ଭଗବାନ୍ ବିର୍ସା ମୁଣ୍ଡାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Published: Jun 9, 2023, 6:29 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ୍ ବିର୍ସା ମୁଣ୍ଡାଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଭଗବାନ୍ ବିର୍ସା ମୁଣ୍ଡା ଜୀଙ୍କୁ ତାଙ୍କ ପୂଣ୍ୟତିଥିରେ କୋଟି କୋଟି ପ୍ରଣାମ। ସେ ବିଦେଶୀ ଶାସନ ବିରୋଧରେ ସଂଗ୍ରାମରେ ନିଜର ସବୁକିଛି ବଳିଦାନ ଦେଇଛନ୍ତି। ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ତାଙ୍କର ସମର୍ପଣ ଏବଂ ସେବା ମନୋଭାବକୁ ଦେଶ ସର୍ବଦା ମନେ ରଖିବ।”

Related posts