ସ୍ନାନ ମଣ୍ଡପରେ ତିନି ଠାକୁର, ସୁରକ୍ଷା ବ୍ୟବସ୍ଥା କଡାକଡି

Published: Jun 4, 2023, 9:47 am IST

ପୁରୀ: ଆଜି ତିନିଠାକୁରଙ୍କ ସ୍ନାନ ଉତ୍ସବ। ବର୍ତ୍ତମାନ ସକାଳୁ ପହଣ୍ଡି ବିଜେ ହୋଇ ତିନିଠାକୁର ସ୍ନାନ ମଣ୍ଡପରେ ବିଜେ କରିଛନ୍ତି। ଏହାପରେ 108 ଗରା ପାଣିରେ ଠାକୁରଙ୍କୁ ସ୍ନାନ କରାଯିବ। ଏହାପରେ ତିନିଠାକୁର ହାତୀ ବେଶରେ ସଜ୍ଜିତ ହେବେ। ଏହି ସ୍ନାନଯାତ୍ରା ଦେଖିବା ପାଇଁ ପୁରୀରେ ହଜାରହଜାର ଭକ୍ତଙ୍କର ସମାଗମ ହୋଇଛି।

ସ୍ନାନ ପରେ ତିନିଠାକରୁ ରାତିରେ ଅନସର ଘରେ ରହିବେ। ଠାକୁରଙ୍କୁ ଜ୍ବର ହେବାରୁ ତାଙ୍କୁ ବିଭିନ୍ନ ଚେରମୂଳି ଔଷଧରେ ଚିକିତ୍ସା କରାଯିବ। ଏଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ମହାପ୍ରଭୁଙ୍କୁ ସ୍ନାନ ଯାତ୍ରା ପାଇଁ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିନିଜଣ କମାଡାଣ୍ଟ, ୧୨ ଅତିରିକ୍ତ ଏସପି, ୨୨ ଡିଏସପି, ୫୯ ଇନ୍ସପେକ୍ଟର, ୨୯୧ ସବ୍ ଇନ୍ସପେକ୍ଟର, ୩୩୧ କନଷ୍ଟେବଳ ସହ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Related posts