ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ସରକାର ନିରନ୍ତର କାମ କରୁଛନ୍ତି: ପ୍ରଧାନମନ୍ତ୍ରୀ

Published: Jun 10, 2023, 8:54 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା’ମାନଙ୍କ ନିରାପଦ ମାତୃତ୍ୱ ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି।

ତୃଣମୂଳ ସ୍ତରରେ ଏଭଳି ପଦକ୍ଷେପ ବାବଦରେ ସାଂସଦ ରେଖା ବର୍ମାଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ବହୁତ ସନ୍ତୋଷଜନକ ସୂଚନା! ଦେଶବ୍ୟାପୀ ମା’ ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟର ଉତ୍ତମ ଯତ୍ନ ନେବା ଦିଗରେ ଆମ ସରକାର ନିରନ୍ତର ଉଦ୍ୟମ କରିଛନ୍ତି, ଯାହାର ପରିଣାମ ଉତ୍ସାହଜନକ।’

Related posts