Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯୟ ପାଇଁ ପ୍ରସ୍ତୁତି,ଖୋଲିଲା ନିୟନ୍ତ୍ରଣ କକ୍ଷ, ଜାରୀ ହେଲା ଟୋଲଫ୍ରି ନମ୍ବର
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯୟ ପାଇଁ ପ୍ରସ୍ତୁତି,ଖୋଲିଲା ନିୟନ୍ତ୍ରଣ କକ୍ଷ, ଜାରୀ ହେଲା ଟୋଲଫ୍ରି ନମ୍ବର

May 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Khordha
ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯୟ ପାଇଁ ପ୍ରସ୍ତୁତି,ଖୋଲିଲା ନିୟନ୍ତ୍ରଣ କକ୍ଷ, ଜାରୀ ହେଲା ଟୋଲଫ୍ରି ନମ୍ବର

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ସାଫଲ୍ୟ ମଣ୍ଡିତ ପ୍ରଧାନ ବୈଠକରେ ସ୍ୱାଗତ ଭାଷଣ ରଖିବା ସହ ବୈଠକ ପରିଚାଳନା ମଧ୍ୟ କରିଥିଲେ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲା ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଉକ୍ତ ବୈଠକରେ ପୂର୍ବ ଏଜେଣ୍ଡା ଅନୁସାରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପ୍ରଥମେ ବନ୍ୟା ବାତ୍ୟାର ମୁକାବିଲା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ଉପ -ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ଜିଲ୍ଲାର ସମସ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ, ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ମେ ମାସ ପ୍ରଥମ ଦିବସ ଠାରୁ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ଚାଲୁ ରହିବା ପାଇଁ ସ୍ଥିର କରାଇଥିବାର ଉପସ୍ଥାପନା କରାଯାଇଥିଲା। ଜିଲ୍ଲା ନିୟନ୍ତ୍ରଣ କକ୍ଷର ଫୋନ ନମ୍ବର ୦୬୭୫୫ ୨୨୦୦୦୨ ଏବଂ ଜରୁରୀ କାଳୀନ ଉପ -ବିଭାଗର ଟୋଲ ଫ୍ରି ନମ୍ବର ୧୦୭୭ ଙ୍କୁ ଜରୁରୀ କାଳୀନ ବାର୍ତ୍ତା ପ୍ରଦାନ କରାଯାଇପାରିବ ବୋଲି ତଥ୍ୟ ପ୍ରଦାନ କରାଯାଇଥିଲା।

ବର୍ଷାଜଳ ପରିମାପକ କେନ୍ଦ୍ର ମରାମତି ଓ ନିର୍ଦ୍ଦିଷ୍ଟ ସମୟରେ ବୃଷ୍ଟିପାତ ବିବରଣୀ ପ୍ରେରଣ ସମ୍ପର୍କ ରେ ଆଲୋଚନା କରାଯାଇଥିଲା। ସେହିପରି ବିଧାୟକ ମାନେ ରାଜୁଆ ଏବଂ ଶାଳିଆ ନଦୀ ବନ୍ଧ ବିଷୟରେ ବିଭିନ୍ନ ଯନ୍ତ୍ରୀମାନଙ୍କୁ ତାଗିଦ କରିଥିଲେ। ପୋତି ହୋଇ ଯାଇଥିବା ଡ୍ରେନେଜ ଗୁଡିକର ଖୋଳେଇ କରି ପରିଷ୍କାର କରାଯିବାକୁ ଗୁରୁତ୍ୱ ଦିଆଯାଇ ଥିଲା। ଚେକ ଡ୍ୟାମ ଗୁଡିକର ମରାମତି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା।

