Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁକ୍ତିଲାଭ କଲା ‘ଶଳା ବୁଢାର ବଦଲା’
ଆଜିର ଖବର

ମୁକ୍ତିଲାଭ କଲା ‘ଶଳା ବୁଢାର ବଦଲା’

May 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ତିରିଶିଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର “ଶଳା ବୁଢାର ବଦଲା”। ଭୁବନେଶ୍ୱରସ୍ଥିତ ସ୍ଵାତୀ ସିନେମା ହଲ୍ ରେ ଏହାର ପ୍ରିମିଅର ଶୋ’ ହୋଇଥିଲା।

ଏହି ପ୍ରିମିଅର ଶୋ’ ରେ ବହୁ କଳାକାର, ଓଡ଼ିଆ ସିନେ ପ୍ରେମୀ ଙ୍କ ସମେତ ସିନେମା ଜଗତର ଖ୍ୟାତନାମା ପ୍ରଯୋଜକ ଅକ୍ଷୟ ପରିଜା, ସୁଶାନ୍ତ ମିଶ୍ର,ସଚିକାନ୍ତ ଜେନା, ଵିନି ପଟ୍ଟନାୟକ,ଗଦାଧର ପୁଟ୍ଟି,ଶ୍ରୀଧର ମାର୍ଥା,ଜିତେଶ ପରିଡା,ସନଲିସା ପଟେଲ୍, ଦିଲ୍ଲୀପ ଶ୍ରୀଚନ୍ଦନ,ଅତିସ ରାଉତ, ଅଭିନେତା ପାର୍ଥ,ସ୍ବରାଜ,ଅଭିନେତ୍ରୀ ଅନନ୍ୟା,ବୈଶାଳୀ,ସସ୍ମିତା ପ୍ରମୁଖ ଯୋଗଦେଇ ସମ୍ପୂର୍ଣ୍ଣ ସିନେମା ଟି ଦେଖି ଉଚ୍ଚ ପ୍ରଶଂସା କରିଥିଲେ।

ଗର୍ବର କଥା ଯେ, ଏକ ଲମ୍ବା ସମୟ ଅବଧି ମଧ୍ୟରେ ଦେଶରେ ଦ୍ୱିତୀୟ ଟ୍ରାଇଲୋଜି ସିନେମା ଆମ ଓଡିଶାରେ ତିଆରି ହୋଇଛି ଓ ତାହା ହେଉଛି ଏକ ନିଆରା ଓ ହୃହୟସ୍ପର୍ଶୀ ସିନେମା ‘ଶଳା ବୁଢାର ବଦଲା’। ବହୁ ପୁରସ୍କାର ବିଜେତା ଓ ଲୁପ୍ତପ୍ରାୟ ସଂସ୍କୃତି ଓ ଲୋକସଂସ୍କୃତି କୁ ନେଇ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ନିର୍ମିତ ‘ଆଦିମ ବିଚାର’ ଓ ‘ଶଲା ବୁଢା’ ପରେ ଏହି ସିନେମା ହେଉଛି ଟ୍ରାଇଲୋଜିର ତୃତୀୟ ଅଧ୍ୟାୟ। ପ୍ରଥମ ଥର ପାଇଁ ପିତା ଓ ପୁତ୍ର ଅର୍ଥାତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ପ୍ରଯୋଜକ କୁମାର ସି. ଦେବ ମହାପାତ୍ର ଏକା ଥରକେ ଏହି ଫିଲ୍ମ ପାଇଁ ଜାତୀୟ ପୁରସ୍କାର ପାଇଥିଲେ। ସବୁଠାରୁ ବଡ଼ କଥା, ଏହି ଟ୍ରାଇଲୋଜିର ସଙ୍ଗୀତ ଜାତୀୟ ପୁରସ୍କାର ପାଇଥିଲା। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପଙ୍କଜ ଜାଲ୍।

ପ୍ରଥମରୁ ଜବରଦସ୍ତ ରେସପନ୍ସ ପାଇଥିବା ‘ଶଳା ବୁଢାର ବଦଲା’ ଦୁବାଇ ଏକ୍ସପୋ ୨୦୨୦ ରେ ୱାର୍ଲ୍ଡ ପ୍ରିମିୟର ହୋଇଥିଲା। ଉପସ୍ଥିତ ସିନେ ସମୀକ୍ଷକ ଙ୍କ କହିବା ଅନୁସାରେ ‘ଶଳା ବୁଢାର ବଦଲା’ ହେଉଛି ଏକ ଜଟିଳ ମାନବ ଭାବନା ଏବଂ ସମ୍ପର୍କର ଚିତ୍ର, ଯେଉଁଥିରେ ଅଛି ଭରପୁର କମେଡି ଓ ସୁସପେନ୍ସ। ଚଳଚ୍ଚିତ୍ର ଟି ଏକ ସରଳ ମାନବ ହୃଦୟର ମୂଲ୍ୟବୋଧକୁ ଆଲୋକିତ କରିଛି ଯେତେବେଳେ ଏକ ସମାଜ ମଧ୍ୟରେ ବିଶୃଙ୍ଖଳା, ଦ୍ୱନ୍ଦ୍ୱ ଏବଂ କ୍ରୋଧ ମଧ୍ୟରେ ମଧ୍ୟ ଏକ ସମ୍ପର୍କ ଗଢି ଉଠିଛି। ଲୁପ୍ତପ୍ରାୟ ସଂସ୍କୃତି ଓ ଲୋକ ସଂସ୍କୃତିକୁ ନେଇ ଏହି ଚଳଚ୍ଚିତ୍ର ରେ ପଶ୍ଚିମ ଓଡିଶାର ଜନଜୀବନକୁ ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇଥିବା ବେଳେ ସଙ୍ଗୀତ ଗୁଡିକ ବି ବେଶ୍ ହୃଦୟସ୍ପର୍ଶୀ ହୋଇଛି। ସ୍ବର୍ଗତଃ ଅଟଳ ବିହାରୀ ପଣ୍ଡା, ଚନ୍ଦନା ସିଂହ, ଲୋଚନି ବାଗ, ବିନ୍ଦୁ, ବୈରାଗୀ,ନେତ୍ରାନନ୍ଦ,ଜିତ୍,ମଣ୍ଟୁ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।

ଚଳଚ୍ଚିତ୍ର ର ସଙ୍ଗୀତ ବିତରଣ ଦାୟିତ୍ବ ଆମରା ମ୍ୟୁଜିକ ନେଇଥିବା ବେଳେ କେବଳ ଆମରା ମ୍ୟୁଜିକ ୟୁଟୁବ୍ ଚ୍ୟାନେଲ୍ ରେ ଗୀତଗୁଡିକ ଦର୍ଶକମାନେ ଦେଖି ପାରିବେ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ଓ ମିଡିଆ ପ୍ଲାନର ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

ଓଡିଆ ଚଳଚ୍ଚିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026

ଶଶୁର ଉପରକୁ ଗରମ ତେଲ ଫିଙ୍ଗିଲା ବୋହୁ

May 18, 2026

ରାସ୍ତା ମଝିରେ ମରଣାନ୍ତକ ଆକ୍ରମଣ

May 18, 2026
Latest News

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.