Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ସ୍ନାନ ମଣ୍ଡପରେ ତିନି ଠାକୁର, ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ଆଜି ତିନିଠାକୁରଙ୍କ ସ୍ନାନ ଉତ୍ସବ। ବର୍ତ୍ତମାନ ସକାଳୁ ପହଣ୍ଡି ବିଜେ ହୋଇ ତିନିଠାକୁର ସ୍ନାନ ମଣ୍ଡପରେ ବିଜେ କରିଛନ୍ତି। ଏହାପରେ 108 ଗରା ପାଣିରେ ଠାକୁରଙ୍କୁ ସ୍ନାନ କରାଯିବ। ଏହାପରେ ତିନିଠାକୁର ହାତୀ ବେଶରେ ସଜ୍ଜିତ ହେବେ। ଏହି ସ୍ନାନଯାତ୍ରା ଦେଖିବା ପାଇଁ ପୁରୀରେ ହଜାରହଜାର ଭକ୍ତଙ୍କର ସମାଗମ ହୋଇଛି।

ସ୍ନାନ ପରେ ତିନିଠାକରୁ ରାତିରେ ଅନସର ଘରେ ରହିବେ। ଠାକୁରଙ୍କୁ ଜ୍ବର ହେବାରୁ ତାଙ୍କୁ ବିଭିନ୍ନ ଚେରମୂଳି ଔଷଧରେ ଚିକିତ୍ସା କରାଯିବ। ଏଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ମହାପ୍ରଭୁଙ୍କୁ ସ୍ନାନ ଯାତ୍ରା ପାଇଁ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିନିଜଣ କମାଡାଣ୍ଟ, ୧୨ ଅତିରିକ୍ତ ଏସପି, ୨୨ ଡିଏସପି, ୫୯ ଇନ୍ସପେକ୍ଟର, ୨୯୧ ସବ୍ ଇନ୍ସପେକ୍ଟର, ୩୩୧ କନଷ୍ଟେବଳ ସହ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଭକ୍ତଙ୍କ ପାଇଁ ଖୁସି ଖବର: ଚଳିତ ବର୍ଷ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବ ଶ୍ରଦ୍ଧାଳୁ

ପୁରୀ: ଆଜି ଭକ୍ତଙ୍କ ପାଇଁ ଖୁସି ଖବର ମିଳିଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। କରୋନା ଯୋଗୁଁ ସ୍ନାନ ଯାତ୍ରା ପାଇଁ କଟକଣା ଲାଗିଥିଲା। କିନ୍ତୁ ଚଳିତ ବର୍ଷ ସ୍ନାନ ଯାତ୍ରା ଦେଖିବା ପାଇଁ ଭକ୍ତମାନଙ୍କୁ ଅନୁମତି ମିଳିବ। ପୂର୍ବଭଳି ଭକ୍ତମାନେ ସ୍ନାନବେଦୀ ତଳ ରାସ୍ତା ଦେଇ ପ୍ରଦିକ୍ଷଣ କରିବା ସହ ହାତୀବେଶକୁ ସ୍ନାନବେଦୀ ଉପରେ ଚଢ଼ି ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯିବ।

ସେହିପରି ହାତୀ ବେଶ ପରେ ସ୍ନାନ ବେଦୀ ଉପରକୁ ଯାଇ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଶ୍ରୀବିଗ୍ରହମନଙ୍କୁ ଶ୍ରଦ୍ଧାଳୁମାନେ ସ୍ପର୍ଶ କରି ପାରିବେ ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ସ୍ନାନ କରିବା ପାଇଁ ସ୍ନାନମଣ୍ଡପରେ ବିଜେ କଲେ ଚର୍ତ୍ତୁଦ୍ଧାମୂର୍ତ୍ତି