ଦୁର୍ବଳ ନଦୀବନ୍ଧ ଓ କେନାଲ ବନ୍ଧ ର ଯୁଗ୍ମ ତଦନ୍ତ ଓ ଜଳସେଚନ ବିଭାଗର ଅଧିକାରୀମାନେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ନେଇଥିବା ଆଗୁଆ ପଦକ୍ଷେପ ତଥା ଏଥି ପାଇଁ ଆବଶ୍ୟକ ଆର୍ଥିକ ଅନୁଦାନର ଆକଳନ କରାଯାଇଥିଲା। ବନ୍ୟା ଓ ବାତ୍ୟା ପ୍ରବଣ ଅଂଚଳରେ ୩୮୦ ଟି ଆଶ୍ରୟ ସ୍ଥଳ ଏବଂ ୫୦ ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ କରାଯାଇଥିବା ଏବଂ ଆଶ୍ରୟ ସ୍ଥଳୀ ଗୁଡିକୁ ଦିଆ ଯାଇଥିବା ଉପକରଣ ଗୁଡିକ ଯଥା ଆସ୍କାଲାଇଟ, ଚେନ ସ୍ୱ ଗୁଡିକ ନିକଟସ୍ଥ ଅଗ୍ନିଶମ ବିଭାଗକୁ ହସ୍ତାନ୍ତର, ଆଶ୍ରୟସ୍ଥଳୀରେ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଏବଂ ରନ୍ଧା ଖାଦ୍ୟ ଓ ପିଇବା ପାଣି ର ବ୍ୟବସ୍ଥା ପାଇଁ , ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଓ ପୌରାଞ୍ଚଳ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା ।

ଏହାଛଡା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ୮ଟି ପାୱାର ବୋଟ ମଧ୍ୟରୁ ୩ଟି ବାଲିପାଟଣା, ୨ଟି ବାଲିଅନ୍ତା, ୨ଟି ଖୋର୍ଦ୍ଧା ଏବଂ ୧ଟି ଜଟଣୀ ବ୍ଲକରେ କାର୍ଯ୍ୟକ୍ଷମ ଅବସ୍ଥାରେ ରଖାଯାଇଛି । ବନ୍ୟାଞ୍ଚଳରେ କୃଷି କାର୍ଯ୍ୟ ପାଇଁ ନିଆଯାଇଥିବା ଆଗୁ୍ଆ ପଦକ୍ଷେପ, ସ୍ୱାସ୍ଥ୍ୟ ବିଭାଗ, ପଶୁ ଚିକିତ୍ସା ବିଭାଗଙ୍କୁ ସତର୍କ ପଦକ୍ଷେପ, ରିଲିଫର ସୁପରିଚାଳନା ପାଇଁ ତାଲିମ ବ୍ୟବସ୍ଥା, ରିଲିଫ ଦଳଗଠନ, ସ୍ବେଛାସେବୀ ସଂଗଠନ ମାନଙ୍କର ଭୂମିକା, ଏନଡ଼ିଆରଏଫ ଏବଂ ଓଡ୍ରାଫ ଟିମକୁ ବିଡ଼ିଓମାନେ ଡିଜେଲ ଯୋଗାଇଦେବାକୁ ପରାମର୍ଶ ଦିଆଯାଇଥିଲା ।

ଉକ୍ତ ବୈଠକରେ ସିଡ଼ିଏମଓ ଡ଼ା. ଆର୍ତ୍ତବନ୍ଧୁ ନାୟକ , ଡ଼ିଏସଡବ୍ଲୁଓ, ଡିସିପିଓ ଵାଣିଶ୍ରୀ ପଟ୍ଟନାୟକ, ଏଆରଟିଓ ଅରବିନ୍ଦ ଚୌଧୁରୀ,ବିଡ଼ିଓ ଖିରାବ୍ଧି ତନୟା ସାହୁ, ଡ଼ିଆଇପିଆରଓ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ,ବିଭିନ୍ନ ବିଭାଗ ର ଅଧକାରୀ, କ୍ଷେତ୍ର ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ । ଡେପୁଟି କଲେକ୍ଟର ମମତା ସାହୁ ବୈଠକ ପରିଚାଳନାରେ ସାହାଯ୍ୟ କରିଥିଲେ ।

ଖୋର୍ଦ୍ଧା ଜିଲ୍ଲା ପ୍ରଶାନ୍ତ ଜଗଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.