ଆଜି ସ୍ନାନଯାତ୍ରା: ରତ୍ନ ସିଂହାସନରୁ ଓହ୍ଲାଇ ସ୍ନାନମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

Published: Jun 5, 2020, 8:42 am IST

ପୁରୀ : ଆଜି ମହାପ୍ରଭୁଙ୍କର ସ୍ନାନଯାତ୍ରା । ଘୋଷଯାତ୍ରାର ପ୍ରଥମ ପର୍ବ ହେଉଛି ସ୍ନାନ ଯାତ୍ରା । ରତ୍ନ ବେଦୀ ଛାଡି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରି ସାରିଛନ୍ତି । କରୋନା ମହାମାରୀ ଯୋଗୁ ସୀମିତ ସେବାୟତଙ୍କ ଉପସ୍ଥିତିରେ ସମ୍ପନ୍ନ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା ବିଧାନ । ଜଗତର ନାଥ ଜଗନ୍ନାଥ ପ୍ରଥମ ଥର ପାଇଁ ବିନା ଭକ୍ତଙ୍କ ଉପସ୍ଥିତିରେ ସ୍ନାନମଣ୍ଡପରେ ଉଭା ହୋଇଛନ୍ତି । ସ୍ନାନଯାତ୍ରା ପାଇଁ ବିଳମ୍ବିତ ରାତ୍ରିର ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ଧାଡି ପହଣ୍ଡିରେ ଆସି ବିଜେ ହୋଇଛନ୍ତି ଚତୁଦ୍ଧାମୂର୍ତ୍ତି ।

ନିର୍ଦ୍ଧାରିତ ସମୟ ଅନୁସାରେ ରାତି 1ଟା25ରେ ମଙ୍ଗଳାର୍ପଣ ନୀତି ସମ୍ପନ୍ନ 1ଟା40ରେ ପହଣ୍ଡି ଆରମ୍ଭ ହୋଇଥିଲା ଏହା 3ଟା 10ରେ ସରିଥିଲା । 3ଟା 40ରେ ମଦନମୋହନ ବିଜେ ହୋଇଥିଲେ । ଭୋର୍‌ 4ଟା 20ରେ ମଙ୍ଗଳ ଆଳତୀ ହୋଇଥିବାବେଳେ 4ଟା 35ରେ ମଇଲମ ଓ ତଡପଲାଗି ବିଧି ଅନୁଷ୍ଠିତ ହୋଇଥିଲା । ଭୋର୍‌ 4ଟା 50ରେ ମହାପ୍ରଭୁଙ୍କ ଅଧର ପୋଛା ନୀତି ସମ୍ପନ୍ନ ହୋଇଛି । 5.30ରେ ଅବକାଶ ନୀତି ହୋଇଥିବାବେଳେ 5.40ରେ ରୋଷହେମା, 5.55ରେ ବେଶ ଶେଷ।

ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କ ପବିତ୍ର ଜଳ ବିଜେ ନୀତି ଆରମ୍ଭ ହୋଇଛି । ସୁନା ଗୋସେଇଁଙ୍କ ଦ୍ବାରା ସୁନା କୂଆରୁ 108 ପବିତ୍ର ଜଳରେ ଆସି ସ୍ନାନ କରିବେ ଶ୍ରୀଜୀଉ ।ଶୀତଳା ମନ୍ଦିର ନିକଟ ସୁନା କୂଆରୁ ସୁନା ଗୋସେଇଁ ଜଳ ଆଣିଛନ୍ତି ।

ବଳଭ୍ରଦଙ୍କ ପାଇଁ 33 କୁମ୍ଭ ଜଳରେ ସ୍ନାନ କରୁଥିବାବେଳେ ମହାପ୍ରଭୁ ଜଗନ୍ନାଥ 35 କୁମ୍ଭ ଦେବୀ ସୁଭ୍ରଦା 22 କୁମ୍ଭ ଓ ସୁଦର୍ଶନ 18 କୁମ୍ଭ ଜଳରେ ସ୍ନାନ କରିବେ ।

Related posts