ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ ନ ଥିବା ଗାଡି ହେବ ଜବତ, ଜୁନ ୨୩ ରୁ ଧରପଗଡ

Published: Jun 8, 2023, 6:58 pm IST

ଭୁବନେଶ୍ବର: ଆପଣଙ୍କ ଗାଡିରେ HSRP ବା ହାଇ ସିକ୍ୟୁରିଟ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଲଗାଇ ନାହାଁନ୍ତି କି ? ତେବେ ଆଉ ଅପେକ୍ଷା କରନ୍ତୁ ନାହିଁ। ତୁରନ୍ତ ଏହି ପ୍ଲେଟ ଲଗାଇ ଦିଅନ୍ତୁ, ନଚେତ ଆପଣଙ୍କୁ ଅଯଥା ପାଞ୍ଚ ହଜାର ଟଙ୍କା ଜରିମାନ ଗଣିବାକୁ ପଡିବ। ସେଥିପାଇଁ ପରିବହନ ବିଭାଗ ତରଫରୁ ଏଇ ଜୁନ ୨୩ ତାରିଖରୁ ଧରପଗଡ ଆରମ୍ଭ କରିବାକୁ ଯାଉଛି।

ଯେଉଁମାନେ ବିନା HSRP ବା ହାଇ ସିକ୍ୟୁରିଟ ରେଜିଷ୍ଟ୍ରେସନ ପ୍ଲେଟ ନ ଲଗାଇଥିବେ ସେମାନଙ୍କୁ ରାସ୍ତା ଉପରେ ଚଢାଉ କରାଯିବ। କାରଣ ଏହି ନୂଆ ପ୍ଲେଟ ଲଗାଇବା ପାଇଁ ଯେଉଁ ଅବଧି ଦିଆଯାଇଥିଲା ତାହା ଗତ ଫେବୃୟାରୀ ୨୮ ତାରିଖରେ ଶେଷ ହୋଇଯାଇଛି।

ଏକ ପ୍ରେସ ବିଜ୍ଞପ୍ତିରେ ଅତିରିକ୍ତ ପରିବହନ କମିଶନର ତଥା ଇନଫୋର୍ସମେଣ୍ଟ ଅଧିକାରୀ ଶ୍ରୀ ଲାଲମୋହନ ସେଠୀ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେଥିରେ ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୪୦,୯୩,୬୦୮ ଗାଡିର ସ୍ଲଟ ବୁକିଂ ହୋଇଛି। ସେଥିମଧ୍ୟରୁ ୩୫,୮୭,୫୭୭ ଟି ଗାଡିରେ ଏହି ପ୍ଲେଟ ଲଗା ଯାଇଛି।

ଯଦି ଏହି ପ୍ଲେଟ ନ ଲଗାଇଥିବେ ତେବେ ଆଇନ ଅନୁସାରେ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଇ ଚାଲାଣ ଜାରୀ କରାଯିବ।

Related posts