
ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ନୂତନ ପବିତ୍ର ସଂସଦ ଭବନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ବେଳେ ଆଜିର ଦିନ ନୂଆ ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସଂସଦ ଭବନର ଉଦଘାଟନ ସମାରୋହରେ ସାମିଲ ହେବା ସହ ଏଥିପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ସମର୍ପଣ କରାଯାଇଥିବା ନୂଆ ସଂସଦ ଭବନ ସମସ୍ତଙ୍କୁ ଗୌରବାନ୍ୱିତ କରୁଥିବା ଭଳି ସମୟ। ଆମର ସଂସ୍କୃତି, ସାମର୍ଥ୍ୟ ଓ ସଂକଳ୍ପ ଶକ୍ତିର ପ୍ରତୀକ ଲୋକତନ୍ତ୍ରର ଏହି ମନ୍ଦିର ଆମ ସମସ୍ତଙ୍କୁ କର୍ତ୍ତବ୍ୟ ପଥରେ ଚାଲିବା, ଜନ ଭାଗିଦାରୀ ସହିତ ଦେଶକୁ ନୂଆ ଉଚ୍ଚତାକୁ ନେବା ପାଇଁ ପ୍ରେରିତ କରୁଥିବ।