Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁରରେ ପୁଣି ଦନ୍ତା ହାତୀ ଆତଙ୍କ, ଜଣେ ମୃତ୍ୟୁ
ଆଜିର ଖବର

ରଣପୁରରେ ପୁଣି ଦନ୍ତା ହାତୀ ଆତଙ୍କ, ଜଣେ ମୃତ୍ୟୁ

May 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଜି ସକାଳୁ ରଣପୁର ବ୍ଲକ ମୟୁରଝାଲିଆ କମାଗୁରୁ ରାସ୍ତାରେ ଦନ୍ତାହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି। ଦନ୍ତାହାତୀ ଆକ୍ରମଣରେ ଜଣେଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତକ ଜଣଙ୍କ ନାଟିମ ଗ୍ରାମର ସତ୍ୟ ଵେହେରା (୫୬) ବୋଲି ଜଣାପଡିଛି।

ରଣପୁର ବ୍ଲକ ନରସିଂହପୁର ପଂଚାୟତ ଅଧିନସ୍ଥ ନାଟିମୀ ଗ୍ରାମର ୩ ଜଣ ବ୍ୟକ୍ତି ସତ୍ୟ ବେହେରା, ବୀର ଜେନା, ସଉରିଆ ଜେନା କମାଗୁରୁ ଗ୍ରାମକୁ ସାଇକେଲରେ କୁଅ ଖୋଳିବାକୁ ଯାଉଥିଲେ। ସାଇକେଲରେ ଯାଉଥିବା ବେଳେ କମାଗୁରୁ ଗ୍ରାମ ନିକଟରେ ହଠାତ୍ ଏକ ଦନ୍ତା ଜଙ୍ଗଲରୁ ବାହାରି ଆସିଥିଲା। ଦନ୍ତାକୁ ଦେଖି ୨ ଜଣ ଦୌଡି ପଳାଇବାକୁ ସମର୍ଥ ହୋଇଥିଲେ। ତେବେ ସତ୍ୟ ବେହେରା ଯାଇ ନ ପାରିଵାରୁ ସେଠାରେ ତାଙ୍କୁ ଦନ୍ତା ଦଳି ଦେଇଥିଲା। ଦନ୍ତା ଆକ୍ରମଣରେ ଘଟଣା ସ୍ଥଳରେ ହିଁ ସତ୍ୟ ବେହେରାଙ୍କର ମୃତ୍ୟୁ ହୋଇଥିଲା। ଏବେ ଘଟଣା ସ୍ଥଳରେ ମୃତ ଦେହ ପଡି ରହିଛି। ରିପୋର୍ଟ ଲେଖା ହେବା ସୁଧା କୌଣସି ବନ ବିଭାଗ ଅଧିକାରୀ ଘଟଣା ସ୍ଥଳକୁ ଯାଇନାହାନ୍ତି। ଫଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି।

ଏହି ପରି ଘଟଣା ରଣପୁର ଅଞ୍ଚଳରେ ବାରମ୍ବାର ଘଟୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆ ଯାଉ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି।  ଏକ ମାସ ମଧ୍ୟରେ ହାତୀ ଆକ୍ରମଣ ଜନିତ ତିନୋଟି ଘଟଣା ଘଟି ଲାଣି। ସେଥି ମଧ୍ୟରୁ ୨ ଟି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଅଦ୍ୟାବଧି ଡାକ୍ତରଖାନା ରେ ଚିକିତ୍ସା ହେଉଛନ୍ତି। ମହାତପଲ୍ଲା ପଞ୍ଚାୟତର ବାନ୍ଧପଲ୍ଲା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ସପ୍ତାହ ପୂର୍ବରୁ ଝାଡ଼ପଡା ଗ୍ରାମରେ ହାତୀ ଆକ୍ରମଣର ଶିକାର ହୋଇ ବର୍ତ୍ତମାନ ସେ ଭୁବନେଶ୍ୱର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ପୁଣି ନାଟିମ ଗ୍ରାମର ସତ୍ୟ ବେହେରା କାମ କୁ ଯାଉଥିବା ବେଳେ ମୟୁରଝାଲିଆ ଠାରେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ହୋଇ ଯାଇଛି। ତେଣୁ ବନ ବିଭାଗର କାର୍ଯ୍ୟ ଦକ୍ଷତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଟାଙ୍ଗୀ ରଣପୁର ଶ୍ରମିକଙ୍କ ମୃତ୍ୟୁ ହାତୀ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Latest News

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.