ହୁହୁ ହୋଇ ଜଳୁଛି ପଶ୍ଚିମ ଓଡିଶା, ଆଜି ମଧ୍ୟ ଝାରସୁଗୁଡାରେ ନାହିଁ ନ ଥିବା ତାତି

Published: Jun 16, 2023, 3:32 pm IST

ଭୁବନେଶ୍ବର: ଜଳୁଛି ପଶ୍ଚିମ ଓଡିଶା। କହିବାକୁ ଗଲେ ହୁହୁ ହୋଇ ଜଳୁଛି। କାରଣ ଦୀର୍ଘ ଦିନ ଧରି ଏହି ଅଞ୍ଚଳର ତାପମାତ୍ରା ଚାଲିଶ ଡିଗ୍ରୀ ତଳକୁ ଖସୁ ନାହିଁ। ସବୁଆଡେ ଚାଲିଛି ଏକ ଅଘୋଷିତ କର୍ଫୁ। ସକାଳ ନଅଟା ପରେ ତାଟିକବାଟ ବନ୍ଦ। ଘରୁ ବାହାରିବା କଷ୍ଟଦାୟକ ହୋଇପଡିଛି।

ଆଜି ପାଣିପାଗ ବିଭାଗରୁ ଆସିଥିବା ତାଜା ସୂଚନା ଅନୁସାରେ ପଶ୍ଚିମ ଓଡିଶାରେ ଆଜି ମଧ୍ୟ ଗ୍ରୀଷ୍ଣ ପ୍ରବାହ ଜାରୀ ରହିଛି। ଆଜି ଦିନ ୨ ଟା ୩୦ ସୁଦ୍ଧା  ଝାରସୁଗୁଡା: ୪୪.୬ ଡ଼ିଗ୍ରୀ, ଭୁବନେଶ୍ୱର: ୪୪.୪ ଡ଼ିଗ୍ରୀ ସମ୍ବଲପୁର: ୪୪.୪ ଡ଼ିଗ୍ରୀ, ହୀରାକୁଦ : ୪୩.୮ ଡ଼ିଗ୍ରୀ, କେନ୍ଦୁଝର: ୪୦ ଡ଼ିଗ୍ରୀ, ଚାନ୍ଦବାଲି: ୩୭.୬ ଡ଼ିଗ୍ରୀ, ବାଲେଶ୍ୱର: ୩୫ ଡ଼ିଗ୍ରୀ, ଗୋପାଳପୁର: ୩୬.୮ ଡ଼ିଗ୍ରୀ, ପୁରୀ: ୩୪.୮ ଡ଼ିଗ୍ରୀ, ପାରାଦୀପ: ୩୩.୪ ଡ଼ିଗ୍ରୀ।

Related posts