ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ସଂସଦ ଗୃହର ଉଦଘାଟନ କରିବେ। ବୈଦିକ ରୀତିନୀତିରେ ଏହାକୁ ଉଦ୍ଘାଟନ କରାଯିବ। ଉଦ୍ଘାଟନୀ ସମାରୋହ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ନୂତନ ସଂସଦ ଗୃହର ଉଦ୍ଘାଟନୀ ସମାରୋହକୁ ନେଇ ଦେଶରେ ଅନେକ କୌତୁହଳ ରହିଛି। ଏଥି ସହିତ ସଂସଦର ନୂତନ ଭବନର ଉଦଘାଟନକୁ ନେଇ ବଲିଉଡ ଜଗତର ଲୋକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି। ଏଠାରେ ଶାହରୁଖ ଖାନ ନୂଆ ସଂସଦ ଭବନର ଭିଡିଓ ସେୟାର କରି ଏକ ଟୁଇଟ୍ କରିଛନ୍ତି।
ନୂତନ ସଂସଦ ଭବନର ଉଦଘାଟନ ପୂର୍ବରୁ ବଲିଉଡ ଅଭିନେତା ଶାହରୁଖ ଖାନ ଟ୍ୱିଟ କରି କହିଛନ୍ତି ଯେ, ଆମ ସମ୍ବିଧାନକୁ ସମର୍ଥନ କରୁଥିବା, ଏହି ମହାନ ରାଷ୍ଟ୍ରର ପ୍ରତ୍ୟେକ ନାଗରିକଙ୍କୁ ପ୍ରତିନିଧିତ୍ୱ କରୁଥିବା ଏବଂ ଏଥିରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିବିଧତାକୁ ରକ୍ଷା କରିବା କେତେ ସୁନ୍ଦର ଅଟେ ଏହି ସଂସଦ ଭବନ। ନୂତନ ଭାରତ ପାଇଁ ଏକ ନୂତନ ସଂସଦ ଭବନ… ଭାରତର ଗର୍ବର ପୁରୁଣା ସ୍ୱପ୍ନ ସହିତ। ଜୟ ହିନ୍ଦ! #MyParliamentMyPride
ପ୍ରକାଶ ଯେ, ଟ୍ୱିଟ୍ କରିବାବେଳେ ଶାହରୁଖ ଖାନ ନୂତନ ସଂସଦ ଗୃହର ଭିଡିଓ ମଧ୍ୟ ସେୟାର କରିଛନ୍ତି। ଆହୁରି ମଧ୍ୟ କୌତୁହଳର ବିଷୟ ହେଉଛି, ସେ ନୂଆ ସଂସଦ ଗୃହ ସଂପର୍କରେ ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପ୍ରକାଶିତ #MyParliamentMyPride ହ୍ୟାସଟ୍ୟାଗ୍ ବ୍ୟବହାର କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପିଲକୁ ଧ୍ୟାନରେ ରଖି ଶାହରୁଖ ଖାନ ମଧ୍ୟ ଭିଡିଓରେ ନିଜର ‘ଭଏସ୍ ଓଭର’ ଦେଇଛନ୍ତି।
What a magnificent new home for the people who uphold our Constitution, represent every citizen of this great Nation and protect the diversity of her one People @narendramodi ji.
A new Parliament building for a New India but with the age old dream of Glory for India. Jai Hind!… pic.twitter.com/FjXFZwYk2T— Shah Rukh Khan (@iamsrk) May 27, 2023
ଶାହାରୁଖ ଖାନଙ୍କ ସହ ଅକ୍ଷୟ କୁମାର ତାଙ୍କ ସ୍ୱର ସହ ଭିଡିଓ ଟ୍ୱିଟ କରିଛନ୍ତି। ସେ କହିଛନ୍ତି ଯେ, “ନୂତନ ସଂସଦର ଚିତ୍ର ଦେଖି ମୁଁ ଏକ ଭିନ୍ନ ଆନନ୍ଦ ପାଇଛି। ମୋର ମନେ ଅଛି ଯେମୁଁ ଯେତେବେଳେ ଦିଲ୍ଲୀରେ ମୋର ପିତାମାତାଙ୍କ ସହ ରହୁଥିଲି ସେତେବେଳେ ମୁଁ ଇଣ୍ଡିଆ ଗେଟ୍ ଏବଂ ଏହାର ଆଖପାଖ ଅଞ୍ଚଳ ପରିଦର୍ଶନ କରୁଥିଲି, ଅଧିକାଂଶ ଅଟ୍ଟାଳିକା ବ୍ରିଟିଶ୍ ଦ୍ୱାରା ନିର୍ମିତ ହୋଇଥିଲା। ” ଏହା ହେଉଛି ଗଣତନ୍ତ୍ରର ମନ୍ଦିର। ଏହା ହେଉଛି ନୂତନ ଭାରତର ପରିଚୟ। ଏପରି ଭାରତ ଯାହା କେବଳ ସଂସ୍କୃତି ଓ ଐତିହ୍ୟର ଅଗ୍ରଭାଗରେ ନାହିଁ, ବରଂ ବର୍ତ୍ତମାନ ଏହାର ପ୍ରଗତି ଏବଂ ବିକାଶ ସହିତ ଆଗକୁ ବଢୁଛି। ଯେତେବେଳେ ଆପଣ ଏହି ସଂସଦ ଭବନ ଦେଖିବେ, ଆପଣ ନିଶ୍ଚୟ ମନେ ରଖିବ ଯେ ଆମ ଦେଶ କେଉଁଠାରେ ଥିଲା ଏବଂ ବର୍ତ୍ତମାନ ଏହା କେତେ ଆଗକୁ ଯାଇଛି। ଏଥିସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।
Proud to see this glorious new building of the Parliament. May this forever be an iconic symbol of India’s growth story. #MyParliamentMyPride pic.twitter.com/vcXfkBL1Qs
— Akshay Kumar (@akshaykumar) May 27, 2023
ଏହାପୂର୍ବରୁ ଟ୍ୱିଟରରେ ଭିଡିଓ ପୋଷ୍ଟ କରିବାବେଳେ ପିଏମ ମୋଦୀ ଲୋକଙ୍କୁ ‘ମୋ ସଂସଦ ମୋ ଗର୍ବ’ ହ୍ୟାସଟ୍ୟାଗ ବ୍ୟବହାର କରି ଏହି ଭିଡିଓକୁ ତାଙ୍କ ‘ଭଏସ୍ ଓଭର’ ସହିତ ସେୟାର କରିବାକୁ ଅନୁରୋଧ କରିଥିଲେ।