Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପାଇଁ ୧୦-ସୂତ୍ରୀ ରିଲିଫ୍ ପଦକ୍ଷେପ ଘୋଷଣା
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପାଇଁ ୧୦-ସୂତ୍ରୀ ରିଲିଫ୍ ପଦକ୍ଷେପ ଘୋଷଣା

June 6, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ/ ଭୁବନେଶ୍ୱର: ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ଲୋକମାନଙ୍କ ଲାଗି ରିଲାଏନ୍ସ ଫାଉଣ୍ଡେସନ ବିଭିନ୍ନ ପ୍ରକାର ରିଲିଫ୍ ପଦକ୍ଷେପ ଘୋଷଣା କରିଛି। ଛଅ ମାସ ପର୍ଯ୍ୟନ୍ତ ମାଗଣାରେ ରାସନ, ଆହତମାନଙ୍କୁ ଔଷଧ ଓ ଆବଶ୍ୟକ ସ୍ଥଳେ ଡାକ୍ତରଖାନାରେ ଚିକିତ୍ସା, ଆମ୍ବୁଲାନ୍ସକୁ ମାଗଣାରେ ଇନ୍ଧନ, ୧ ବର୍ଷ ପର୍ଯ୍ୟନ୍ତ ମାଗଣାରେ ମୋବାଇଲ୍ ସଂଯୋଗ ପ୍ରଦାନ ଏବଂ ଏହା ବ୍ୟତୀତ ଜିଓ ଓ ରିଲାଏନ୍ସ ରିଟେଲ୍ ଜରିଆରେ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ଘୋଷଣା କରାଯାଇଛି।

ରିଲାଏନ୍ସ ଫାଉଣ୍ଡେସନ (ଆର୍‌ଏଫ୍‌)ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି ଯେ, “ଅତ୍ୟନ୍ତ ଦୁଃଖ ଓ ଭାରି ହୃଦୟ ସହ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ମୁଁ ଓଡ଼ିଶାର ଦୁଃଖଦ ଟ୍ରେନ୍ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରଗୁଡ଼ିକୁ ମୋର ଗଭୀର ସମବେଦନା ଜଣାଉଛି। ଏହି ଦୁର୍ଘଟଣା ବିଷୟରେ ଜାଣିବା ପରେ କ୍ଷେତ୍ର ସ୍ଥଳରେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ଲାଗି ଆମର ସ୍ୱତନ୍ତ୍ର ବିପର୍ଯ୍ୟୟ ପରିଚାଳନା ଟିମ୍‌କୁ ତୁରନ୍ତ ମୂତୟନ କରାଯାଇଥିଲା। ଆମର ଟିମ୍ ଚବିଶ ଘଂଟା ଆହତମାନଙ୍କୁ ସହାୟତା ଓ ସହଯୋଗ ଜାରି ରଖିଛି।

ଏହି ଦୁଃଖଦ ଘଟଣାର କ୍ଷତିକୁ ଯଦିଓ ଆମେ ଭରଣା କରିପାରିବୁ ନାହିଁ, କିନ୍ତୁ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସେମାନଙ୍କ ଜୀବନକୁ ପୁଣି ଥରେ ଗଢ଼ି ତୋଳିବା ଓ ଭବିଷ୍ୟତ ଲାଗି ପ୍ରସ୍ତୁତ ରହିବାରେ ସାହାଯ୍ୟ କରିବା ଲାଗି ଆମେ ପୂର୍ଣ୍ଣ ପ୍ରତିବଦ୍ଧ ରହିଛୁ। ଏହି ଦୁର୍ଭାଗ୍ୟଜନକ ଘଟଣାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ପ୍ରତି ଆମର ଅତୁଟ ସମର୍ଥନ ପ୍ରଦାନ କରିବା ସହିତ ଏହାକୁ ଆମର ଏକମାତ୍ର ଲକ୍ଷ୍ୟ ଭାବେ ଗ୍ରହଣ କରି ଆମେ ୧୦-ସୂତ୍ରୀ କାର୍ଯ୍ୟକ୍ରମ ଘୋଷଣା କରିଛୁ। ଏହି କଠିନ ସମୟରେ ଆମ ଫାଉଣ୍ଡେସନ ଓ ବର୍ଦ୍ଧିତ ରିଲାଏନ୍ସ ପରିବାର ପ୍ରଭାବିତ ଲୋକମାନଙ୍କ ସହିତ ଏକଜୁଟ ହୋଇ ଠିଆ ହୋଇଛି ।’’

ରେଳ ଦୁର୍ଘଟଣାରେ ପ୍ରଭାବିତ ଲୋକମାନଙ୍କ ସହାୟତା ପାଇଁ ରିଲାଏନ୍ସ ଫାଉଣ୍ଡେସନର ୧୦-ସୂତ୍ରୀ ରିଲିଫ୍ ପଦକ୍ଷେପ ମଧ୍ୟରେ ରହିଛି:

ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟରେ ନିୟୋଜିତ ଆମ୍ବୁଲାନ୍ସଗୁଡ଼ିକୁ ଜିଓ-ବିପି ନେଟ୍‌ୱର୍କ ଜରିଆରେ ମାଗଣା ଇନ୍ଧନ

ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍‌ଗୁଡ଼ିକ ମାଧ୍ୟମରେ ପ୍ରିୟଜନଙ୍କୁ ହରାଇଥିବା ପ୍ରଭାବିତ ପରିବାରଗୁଡ଼ିକୁ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ମାଗଣାରେ ଅଟା, ଚିନି, ଡାଲି, ଚାଉଳ, ଲୁଣ ଏବଂ ଭୋଜନ ପ୍ରସ୍ତୁତି ଲାଗି ତେଲ ଇତ୍ୟାଦି ରାସନ ପ୍ରଦାନ କରାଯିବ

