ଆଜି ଦିନ ୧୧ଟା ବେଳକୁ ରାଜ୍ୟର ତାପମାତ୍ରା ୪୨ ଡିଗ୍ରୀ ଟପିଲା

Published: Jun 10, 2023, 12:37 pm IST

ଭୁବନେଶ୍ବର: ଗତକିଛି ଦିନ ଧରି ରାଜ୍ୟର ତାପମାତ୍ରା ବୃଦ୍ଧି ଘଟିବା ସହିତ ପ୍ରବଳ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହୋଇପଡିଲେଣି। ସକାଳୁ ଆଉ କେହି ଘରୁ ବାହାରିବାକୁ ଇଚ୍ଛା ପ୍ରକାଶ କରୁ ନାହିଁନ୍ତି। ଆଜି ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଦିନ ୧୧ଟା ବେଳକୁ ରାଜ୍ୟର ତାପମାତ୍ରା ୪୨ ଡିଗ୍ରୀ ଟପିସାରିଲାଣି।

ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା ହେଲା ସମ୍ବଲପୁର: ୪୨.୨ ଡିଗ୍ରୀ,  ଝାରସୁଗୁଡା: ୪୧.୬ ଡିଗ୍ରୀ, ହୀରାକୁଦ: ୪୧ ଡିଗ୍ରୀ,  କେନ୍ଦୁଝର: ୩୮.୨ ଡ୍ଗିରୀ, ଭୁବନେଶ୍ୱର: ୩୭.୨ ଡ୍ଗିରୀ,  ଗୋପାଳପୁର: ୩୫.୬ ଡିଗ୍ରୀ, ବାଲେଶ୍ୱର: ୩୪.୮ ଡିଗ୍ରୀ,  ପୁରୀ: ୩୪.୪ ଡିଗ୍ରୀ, ଚାନ୍ଦବାଲି: ୩୩.୨ ଡିଗ୍ରୀ, ପାରାଦୀପ: ୩୧.୮ ଡିଗ୍ରୀ ରହିଛି।

Related posts