ପୁରୀ, ଆଜି ହେଉଛି ପବିତ୍ର ସ୍ନାନଯାତ୍ରା ବା ସ୍ନାନ ପୂର୍ଣ୍ଣିମା। ଏହିଦିନ ପ୍ରଭୃ ଜଗନ୍ନାଥ ଭାଇ ଭଉଣୀଙ୍କୁ ଧରି ସ୍ନାନ ମଣ୍ଡପକୁ ବିଜେ କରି ସ୍ନାନ କରିଥାନ୍ତି। ଆଜି ରାତି 2 ଟା 30 ମିନଟରେ ପହଁଣ୍ଡି ଆରମ୍ଭ ହୋଇଥିଲା। 4ଟା ବେଳେ ପ୍ରଥମେ ମଦନମୋହନ ସ୍ନାନ ମଣ୍ଡପକୁ ବିଜେ କରିଥିଲେ। ଏହା ପରେ ନୂଆଲୁଗା ଲାଗି ଦିନ ୧୦ଟା, ଛେରାପହଁରା ଦିନ ୧୦ଟା ୩୦ , ହାତୀ ବେଶ- ୧୧ଟାରୁ ୧୨ ଟା ପଯ୍ୟନ୍ତ ଅନୁଷ୍ଠିତ ହେବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଗୁରୁବାରରେ ଶ୍ରୀଜୀୟୁଙ୍କୁ ସ୍ନାନଯାତ୍ରା, ବିଳମ୍ବିତ ରାତ୍ରୀରୁ ଆରମ୍ଭ ହେବ ନିତିକାନ୍ତି

ପୁରୀ, ଆସନ୍ତା ଗୁରୁବାର ୨୪ ତାରିଖରେ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ଏହି ଦିନ ଶ୍ରୀମନ୍ଦିରରୁ ତିନିଠାକୁର ରତ୍ନବେଦୀ ଛାଡି ସ୍ନାନମଣ୍ଡପକୁ ବିଜେ କରିବେ। ସେଠାରେ ସ୍ନାନ କରିବା ସହିତ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ତେବେ ଏଥର କରୋନା କଟକଣା ପାଇଁ ସାହଣ ମେଲା ହେବ ନାହିଁ।

ଚଳିତ ବର୍ଷ ବିଳମ୍ବିତ ରାତ୍ରୀରୁ ପ୍ରଭୃଙ୍କ ନିତିକାନ୍ତି ଆରମ୍ଭ ହେବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଜାରୀ କରାଯାଇଛି ସମୟ ନିର୍ଘଣ୍ଟ। ସେହି ଅନୁସାରେ

