Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ସ୍ନାନଯାତ୍ରା: ରତ୍ନ ସିଂହାସନରୁ ଓହ୍ଲାଇ ସ୍ନାନମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି
ଆଜିର ଖବର

ଆଜି ସ୍ନାନଯାତ୍ରା: ରତ୍ନ ସିଂହାସନରୁ ଓହ୍ଲାଇ ସ୍ନାନମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

June 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ : ଆଜି ମହାପ୍ରଭୁଙ୍କର ସ୍ନାନଯାତ୍ରା । ଘୋଷଯାତ୍ରାର ପ୍ରଥମ ପର୍ବ ହେଉଛି ସ୍ନାନ ଯାତ୍ରା । ରତ୍ନ ବେଦୀ ଛାଡି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରି ସାରିଛନ୍ତି । କରୋନା ମହାମାରୀ ଯୋଗୁ ସୀମିତ ସେବାୟତଙ୍କ ଉପସ୍ଥିତିରେ ସମ୍ପନ୍ନ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା ବିଧାନ । ଜଗତର ନାଥ ଜଗନ୍ନାଥ ପ୍ରଥମ ଥର ପାଇଁ ବିନା ଭକ୍ତଙ୍କ ଉପସ୍ଥିତିରେ ସ୍ନାନମଣ୍ଡପରେ ଉଭା ହୋଇଛନ୍ତି । ସ୍ନାନଯାତ୍ରା ପାଇଁ ବିଳମ୍ବିତ ରାତ୍ରିର ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ଧାଡି ପହଣ୍ଡିରେ ଆସି ବିଜେ ହୋଇଛନ୍ତି ଚତୁଦ୍ଧାମୂର୍ତ୍ତି ।

ନିର୍ଦ୍ଧାରିତ ସମୟ ଅନୁସାରେ ରାତି 1ଟା25ରେ ମଙ୍ଗଳାର୍ପଣ ନୀତି ସମ୍ପନ୍ନ 1ଟା40ରେ ପହଣ୍ଡି ଆରମ୍ଭ ହୋଇଥିଲା ଏହା 3ଟା 10ରେ ସରିଥିଲା । 3ଟା 40ରେ ମଦନମୋହନ ବିଜେ ହୋଇଥିଲେ । ଭୋର୍‌ 4ଟା 20ରେ ମଙ୍ଗଳ ଆଳତୀ ହୋଇଥିବାବେଳେ 4ଟା 35ରେ ମଇଲମ ଓ ତଡପଲାଗି ବିଧି ଅନୁଷ୍ଠିତ ହୋଇଥିଲା । ଭୋର୍‌ 4ଟା 50ରେ ମହାପ୍ରଭୁଙ୍କ ଅଧର ପୋଛା ନୀତି ସମ୍ପନ୍ନ ହୋଇଛି । 5.30ରେ ଅବକାଶ ନୀତି ହୋଇଥିବାବେଳେ 5.40ରେ ରୋଷହେମା, 5.55ରେ ବେଶ ଶେଷ।

ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କ ପବିତ୍ର ଜଳ ବିଜେ ନୀତି ଆରମ୍ଭ ହୋଇଛି । ସୁନା ଗୋସେଇଁଙ୍କ ଦ୍ବାରା ସୁନା କୂଆରୁ 108 ପବିତ୍ର ଜଳରେ ଆସି ସ୍ନାନ କରିବେ ଶ୍ରୀଜୀଉ ।ଶୀତଳା ମନ୍ଦିର ନିକଟ ସୁନା କୂଆରୁ ସୁନା ଗୋସେଇଁ ଜଳ ଆଣିଛନ୍ତି ।

ବଳଭ୍ରଦଙ୍କ ପାଇଁ 33 କୁମ୍ଭ ଜଳରେ ସ୍ନାନ କରୁଥିବାବେଳେ ମହାପ୍ରଭୁ ଜଗନ୍ନାଥ 35 କୁମ୍ଭ ଦେବୀ ସୁଭ୍ରଦା 22 କୁମ୍ଭ ଓ ସୁଦର୍ଶନ 18 କୁମ୍ଭ ଜଳରେ ସ୍ନାନ କରିବେ ।

ଚତୁର୍ଦ୍ଧାମୂର୍ତ୍ତି ସ୍ନାନଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ପାର୍ବଣ ଋତୁରେ ମହଙ୍ଗା ହେବ ନାହିଁ ଚିନି; ବିକ୍ରୟ କୋଟା ବୃଦ୍ଧି କଲେ ସରକାର 

October 1, 2026

ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ: ଜାଣନ୍ତୁ ଦ୍ୱିତୀୟ ସ୍ଥାନରେ କିଏ?

October 1, 2026
Latest News

ଭାରସାମ୍ୟ ହରାଇ ଘାଟିରୁ ଖସିଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

October 1, 2026

ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

October 1, 2026

ପାର୍ବଣ ଋତୁରେ ମହଙ୍ଗା ହେବ ନାହିଁ ଚିନି; ବିକ୍ରୟ କୋଟା ବୃଦ୍ଧି କଲେ ସରକାର 

October 1, 2026

ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ: ଜାଣନ୍ତୁ ଦ୍ୱିତୀୟ ସ୍ଥାନରେ କିଏ?

October 1, 2026

“ନିର୍ଦ୍ଦେଶ କାହାର ଥିଲା?”: ଫର୍ମ-୬ ଉପରେ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କଲେ ରାହୁଲ ଗାନ୍ଧୀ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.