ଆଜି ଭୁବନେଶ୍ବରରେ ଢାଳି ହୋଇଗଲା ନିଆଁ, ତାପମାତ୍ରା ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published: Jun 16, 2023, 7:21 pm IST

ଭୁବନେଶ୍ବର: ଆଜି ରାଜଧାନୀ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। କାରଣ ଆଜି ରାଜଧାନୀରେ ଯେଉଁ ତାପମାତ୍ର ହୋଇଛି ପୂର୍ବରୁ ତାହା ହୋଇ ନ ଥିଲା। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୬ ଡ଼ିଗ୍ରି ରହିଥିଲା। ହେଲେ ଆଶ୍ଚର୍ଯ୍ୟର କଥା କଟକରେ ଏହା ୪୨.୨ ଡ଼ିଗ୍ରି ରେକର୍ଡ ହୋଇଛି।

ରଜ ଦୁଇଦିନ ରାଜଧାନୀର ପାଗ ମେଘୁଆ ରହିଥିଲା। ଯାହାକୁ କୁହାଯାଏ ରଜପାଗ। ହେଲେ ଦୁଇଦିନ ଯିବା ପରେ ଶେଷ ରଜରେ ନିଆଁ ଢାଳି ହୋଇଯାଇଛି। ତେବେ ପାଣିପାଗ ବିଭାଗ ଅନୁସାରେ ଆଜି ସୋନପୁର ରେ ୪୫.୬ ଡ଼ିଗ୍ରୀ ଏବଂ ଝାରସୁଗୁଡା ରେ ୪୫.୪ ଡ଼ିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି।

Related posts