ଜୁନ ୨୪ ତାରିଖ ଗୁରୁବାର ସ୍ନାନଯାତ୍ରା ପୂଜା ନିତି ସମୟ

ପହଣ୍ଡି ବିଜେ- ରାତ୍ରୀ ୧ଟାରୁ ଭୋର ୪ଟା ପର‌୍ୟ୍ୟନ୍ତ

ମଙ୍ଗଳା ଆରତି- ଭୋର ୪ଟା ୩୦

ଜଳବିଜେ- ସକାଳ ୭ଟା ୩୦ ରୁ ୯ ଟା ୩୦

ନୂଆଲୁଗା ଲାଗି- ୧୦ଟା

ଛେରାପହଁରା- ୧୦ଟା ୩୦

ହାତୀ ବେଶ- ୧୧ଟାରୁ ୧୨ ଟା ପଯ୍ୟନ୍ତ

ସାହଣ ମେଲା- ଏଥର ହେବ ନାହିଁ

ବାହୁଡା ପହଁଣ୍ଡି- ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ

ମହାସ୍ନାନ- ରାତି ୧୦ଟା

Categories
ଆଜିର ଖବର ରାଜ୍ୟ ଖବର

ଆଜି ସ୍ନାନଯାତ୍ରା: ରତ୍ନ ସିଂହାସନରୁ ଓହ୍ଲାଇ ସ୍ନାନମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ଆଜି ମହାପ୍ରଭୁଙ୍କର ସ୍ନାନଯାତ୍ରା । ଘୋଷଯାତ୍ରାର ପ୍ରଥମ ପର୍ବ ହେଉଛି ସ୍ନାନ ଯାତ୍ରା । ରତ୍ନ ବେଦୀ ଛାଡି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରି ସାରିଛନ୍ତି । କରୋନା ମହାମାରୀ ଯୋଗୁ ସୀମିତ ସେବାୟତଙ୍କ ଉପସ୍ଥିତିରେ ସମ୍ପନ୍ନ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା ବିଧାନ । ଜଗତର ନାଥ ଜଗନ୍ନାଥ ପ୍ରଥମ ଥର ପାଇଁ ବିନା ଭକ୍ତଙ୍କ ଉପସ୍ଥିତିରେ ସ୍ନାନମଣ୍ଡପରେ ଉଭା ହୋଇଛନ୍ତି । ସ୍ନାନଯାତ୍ରା ପାଇଁ ବିଳମ୍ବିତ ରାତ୍ରିର ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ଧାଡି ପହଣ୍ଡିରେ ଆସି ବିଜେ ହୋଇଛନ୍ତି ଚତୁଦ୍ଧାମୂର୍ତ୍ତି ।

ନିର୍ଦ୍ଧାରିତ ସମୟ ଅନୁସାରେ ରାତି 1ଟା25ରେ ମଙ୍ଗଳାର୍ପଣ ନୀତି ସମ୍ପନ୍ନ 1ଟା40ରେ ପହଣ୍ଡି ଆରମ୍ଭ ହୋଇଥିଲା ଏହା 3ଟା 10ରେ ସରିଥିଲା । 3ଟା 40ରେ ମଦନମୋହନ ବିଜେ ହୋଇଥିଲେ । ଭୋର୍‌ 4ଟା 20ରେ ମଙ୍ଗଳ ଆଳତୀ ହୋଇଥିବାବେଳେ 4ଟା 35ରେ ମଇଲମ ଓ ତଡପଲାଗି ବିଧି ଅନୁଷ୍ଠିତ ହୋଇଥିଲା । ଭୋର୍‌ 4ଟା 50ରେ ମହାପ୍ରଭୁଙ୍କ ଅଧର ପୋଛା ନୀତି ସମ୍ପନ୍ନ ହୋଇଛି । 5.30ରେ ଅବକାଶ ନୀତି ହୋଇଥିବାବେଳେ 5.40ରେ ରୋଷହେମା, 5.55ରେ ବେଶ ଶେଷ।

ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କ ପବିତ୍ର ଜଳ ବିଜେ ନୀତି ଆରମ୍ଭ ହୋଇଛି । ସୁନା ଗୋସେଇଁଙ୍କ ଦ୍ବାରା ସୁନା କୂଆରୁ 108 ପବିତ୍ର ଜଳରେ ଆସି ସ୍ନାନ କରିବେ ଶ୍ରୀଜୀଉ ।ଶୀତଳା ମନ୍ଦିର ନିକଟ ସୁନା କୂଆରୁ ସୁନା ଗୋସେଇଁ ଜଳ ଆଣିଛନ୍ତି ।

ବଳଭ୍ରଦଙ୍କ ପାଇଁ 33 କୁମ୍ଭ ଜଳରେ ସ୍ନାନ କରୁଥିବାବେଳେ ମହାପ୍ରଭୁ ଜଗନ୍ନାଥ 35 କୁମ୍ଭ ଦେବୀ ସୁଭ୍ରଦା 22 କୁମ୍ଭ ଓ ସୁଦର୍ଶନ 18 କୁମ୍ଭ ଜଳରେ ସ୍ନାନ କରିବେ ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ ଲାଗୁ ହେବ 144 ଧାରା

