
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦେଶର ସମସ୍ତ ଏମ୍ସ ମଧ୍ୟରେ ଏମ୍ସ, ନାଗପୁର ଏନଏବିଏଚ ମାନ୍ୟତା ପାଇବାରେ ପ୍ରଥମ ହୋଇଥିବାରୁ ଏମ୍ସ, ନାଗପୁର ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।
ଏମ୍ସ ନାଗପୁରର ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଏହି ସଫଳତା ପାଇଁ @AIIMSNagpur ଟିମକୁ ଶୁଭେଚ୍ଛା। ଗୁଣବତ୍ତାସମ୍ପନ୍ନ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ଏହା ଏକ ମାନକ ସ୍ଥାପିତ କରିପାରିଛି।”