Categories
ଆଜିର ଖବର ରାଜ୍ୟ ଖବର

ସକାଳୁ ଅସ୍ତବ୍ୟସ୍ତ କଲାଣି ଗରମ: ଅସହ୍ୟ ତାତିରେ ଜନଜୀବନ ପ୍ରଭାବିତ

ଭୁବନେଶ୍ଵର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୀଷଣ ଗରମ ଯୋଗୁଁ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଘରୁ ବାହାରିବା ଅସମ୍ଭବ ହୋଇପଡୁଛି। ଅସହ୍ୟ ତାତି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ସବୁ ଆଡ଼େ ଖାଁ ଖାଁ ଦେଖାଯାଉଛି। ଛୋଟ ପିଲା ଠାରୁ ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ କଲବଲ ହେଉଛନ୍ତି।

ତେବେ ଆଜି ସକାଳୁ ସକାଳୁ ଆହୁରି ଅସମ୍ଭାଳ ହୋଇପଡିଛି। ସକାଳ ୮.୩୦ ସୁଦ୍ଧା ରାଜ୍ୟର ଅନେକ ସହରର ତାପମାତ୍ରା ପାଖାପାଖି ୪୦ ଡିଗ୍ରୀରେ ପହଞ୍ଚିଛି। ଆଜି ସକାଳୁ ସବୁଠୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡାରେ ୩୭.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର  ୩୬.୬ ଡ଼ିଗ୍ରୀ, ହୀରାକୁଦ ୩୫.୪ ଡ଼ିଗ୍ରୀ, ଭୁବନେଶ୍ୱର ୩୫ ଡ଼ିଗ୍ରୀ, କେନ୍ଦୁଝର ୩୫ ଡ଼ିଗ୍ରୀ, ପୁରୀ ୩୪.୬ ଡ଼ିଗ୍ରୀ, ବାଲେଶ୍ୱର ୩୪.୨ ଡ଼ିଗ୍ରୀ,  ଚାନ୍ଦବାଲି ୩୪ ଡ଼ିଗ୍ରୀ, ପାରାଦୀପ ୩୨.୪ ଡ଼ିଗ୍ରୀ, ଗୋପାଳପୁର ୩୨.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ଜାଣନ୍ତୁ ସକାଳ ୧୧.୩୦ ସୁଦ୍ଧା କେତେ ରହିଛି ତାପମାତ୍ରା

ଭୁବନେଶ୍ଵର: ଆଜି ବି ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେଉଛି। ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜରୁରୀ କାମ ନଥିଲେ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଉଛି। ଜରୁରୀ କାମ ଥିଲେ ସାଥିରେ କଳା ଚଷମା, ଗାମୁଛା, ପାଣି ବୋତଲ ଇତ୍ୟାଦି ନେଇ ବାହାରକୁ ଯିବା ପାଇଁ କୁହାଯାଉଛି। ଘରୁ ବାହାରିବା ପୂର୍ବରୁ ପ୍ରଚୁର ପାଣି ପିଇବା ପାଇଁ ପରାମର୍ଶ ଦିଆଯାଉଛି।

ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ସକାଳ ୧୧.୩୦ ସୁଦ୍ଧା ରାଜ୍ୟର ମୁଖ୍ୟ ସହରଗୁଡିକରେ କେତେ ତାପମାତ୍ରା ରହିଛି, ତାହା ଟ୍ବିଟର ମାଧ୍ୟମରେ ସୂଚନା ଦିଆଯାଇଛି।

୧- ଝାରସୁଗୁଡା: ୩୯.୨

୨- ଡ଼ିଗ୍ରୀ ଭୁବନେଶ୍ୱର:୩୯.୦ ଡ଼ିଗ୍ରୀ

୩- କେନ୍ଦୁଝର: ୩୯.୦ ଡ଼ିଗ୍ରୀ

୪- ସମ୍ବଲପୁର: ୩୮.୨ଡ଼ିଗ୍ରୀ

୫- ଚାନ୍ଦବାଲି: ୩୭.୬ ଡ଼ିଗ୍ରୀ

୬- ବାଲେଶ୍ୱର: ୩୬.୮ ଡ଼ିଗ୍ରୀ

୭- ହୀରାକୁଦ: ୩୬.୪ ଡ଼ିଗ୍ରୀ

୮- ଗୋପାଳପୁର: ୩୫.୦ ଡ଼ିଗ୍ରୀ

୯- ପୁରୀ:୩୩.୪ ଡ଼ିଗ୍ରୀ

୧୦- ପାରାଦୀପ:୩୨.୪ ଡ଼ିଗ୍ରୀ

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଅସହ୍ୟ ତାତି: ଦିନ ୧୧ଟା ୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୮ ଡ଼ିଗ୍ରୀ

ଭୁବନେଶ୍ଵର: ଆଜି ମଧ୍ୟ ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେଉଛି। ରାସ୍ତା ଘାଟରେ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ଦିନ୧୧ଟା ୩୦ ସୁଦ୍ଧା ଭୁବନେଶ୍ଵର ରାଜଧାନୀରେ ୩୮ ଡ଼ିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ତାପମାତ୍ରା ୩୮.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଚାନ୍ଦବାଲିରେ ୩୮.୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୨ ଡ଼ିଗ୍ରୀ, ପୁରୀରେ ୩୮ ଡ଼ିଗ୍ରୀ, ସମ୍ବଲପୁରରେ ୩୭.୮ ଡ଼ିଗ୍ରୀ, ହୀରାକୁଦରେ ୩୭.୬ ଡ଼ିଗ୍ରୀ, ଗୋପାଳପୁରରେ ୩୭.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୭ ଡ଼ିଗ୍ରୀ ଏବଂ ପାରାଦ୍ୱୀପରେ ୩୪.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ସେଥିପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଜରୁରୀ ନଥିଲେ ଘରୁ ବାହାରକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି। ଅତ୍ୟାବଶ୍ୟକସ୍ଥଳେ କଳା ଚଷମା, ଗାମୁଛା, ପଣି ବୋତଲ ଇତ୍ୟାଦି ସାଥିରେ ଧରି ବାହାରକୁ ଯିବା ଲାଗି କୁହାଯାଇଛି।