ପୁରୀ : ପୁରୀରେ ଲାଗୁହେବ 144 ଧାରା । ସ୍ନାନ ଯାତ୍ରା ପାଇଁ ପୁରୀରେ ଜାରି ହେବ 144 ଧାରା । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଲୋକଙ୍କ ଆତଯାତ ରୋକିବାକୁ 144 ଜାରି ପାଇଁ ଯୋଜନା କରାଯାଇଛି । ଆସନ୍ତା 4 ତାରିଖ ରାତି 10ଟାରୁ ଏହି ଧାରା ଲାଗୁ କରାଯିବ।  ଏହା 6 ତାରିଖ ଦିନ 2ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ରହିଛି । ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନେଇ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।

କରୋନା ପାଇଁ ଅସମ୍ଭବ ଭିଡକୁ ଏଡାଇବା ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଉଛି। ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ରାଜ୍ୟରେ ଧାର୍ମିକ ଅନୁଷ୍ଠାନଗୁଡିକୁ ଜୁ୍ନ୍‌ 30 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି ।

ତେବେ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରାର ସିଧା ପ୍ରସାରଣ କରିବ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଏହାବ୍ୟତୀତ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

Categories
ଆଜିର ଖବର ଖେଳ

ବିନା ଭକ୍ତରେ ହେବ ସ୍ନାନଯାତ୍ରା ଓ ରଥଯାତ୍ରା !

ପୁରୀ : ଭକ୍ତ ବତ୍ସଳ ମହାପ୍ରଭୁ କାଳିଆ ଠାକୁର ଏଥର ବିନା ଭକ୍ତରେ କରିବେ ତାଙ୍କର ଯାତ୍ରା। ଭକ୍ତ ପ୍ରିୟ କଳା ରସିକ କଳାଠାକୁର ଏଥର ବିନା ଭକ୍ତରେ ଆସିବେ ସ୍ନାନମଣ୍ଡପକୁ ପୁଣି ଆସିବେ ବଡଦାଣ୍ଡକୁ । କରୋନା କଟକଣା ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାକୁ ଅନୁମତି ମିଳିଛି । ମାତ୍ର ଚଳିତ ଥର ସ୍ନାନ ଯାତ୍ରାରେ ଭକ୍ତଙ୍କ ଗହଣରେ ପ୍ରଭୁ ଆସିବେନି ବରଂ ଆସିବେ ସେହି ପଣ୍ଡାମାନଙ୍କ ଗହଣରେ ।

ଗ୍ରହଣ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ରଥଯାତ୍ରା ଓ ସ୍ନାନଯାତ୍ରା ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ନିଷ୍ପତ୍ତି ନେଇ କମିଟି ଅଧ୍ୟକ୍ଷ ଗଜପତି ମହାରାଜ ସୂଚନା ଦେଇଛନ୍ତି । ସ୍ନାନ ଯାତ୍ରା ବିଧିବିଧାନ ଅନୁସାରେ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବାବେଳେ କୌଣସି ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇପାରିବ ନାହିଁ । ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି ।  ସ୍ନାନଯାତ୍ରାରେ କୋଭିଡ୍‌ ଗାଇଡଲାଇନ୍‌କୁ ସେବକମାନେ ପାଳନ କରିବେ । କରୋନା ରିସ୍କ ଏଡାଇବା ପାଇଁ ସବୁ ବ୍ୟବସ୍ଥା କରାଯାଉଛ । ରଥଯାତ୍ରା ନେଇ ମଧ୍ୟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ବିଧି ଅନୁସାରେ ରଥଯାତ୍ରା କରିବାକୁ ପରିଚାଳନା ସମିତି ମତ ଦେଲା । ରଥଯାତ୍ରାରେ ସାଧାରଣ ଭକ୍ତଙ୍କ ଯୋଗଦାନ ଅନୁଚିତ ବୋଲି କୁହାଗଲା । ଅଧିକାରୀ, ପୋଲିସ୍‌, ସେବାୟତଙ୍କ ଦ୍ବାରା ରଥଯାତ୍ରା ହୋଇପାରିବ । 8ରୁ 10 ଲକ୍ଷ ଲୋକ ଏକାଠି ହେଲେ କରୋନା ପରିସ୍ଥିତି ବିଗିଡି ପାରେ । ତେଣୁ ସାଧାରଣ ଦର୍ଶନାର୍ଥୀଙ୍କ ବିନା ସମାଗମରେ ରଥଯାତ୍ରା ହୋଇପାରିବ । ରାଜ୍ୟ ସରକାର ଅନୁମତି ଦେଲେ ରଥଯାତ୍ରା ହୋଇପାରିବ ବୋଲି କହିଛନ୍ତି ଗଜପତି ମହାରାଜା ।

