ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରେ ପୁଣି ଅନୁପ୍ରବେଶକାରୀଙ୍କ ୧୫ ଘର ଭାଙ୍ଗିଲା ପ୍ରଶାସନ

Published: Jun 7, 2023, 9:00 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଝାଡଖଣ୍ଡ ଅନୁପ୍ରବେଶକାରୀଙ୍କ ପ୍ରାଦୁର୍ଭାବ ଯୋଗୁଁ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି। ପୂର୍ବରୁ ମଧ୍ୟ ସେଇ ସଂରକ୍ଷିତ ଜଙ୍ଗଲରୁ ପ୍ରଶାସନ ଅନୁପ୍ରବେଶ କାରୀମାନଙ୍କୁ ହଟାଇଥିଲା। ଏବେ ପୁଣି ସେଇ ସଂରକ୍ଷିତ ଜଙ୍ଗଲକୁ ସେମାନେ ପଦା କରି ବସତି ସ୍ଥାପନ କରିଥିବାରୁ ପ୍ରଶାସନ କୌଣସି ସୂତ୍ରରୁ ଖବର ପାଇ ଆଜି ଚଢ଼ଉ କରି ୧୫ ଘର ଭାଙ୍ଗି ଦେଇଥିବା ଜଣା ପଡ଼ିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ କିସିଣ୍ଡା ନିକଟସ୍ଥ ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରେ ଅନୁପ୍ରବେଶକାରୀମାନେ ଘର କରି ସେଠାରେ ଜଙ୍ଗଲକୁ ପଦା କରି ଚାଷ ଜମି କରିବା ଉଦ୍ଦେଶ୍ୟରେ ରହି ଆସୁଥିଲେ। ଆଜି ପ୍ରଶାସନ ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲକୁ ଯାଇ ୧୫ ଘର ଭାଙ୍ଗିଥିଲା ପ୍ରଶାସନ। ଏହି ଚଢ଼ଉରେ ରାଜସ୍ବ ବିଭାଗ, ବନବିଭାଗ, ପୋଲିସ୍ ପ୍ରଶାସନ ଆଦିର ବରିଷ୍ଠ ଅଧିକାରୀ ତଥା ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ୍ ହୋଇଥିଲେ।

ସୂଚନା ଥାଉକି ପୂର୍ବରୁ ବନ ବିଭାଗ ଚଢ଼ାଉ କରି ଅନେକ ଥର ଉଚ୍ଛେଦ କରିଥିବା ବେଳେ ଗତ ତା୦୯.୦୧.୨୨ରିଖରେ ୩୦ ଘର ଭାଙ୍ଗିଥିଲା ଏବଂ ୭୦ ଅନୁପ୍ରବେଶକାରୀଙ୍କୁ ହଟାଇଥିଲା। ବନ ବିଭାଗ ଦୀର୍ଘ ଦିନର ନୀରବତା ପରେ ପୁଣି ଏହି ଅନୁପ୍ରବେଶକାରୀଙ୍କ ବେଆଇନ ବସତି ସ୍ଥାପନ କରି ଥିବା ସ୍ଥାନ ଉପରେ ବନ ବିଭାଗ ପୁଣି ଥରେ ଅଣ୍ଟା ଭିଡି ଉଚ୍ଛେଦ ପ୍ରକ୍ରିୟାକୁ ତୀବ୍ରତର କରିଛି। ଏହାକୁ ନେଇ ଅଞ୍ଚଳବାସୀ ପୂର୍ବରୁ ଉପରିସ୍ଥ ବନ ବିଭାଗ ଅଧିକାରୀ, ଉପଖଣ୍ଡ ଓ ଜିଲ୍ଲା ପ୍ରଶାସନ ପାଖରେ ଅନୁପ୍ରବେଶକାରୀ ଙ୍କୁ ହଟାଇବା ପାଇଁ ଲିଖିତ ଅଭିଯୋଗ କରି ରାଜପଥ ଅବରୋଧ, ଶୋଭାଯାତ୍ରା ଓ ଅନଶନ ଆଦି କାର୍ଯ୍ୟକ୍ରମ ହାତକୁ ନେଇ ବିରୋଧ କରିଥିଲେ। ଫଳରେ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ କରି କିଛି ଘରକୁ ଉଚ୍ଛେଦ କରିଥିଲେ। ତଥାପି ଅନୁପ୍ରବେଶ କାରୀ ମାନଙ୍କର ଅବାଧରେ ପ୍ରବେଶ କରିବା ପ୍ରଶାସନକୁ ଏକ ଚ୍ୟାଲେଞ ସ୍ରୁଷ୍ଟି କରିଛି।

Related posts