କଟକ ଭୁବନେଶ୍ବରରେ ରେକର୍ଡ କଲା ତାତି, ଆହୁରି ଚାରିଦିନ କରିବ କଲବଲ

Published: May 23, 2023, 10:29 pm IST

ଭୁବନେଶ୍ବର: ଆଜି କଟକ ଭୁବନେଶ୍ବରରେ ରେକର୍ଡ ଭାଙ୍ଗିଲା ତାତି। ୪୦ଡ଼ିଗ୍ରୀ ଅତିକ୍ରମ କଲା ତାତି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆଜି ଭୁବନେଶ୍ବରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୨.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି କଟକରେ ମଧ୍ୟ ଆଜି ଦିନରେ ୪୧ ଡ଼ିଗ୍ରୀ ରେକର୍ଡ କରାଯାଇଛି।

ପାଣିପାଗ ବିଭାଗ ଅନୁସାରେ ଆଜି ବଲାଙ୍ଗୀରର ତାପମାତ୍ରା ରାଜ୍ୟରେ ସର୍ବାଧିକ ରହିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ୨୨ ଟି ସହରର ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ରହିଛି। ଏହିପରି ତାତି ଆହୁରି ୪ ଦିନ ଧରି ଲାଗିରହିବାର ସମ୍ଭାବନା ରହିଛି।

Related posts