ସକାଳୁ ଅସ୍ତବ୍ୟସ୍ତ କଲାଣି ଗରମ: ଅସହ୍ୟ ତାତିରେ ଜନଜୀବନ ପ୍ରଭାବିତ

Published: Jun 12, 2023, 10:51 am IST

ଭୁବନେଶ୍ଵର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୀଷଣ ଗରମ ଯୋଗୁଁ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଘରୁ ବାହାରିବା ଅସମ୍ଭବ ହୋଇପଡୁଛି। ଅସହ୍ୟ ତାତି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ସବୁ ଆଡ଼େ ଖାଁ ଖାଁ ଦେଖାଯାଉଛି। ଛୋଟ ପିଲା ଠାରୁ ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ କଲବଲ ହେଉଛନ୍ତି।

ତେବେ ଆଜି ସକାଳୁ ସକାଳୁ ଆହୁରି ଅସମ୍ଭାଳ ହୋଇପଡିଛି। ସକାଳ ୮.୩୦ ସୁଦ୍ଧା ରାଜ୍ୟର ଅନେକ ସହରର ତାପମାତ୍ରା ପାଖାପାଖି ୪୦ ଡିଗ୍ରୀରେ ପହଞ୍ଚିଛି। ଆଜି ସକାଳୁ ସବୁଠୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡାରେ ୩୭.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର  ୩୬.୬ ଡ଼ିଗ୍ରୀ, ହୀରାକୁଦ ୩୫.୪ ଡ଼ିଗ୍ରୀ, ଭୁବନେଶ୍ୱର ୩୫ ଡ଼ିଗ୍ରୀ, କେନ୍ଦୁଝର ୩୫ ଡ଼ିଗ୍ରୀ, ପୁରୀ ୩୪.୬ ଡ଼ିଗ୍ରୀ, ବାଲେଶ୍ୱର ୩୪.୨ ଡ଼ିଗ୍ରୀ,  ଚାନ୍ଦବାଲି ୩୪ ଡ଼ିଗ୍ରୀ, ପାରାଦୀପ ୩୨.୪ ଡ଼ିଗ୍ରୀ, ଗୋପାଳପୁର ୩୨.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି।

Related posts