Categories
ଆଜିର ଖବର ରାଜ୍ୟ ଖବର

ଏପଟସେପଟ କରି ଏହି ଦୁଇ କୋଠା ସହ କରିଥିଲେ ବହୁ ସଂପତ୍ତି, ହେଲେ ଧରିନେଲା ଭିଜିଲାନ୍ସ

ଭୁବନେଶ୍ବର: ତାଙ୍କର ଚାକିରୀ ଥିଲା ସାଧାରଣ ଯୋଗାଣ ଅଧିକାରୀ। ହେଲେ ସେ ମାସକୁ ଯେତିକି ଦରମା ପାଉଥିଲେ ତାହାର ବହୁ ଗୁଣା ଅଧିକ ସଂପତ୍ତିର ହେଲେ ମାଲିକ। ଏପଟସେପଟ କରି ଭୁବନେଶ୍ବରରେ କଲେ ବହୁତଳ ପ୍ରାସାଦ। ହେଲେ ଭାଗ୍ୟ ଖରାପ। ଏ ସବୁ ଧରିନେଲା ଭିଜିଲାନ୍ସ।

ଆଜି ଭିଜିଲାନ୍ସ ବିଭାଗର ଅଧିକାରୀମାନେ ନୟାଗଡ ସାଧାରଣ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ କୋଠାବାଡି ସବୁ ଚଢାଉ କରିଛନ୍ତି। ପୂର୍ବରୁ ତାଙ୍କର ଆୟ ବର୍ହିଭୂତ ସଂପତ୍ତି ଥିବା ଅନୁମାନ କରି ଭିଜିଲାନ୍ସ ଏହି ଚଢାଉ କରିଛି। ଆଜି ବଜେନ୍ଦ୍ରଙ୍କର ପାଞ୍ଚୋଟି ସ୍ଥାନରେ ଏହି ଚଢାଉ କରାଯାଇଛି। ସେଥିରେ ରହିଛି ଭୁବନେଶ୍ବରରେ ଦୁଇଟି ବଡ କୋଠା ସହିତ ନିମାପଡାରେ ଏକ ଫାର୍ମ ହାଉସ।

ଏହି ଚଢାଉରେ ଦୁଇ ଜଣ ଡିଏସପି, ଛଅ ଜଣ ଇନସ୍ପେକ୍ଟର ନିୟୋଜିତ ହୋଇଛନ୍ତି। ଏବେ ସୁଦ୍ଧା ଚଢାଉ ଜାରୀ ରହିଥିବାରୁ ସଂପୂର୍ଣ୍ଣ ସଂପତ୍ତି ତାଲିକା ଆସିପାରି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତହସିଲ ସେକ୍ସନ ଅଫିସର ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ବର: ଆଜି ତହସିଲର ସେକ୍ସନ ଅଫିସରଙ୍କୁ ଧରିଛି ଭିଜିଲାନ୍ସ। ସେ ଲାଞ୍ଚ ନେଉଥିବା ବେଳେ ଛକି ରହିଥିବା ଭିଜିଲାନସ ତାଙ୍କୁ ମାଡି ବସିଥିଲେ। ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ବେଲପଡା ତହସିଲର ସେକ୍ସନ ଅଫିସର ଶ୍ରୀଯୁକ୍ତ ଯୁଗୋଳ କିଶୋର ରାଉତ।

ସୂଚନା ଅନୁସାରେ ଶ୍ରୀଯୁକ୍ତ ରାଉତ ଜଣେ ବ୍ୟକ୍ତିଙ୍କଠାରୁ ଜମିଜମା କାଗଜ ଠିକ କରିଦେବା ପାଇଁ ୧୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ଅଭିଯୋଗକାରୀଙ୍କ ରଂଗବୋଳା ଟଙ୍କା ପ୍ରଦାନ କରାଯାଇଥିଲା। ସେ ଅଧିକାରୀଙ୍କୁ ଟଙ୍କା ଦେବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରି ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହିତ ଅଧିକ ତଦନ୍ତ ଚାଲିଥିବାର ଜଣାପଡିଛି।