ଜଳୁଛି ଓଡିଶା, ଆଜି ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

Published: May 19, 2023, 10:39 pm IST

ଭୁବନେଶ୍ବର: ଆଜି ସାରା ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି। ବିଶେଷ କରି ପଶ୍ଚିମ ଓଡିଶାରେ ଏହାର ପ୍ରଭାବ ବ୍ୟାପକ ଦେଖାଦେଇଛି। ଏହି ଅଞ୍ଚଳରେ ସକାଳୁ ମଧ୍ୟ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଏହିପରି ପାଗ ଆହୁରି ଦୁଇଦିନ ପର‌୍ୟ୍ୟନ୍ତ ଲାଗି ରହିବ ବୋଲି କୁହାଯାଉଛି।

ତେବେ ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବଲାଙ୍ଗୀରର ତାପମାତ୍ରା ଆଜି ସର୍ବାଧିକ ରହିଛି। ଏହି ସହରର ତାପମାତ୍ର ୪୩.୭ ଡିଗ୍ରୀ ରହିଛି ବୋଲି ଜଣାପଡିଛି।

Related posts