୨୯ କ୍ବିଣ୍ଟାଲ କେନ୍ଦୁପତ୍ର ସହ ଟ୍ରକ୍ ଜବତ, ୨ ଗିରଫ ଜଣେ ଫେରାର୍

Published: Jun 12, 2023, 8:45 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ଦିନକୁ ରେଢ଼ାଖୋଲ ବନଖଣ୍ଡରେ କେନ୍ଦୁପତ୍ର ଚୋରା ବେପାରୀମାନେ ଅନାୟାସରେ କେନ୍ଦୁପତ୍ର ଚୋରାଚାଲାଣ କରୁଛନ୍ତି। ବନବିଭାଗ ଏହି ବେପାରୀମାନଙ୍କୁ ସବୁୁସମୟରେ ଧରିବାରେ ବିଫଳ ହେଉଛି।

ଆଜି ଭୋରରୁ ରେଢ଼ାଖୋଲ ବନଖଣ୍ଡ ସାଧୁମୁଣ୍ଡା ଅଂଚଳରୁ ବନବିଭାଗ ଚଢ଼ଉ କରି ୨୯ କ୍ବିଣ୍ଟାଲ କେନ୍ଦୁପତ୍ର ସହ ଏକ ଟ୍ରକ୍ କୁ ଜବତ କରିଛି। ଏଥିରେ ସଂପ୍ରୁକ୍ତି ଥିବା ୨ ଜଣ ଚୋରା ବେପାରୀକୁ ବନବିଭାଗ ଗିରଫ କରିଛି।

ବନବିଭାଗ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛି ଯେ, ଗତ କାଲି ରାତିରେ ବଡବାହାଳ ରେଞ ଅଂଚଳରୁ ଏକ ଟ୍ରକ୍ ରେ ( ଗାଡ଼ି ନଂଏଚ୍ ଆର୍ ୩୮ଏକ୍ସ ୭୯୦୦) ବୋଝେଇ ହୋଇ ଅନୁଗୁଳ ପଟ ଦେଇ ଯାଉଥିଲା। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ସାଧୁମୁଣ୍ଡା ନିକଟରେ ଟ୍ରକ୍ କୁ ଧରିବାରେ ସଫଳ ହୋଇଥିଲା। ଏହି ଚୋରା କାରବାରରେ ସଂପ୍ରୁକ୍ତି ଥିବା ଏମ୍ ଡି ଇରଫାନ୍,ଏମ୍ ଡ଼ି ମହକିନ୍ କୁ ଗିରଫ୍ କରିଥିବା ବେଳେ ଏମ୍ ଡ଼ି ଗ୍ୟାସୁଦିନ୍ ଫେରାର୍ ହୋଇଯାଇଥିଲା। ଗାଡ଼ିରୁ ୨୯ କ୍ବିଣ୍ଟାଲ୍ (୬୪୮ ବଣ୍ଡଲ୍ ) ଜବତ୍ କରିଥିଲା। ଯାହାର ମୂଲ୍ୟ ୮ରୁ ୧୦ ଲକ୍ଷ ହେବ ବୋଲି ବନବିଭାଗ କହିଛି। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ରେଢ଼ାଖୋଲ୍ ଏସି ଏଫ୍ ଦେବୀପ୍ରସାଦ୍ ରାଉତ୍ ଙ୍କ ସହ ବନବିଭାଗର ରେଞ୍ଜର, ଫରେଷ୍ଟର ଏବଂ ଫରେଷ୍ଟଗାର୍ଡ ମାନେ ସାମିଲ୍ ହୋଇଥିଲେ।

Related posts