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସେମାନେ ସଂସ୍କୃତି କ୍ଷେତ୍ରରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ଏକ ବାସ୍ତବବାଦୀ ଏବଂ କାର୍ଯ୍ୟ ଉନ୍ମୁଖୀ ସୁପାରିସ  କରିବା ଲାଗି ବ୍ୟାପକ ଆଲୋଚନା ତଥା ବିଚାରବିମର୍ଶ କରିଥିଲେ। ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକରେ ମୋଟ୍‌ ଦୁଇ ଦିନ ଧରି ଛଅଟି ଅଧିବେଶନରେ ଆଲୋଚନା ହୋଇଥିଲା। ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ୪ଟି ପ୍ରାଥମିକତା କ୍ଷେତ୍ର  : ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃପ୍ରତିଷ୍ଠା; ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ; ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନ; ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ ଉପରେ ଆଲୋଚନା କରାଯାଇଥିଲା।

ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକର ଅଂଶବିଶେଷ ସ୍ୱରୂପ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ – କଳାଭୂମି ପରିସରରେ ଆୟୋଜନ କରାଯାଇଥିଲା। ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ଗ୍ରହଣ କରାଯାଇଥିବା ଦ୍ୱିତୀୟ ପ୍ରାଥମିକତା – “ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ” ବିଷୟବସ୍ତୁକୁ ଆଧାର କରି ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ସେହିପରି ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରିଥାଏ’ ଶୀର୍ଷକ ବାର୍ତ୍ତା ନେଇ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳା ପ୍ରଦର୍ଶନ କରିଥିଲେ।

ଜି-୨୦ ଭୁବନେଶ୍ୱର ମୀନାକ୍ଷୀ ଲେଖୀ ସୁଦର୍ଶନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026
Latest News

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.