ଏପଟସେପଟ କରି ଏହି ଦୁଇ କୋଠା ସହ କରିଥିଲେ ବହୁ ସଂପତ୍ତି, ହେଲେ ଧରିନେଲା ଭିଜିଲାନ୍ସ

Published: Jun 16, 2023, 3:24 pm IST

ଭୁବନେଶ୍ବର: ତାଙ୍କର ଚାକିରୀ ଥିଲା ସାଧାରଣ ଯୋଗାଣ ଅଧିକାରୀ। ହେଲେ ସେ ମାସକୁ ଯେତିକି ଦରମା ପାଉଥିଲେ ତାହାର ବହୁ ଗୁଣା ଅଧିକ ସଂପତ୍ତିର ହେଲେ ମାଲିକ। ଏପଟସେପଟ କରି ଭୁବନେଶ୍ବରରେ କଲେ ବହୁତଳ ପ୍ରାସାଦ। ହେଲେ ଭାଗ୍ୟ ଖରାପ। ଏ ସବୁ ଧରିନେଲା ଭିଜିଲାନ୍ସ।

ଆଜି ଭିଜିଲାନ୍ସ ବିଭାଗର ଅଧିକାରୀମାନେ ନୟାଗଡ ସାଧାରଣ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ କୋଠାବାଡି ସବୁ ଚଢାଉ କରିଛନ୍ତି। ପୂର୍ବରୁ ତାଙ୍କର ଆୟ ବର୍ହିଭୂତ ସଂପତ୍ତି ଥିବା ଅନୁମାନ କରି ଭିଜିଲାନ୍ସ ଏହି ଚଢାଉ କରିଛି। ଆଜି ବଜେନ୍ଦ୍ରଙ୍କର ପାଞ୍ଚୋଟି ସ୍ଥାନରେ ଏହି ଚଢାଉ କରାଯାଇଛି। ସେଥିରେ ରହିଛି ଭୁବନେଶ୍ବରରେ ଦୁଇଟି ବଡ କୋଠା ସହିତ ନିମାପଡାରେ ଏକ ଫାର୍ମ ହାଉସ।

ଏହି ଚଢାଉରେ ଦୁଇ ଜଣ ଡିଏସପି, ଛଅ ଜଣ ଇନସ୍ପେକ୍ଟର ନିୟୋଜିତ ହୋଇଛନ୍ତି। ଏବେ ସୁଦ୍ଧା ଚଢାଉ ଜାରୀ ରହିଥିବାରୁ ସଂପୂର୍ଣ୍ଣ ସଂପତ୍ତି ତାଲିକା ଆସିପାରି ନାହିଁ।

Related posts