ପୁରୀକୁ ଯେମିତି ବାହାର ଲୋକ ଆସିବେନି, ସରକାର ସେନେଇ ବ୍ୟବସ୍ଥା କରିବେ । ସେହିପରି ବଡଦାଣ୍ଡକୁ ଯେମିତି ଲୋକ ନ ଆସିବେ, ସେ ନେଇ ସରକାର ବ୍ୟବସ୍ଥା କରିବେ। ଯଦି ସରକାର ବ୍ୟବସ୍ଥା କରିବେ, ତେବେ ରଥଯାତ୍ରା ସମ୍ଭବ ହୋଇପାରିବ । କେବଳ ରଥଯାତ୍ରା ଦିନ ନୁହେଁ, ନୀଳାଦ୍ରିବିଜେ ଯାଏ କଟକଣା ଜାରି ରହିବ ବୋଲି  ସୂଚନା ରହିଛି । ବିନା ଭକ୍ତରେ ରଥଯାତ୍ରା ସମ୍ଭବ ବୋଲି ପରିଚାଳନା କମିଟି ମତ ଦେଇଛି । ତେବେ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ଗଜପତି କହିଛନ୍ତି । ଯାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ ତାହାକୁ ପରିଚାଳନା କମିଟି ମାନିବେ ବୋଲି ସୂଚନା ଦେଇଛନ୍ତି ଗଜପତି । ତେବେ ଏହି ନିଷ୍ପତ୍ତି କେବଳ ଶ୍ରୀମନ୍ଦିର ପାଇଁ ବୋଲି କହିଛନ୍ତି ଗଜପତି । ସେହିପରି ବିଶ୍ବର ଅନ୍ୟ ଜଗନ୍ନାଥ ମନ୍ଦିର ପାଇଁ ନିଷ୍ପତ୍ତି ସେଠିକାର ପ୍ରଶାସନ ନେବ ବୋଲି କହିଛନ୍ତି ଗଜପତି ।

Categories
ଆଜିର ଖବର ରାଜ୍ୟ ଖବର

ସର୍ବନିମ୍ନ ସେବାୟତରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

ଭୁବନେଶ୍ବର : ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବାର ରାସ୍ତା ପ୍ରଶସ୍ତ ହୋଇଛି । ସର୍ବନିମ୍ନ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । 10 ଜଣ ନିୟୋଗ ପ୍ରତିନିଧିଙ୍କ ସହିତ ମନ୍ଦିର ପ୍ରଶାସନର ବୈଠକ ପରେ ଏହି ସୂଚନା ମିଳିଛି । ଆସନ୍ତା 2 5 ତାରିଖ ସୁଦ୍ଧା ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ତାଲିକା ପ୍ରଦାନ କରାଯିବାକୁ କୁହାଯାଇଛି । ତାଲିକାଭୁକ୍ତ ସେବାୟତ ମାନେ କେବଳ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତିରେ ଭାଗ ନେବେ । ଏହା ଫଳରେ କେବଳ ଉକ୍ତ ସେବାୟତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାର ଅନୁମତି ମିଳିବ ।