ପ୍ରକାଶ ଥାଉ କି, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ଆଜି ଠାରୁ ୧୬ ତାରିଖ ଯାଏଁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ବିଶେଷ ଖବର ବ୍ୟବସାୟ

ଭୀଷଣ ଗରମ ମଧ୍ୟରେ ଏହି ତିନୋଟି ରାଜ୍ୟରେ ବଢିଲା ବିଜୁଳି ସଙ୍କଟ: ଶକ୍ତି ମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ପୁଣିଥରେ ଦେଶରେ ବିଦ୍ୟୁତ୍ ସଙ୍କଟ ଗଭୀର ହେବାରେ ଲାଗିଛି। ବାସ୍ତବରେ, କୋଇଲା ଆମଦାନୀ ମହଙ୍ଗା ହେବା ତିନୋଟି ରାଜ୍ୟରେ ବିଦ୍ୟୁତ୍ ଅଭାବ ଆଣିପାରେ।  ବିଶ୍ୱାସ କରାଯାଏ ଯେ, ଆଗାମୀ ଦିନରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ରାଜସ୍ଥାନରେ ବିଦ୍ୟୁତ ଅଭାବରୁ ସାଧାରଣ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ଏଥି ସହ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ ମଧ୍ୟ ଏହି ପ୍ରସଙ୍ଗରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ଶକ୍ତି ମନ୍ତ୍ରୀ କହିଛନ୍ତି ଯେ, ‘ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, ଆମେ ବିଦ୍ୟୁତର ଚାହିଦା ପୂରଣ କରିବୁ।’ ସଙ୍ଘିୟ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି ଯେ ପାୱାର ପ୍ଲାଣ୍ଟଗୁଡିକର ହାରାହାରି ୨୪ ଦିନର ଷ୍ଟକ୍ ଅଛି।

ଗୋଟିଏ ପଟେ ତିନୋଟି ରାଜ୍ୟରେ ବିଦ୍ୟୁତ୍ ଅଭାବ ହେବାର ଖବର ଥିବାବେଳେ ଅନ୍ୟ ପଟେ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୁଧବାର କହିଛନ୍ତି ଯେ, ଗତ ଆର୍ଥିକ ବର୍ଷରେ ୨୦୨୧-୨୨ ମସିହାରେ ଦେଶର କୋଇଲା ଉତ୍ପାଦନ ୮.୫ ପ୍ରତିଶତ ବୃଦ୍ଧି ପାଇ ୭୭୭୨ ମିଲିୟନ ଟନ୍ ସ୍ତରରେ ପହଞ୍ଚିଛି। କୋଇଲା ଅଭାବର ଖବରକୁ ଦୃଷ୍ଟିରେ ରଖି ତାଙ୍କ ବିବୃତ୍ତି ମହତ୍ତ୍ଵପୂର୍ଣ୍ଣ।

ଖବରରେ କୁହାଯାଇଛି ଯେ ଗ୍ରୀଷ୍ମ ଋତୁରେ ବିଦ୍ୟୁତର ଚାହିଦା ବଢିଥିବାରୁ କୋଇଲା ଅଭାବର ସଙ୍କଟ ଦେଖାଦେଇଛି। ଯୋଶୀ ଏକ ବିବୃତ୍ତିରେ କହିଛନ୍ତି ଯେ, ଦେଶର କୋଇଲା କ୍ଷେତ୍ର ଗତ ଆର୍ଥିକ ବର୍ଷରେ ୭୭୭.୨ ନିୟୁତ ଟନ୍ ରେକର୍ଡ ଉତ୍ପାଦନ କରିଛି। ପୂର୍ବ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନ ୭୧୬ ନିୟୁତ ଟନ୍ ଥିଲା।

ପଞ୍ଜାବର ଲୋକଙ୍କ ପାଇଁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତର ପ୍ରଥମ ଗ୍ୟାରେଣ୍ଟି ନିଶ୍ଚିତ କରିବାକୁ ଆପ୍ ସରକାର ପ୍ରସ୍ତୁତ। ଏହି ସମୟ ମଧ୍ୟରେ ପଞ୍ଜାବରେ କୋଇଲା ଅଭାବରୁ ରାଜ୍ୟରେ ବିଦ୍ୟୁତ କାଟ ହେବାର ଖବର ଆସିଛି। ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନ୍ ଲିମିଟେଡ୍ ପୂର୍ବରୁ ଆର୍ଥିକ ଚାପରେ ଅଛି, ତେଣୁ ପଞ୍ଜାବ ସରକାରଙ୍କୁ ରାଜ୍ୟର ବିଦ୍ୟୁତ୍ ଉପଯୋଗିତାକୁ ଅଧିକ ନଦେବା ପାଇଁ ଚିନ୍ତା କରିବାକୁ ପଡିବ। କାରଣ ଏହି ସମୟରେ ପଞ୍ଜାବରେ ବିଦ୍ୟୁତ୍ ସ୍ଥିତି ଅତ୍ୟନ୍ତ ଜଟିଳ ରହିଥିଲା ​​ଏବଂ ଚାରିଟି ଥର୍ମାଲ୍ ୟୁନିଟ୍ ବନ୍ଦ ରହିଲା, ଯାହାଫଳରେ ୧,୪୧୦ ମେଗାୱାଟ କ୍ଷତି ହେଲା।