ଶୀଘ୍ର ଆରୋଗ୍ୟ ଲାଭ କରିବା ଲାଗି ଆହତମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସେମାନଙ୍କୁ ମାଗଣାରେ ଆବଶ୍ୟକ ଔଷଧ ପ୍ରଦାନ କରାଯିବ। ଦୁର୍ଘଟଣା ପାଇଁ ହସ୍ପିଟାଲ୍‌ରେ ଭର୍ତି ହୋଇଥିବା ଲୋକମାନଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା।

ଆବେଗିକ ଓ ମନୋବୈଜ୍ଞାନିକ ସହାୟତା ଲାଗି ପରାମର୍ଶ ସେବା

ଆବଶ୍ୟକତା ଅନୁଯାୟୀ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଜିଓ ଓ ରିଲାଏନ୍ସ ରିଟେଲ୍ ଜରିଆରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବ

ଦିବ୍ୟାଙ୍ଗ ଲୋକମାନଙ୍କୁ ହ୍ୱିଲ୍‌ଚେୟାର, କୃତ୍ରିମ ଅଙ୍ଗ ଭଳି ସହାୟତା ପ୍ରଦାନ କରିବା ଲାଗି ବ୍ୟବସ୍ଥା

ନୂଆ ନିଯୁକ୍ତି ସୁଯୋଗ ହାସଲ କରିବା ଲାଗି ପ୍ରଭାବିତ ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ଦକ୍ଷତା ତାଲିମ

ପରିବାରର ଏକମାତ୍ର ଆୟକାରୀ ସଦସ୍ୟଙ୍କୁ ହରାଇଥିବା ମହିଳାମାନଙ୍କ ପାଇଁ ମାଇକ୍ରୋଫାଇନାନ୍ସ ଓ ତାଲିମ ସୁଯୋଗ

ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇଥିବା ପ୍ରଭାବିତ ଗ୍ରାମୀଣ ପରିବାରଗୁଡ଼ିକୁ ବିକଳ୍ପ ଜୀବନଜୀବିକା ସହାୟତା ପ୍ରଦାନ କରିବା ଲାଗି ଗାଇ, ମଇଁଷି, ଛେଳି, କୁକୁଡ଼ା ଭଳି ପଶୁ ସମ୍ପଦ ପ୍ରଦାନ

ନିଜ ଜୀବନକୁ ପୁନର୍ବାର ଗଠନ କରିବାରେ ସହାୟତା ପ୍ରଦାନ କରିବା ଲାଗି ପ୍ରିୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାରଗୁଡ଼ିକର ଜଣେ ସଦସ୍ୟଙ୍କୁ ଏକ ବର୍ଷ ପାଇଁ ମାଗଣା ମୋବାଇଲ୍ ସଂଯୋଗ

ଦୁର୍ଘଟଣା ପରେ ରିଲାଏନ୍ସ ଫାଉଣ୍ଡେସନର ସ୍ୱତନ୍ତ୍ର ବିପର୍ଯ୍ୟୟ ପରିଚାଳନା ଟିମ୍ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି। ରିଲାଏନ୍ସ ଫାଉଣ୍ଡେସନ ଆହତମାନଙ୍କୁ ବାହାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଂଚାଇବା, ମାସ୍କ, ଗ୍ଲୋଭ୍‌ସ, ଓଆରଏସ୍‌, ବେଡ୍‌ସିଟ୍‌, ଖାଦ୍ୟସାମଗ୍ରୀ, ଆଲୋକ ବ୍ୟବସ୍ଥା କରିବା ଏବଂ ଉଦ୍ଧାର କାର୍ଯ୍ୟ ଲାଗି ଆବଶ୍ୟକ ଜରୁରୀ ଉପକରଣ ଯଥା ଗ୍ୟାସ୍ କଟର ଆଦି ତୁରନ୍ତ ଉପଲବ୍ଧ କରାଇଛି । ଉଦ୍ଧାର କାର୍ଯ୍ୟ ନିରବଚ୍ଛିନ୍ନ ଭାବେ ଜାରି ରହିବା ସୁନିଶ୍ଚିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ସ୍ୱଳ୍ପ ସମୟରେ ପ୍ରାୟ ୧୨୦୦ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରିଥିଲା। ଉଦ୍ଧାର କର୍ମୀ ଏବଂ ଦୁର୍ଘଟଣା ସ୍ଥଳକୁ ଆସିଥିବା ପ୍ରଭାବିତ ଲୋକଙ୍କ ପରିବାର ସଦସ୍ୟଙ୍କୁ ଏହି ଭୋଜନ ପ୍ରଦାନ କରାଯାଇଥିଲା ଏବଂ ପର୍ଯ୍ୟାପ୍ତ ପାନୀୟ ଜଳ ଉପଲବ୍ଧ କରାଯାଇଥିଲା।

ଓଡିଶା ଟ୍ରେନ୍ ଦୁର୍ଘଟଣା ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026

ରିପବ୍ଲିକାନ୍ ଶିବିରରେ ଫାଟ? ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

June 24, 2026

କଳିଙ୍ଗନଗରରେ ବଡ଼ ବିପଦର ସଙ୍କେତ! ଭିସିଆଇ କେମିକାଲସ୍‌ କାରଖାନାରେ ଅଗ୍ନିକାଣ୍ଡ, ପ୍ରଶ୍ନରେ ଶିଳ୍ପାଞ୍ଚଳର ସୁରକ୍ଷା ବ୍ୟବସ୍ଥା

June 24, 2026
Latest News

ରାଫେଲ ମାମଲାରେ ପାକିସ୍ତାନର ପର୍ଦ୍ଦାଫାସ ପରେ ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କଲା ବିଜେପି

June 24, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.