Breaking News: ଆଜି ରାଜ୍ୟର ତାପମାତ୍ରା ୪୬ ଡିଗ୍ରୀ ଟପିଲା, ଭୁବନେଶ୍ବର ମଧ୍ୟ ଛାଡ ପାଇନି

Published: Jun 12, 2023, 8:40 pm IST

ଭୁବନେଶ୍ବର: ଆଜି ରାଜ୍ୟର ତାପମାତ୍ରା ୪୬ ଡିଗ୍ରୀ ଟପିଲା। ଯାହା ଏକ ରେକର୍ଡ ବୋଲି କହିବାକୁ ପଡିବ। କାରଣ ଏପରି ତାପମାତ୍ରା ପୂର୍ବର କେବେ ହୋଇ ନ ଥିଲା। ଆଜି ସମ୍ବଲପୁରର ତାପମାତ୍ରା ୪୬.୧ ଡିଗ୍ରୀ ରେକର୍ଡ କରାଯାଇଛି।

କେବଳ ସମ୍ବଲପୁର ନୁହେଁ ପଶ୍ଚିମ ଓଡିଶା ପୁରା ଜଳୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।ସେହିପରି ଆଜି ଭୁବନେଶ୍ବରରେ ମଧ୍ୟ ନାହିଁ ନ ଥିବା ତାପମାତ୍ର ଅନୁଭୂତ ହୋଇଛି। ଆଜି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୩ ଡ଼ିଗ୍ରୀ ରେକର୍ଡ କରାଯାଇଛି।

Related posts