
ଭୁବନେଶ୍ୱର: ଆଜି ନବୀନ ପଟ୍ଟନାୟକଙ୍କ ସରକାରର ପଞ୍ଚମ ପାଳିର ଚତୁର୍ଥ ବର୍ଷ ଶେଷ ହେଉଛି। ଏହି ଉପଲକ୍ଷେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସଭା ଭବନରେ ଆରମ୍ଭ ହୋଇଛି । ଏହି ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ।
ଏଥିରେ ବିଭିନ୍ନ ବିଭାଗର ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବ ଉପରେ କ୍ୟାବିନେଟ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି। ତେବେ ପଞ୍ଚମ ପାଳିର ଚତୁର୍ଥ ବର୍ଷ ଶେଷ ହେଉଥିବାରୁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବ ବୋଲି ଆଶା କରାଯାଉଛି। ବିଶେଷକରି ରାଜ୍ୟ ସରକାରଙ୍କ ଫୋକସରେ ସବୁବେଳେ ଗରିବ କଲ୍ୟାଣ ରହିଥିବା ବେଳେ ଏନେଇ କିଛି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।