Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଷ୍ଟମରୁ ୫୦୦ ଟଙ୍କା ନୋଟ୍ ଗାଏବ!: ଜାଣନ୍ତୁ ଏହା ଉପରେ କ’ଣ ଉତ୍ତର ରଖିଲା ଆରବିଆଇ
ଆଜିର ଖବର

ସିଷ୍ଟମରୁ ୫୦୦ ଟଙ୍କା ନୋଟ୍ ଗାଏବ!: ଜାଣନ୍ତୁ ଏହା ଉପରେ କ’ଣ ଉତ୍ତର ରଖିଲା ଆରବିଆଇ

June 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରରୁ ୫୦୦ ଟଙ୍କା ନୋଟ୍ ଅଦୃଶ୍ୟ ହେବାର ଖବରକୁ ଅସ୍ୱୀକାର କରିଛି ଏବଂ ଏହା ଉପରେ ସ୍ପଷ୍ଟୀକରଣ ଜାରି କରିଛି। ଗତକାଲି ଆରବିଆଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କହିଛି ଯେ, ଏହାର ସିଷ୍ଟମରୁ ୮୮,୦୩୨.୫ କୋଟି ଟଙ୍କା ନିଖୋଜ ହେବାର ଖବର ଭୁଲ। RTI ରୁ ପ୍ରାପ୍ତ ତଥ୍ୟର ଭୁଲ ବ୍ୟାଖ୍ୟା ହେତୁ ଏହା ଘଟିଛି। ଆରବିଆଇ କହିଛି ଯେ, ଦେଶର ତିନୋଟି ପ୍ରିଣ୍ଟିଂ ପ୍ରେସରୁ ୫୦୦ ଟଙ୍କିଆ ନୋଟ ବିଷୟରେ ଆରଟିଆଇ ଅଧୀନରେ ଦିଆଯାଇଥିବା ସୂଚନାକୁ ଭୁଲ ବ୍ୟାଖ୍ୟା କରାଯାଇଛି।

ଗତକାଲି ଅନେକ ଗଣମାଧ୍ୟମରେ ରିପୋର୍ଟ କରାଯାଇଥିଲା ଯେ, ମନୋରଂଜନ ରୟ ରାଇଟ୍ ଟୁ ଇନଫର୍ମେସନ୍ ଯଥା ଆରଟିଆଇ ଅଧୀନରେ କିଛି ପ୍ରଶ୍ନ ପଚାରିଥିଲେ ଏବଂ ଏହାର ଉତ୍ତରରେ କୁହାଯାଇଥିଲା ଯେ, ନୂତନ ଡିଜାଇନ୍ ର ୫୦୦ ଟଙ୍କାର ଲକ୍ଷ ଲକ୍ଷ ନୋଟ୍ ଗାଏବ ହୋଇଯାଇଛି, ଏହାର ମୂଲ୍ୟ ୮୮,୦୩୨.୫ କୋଟି ଟଙ୍କା। ମିଳିଥିବା ସୂଚନା ଅନୁଯାୟୀ, ଦେଶର ତିନୋଟି ପ୍ରିଣ୍ଟିଂ ପ୍ରେସ୍ ମିଳିତ ଭାବେ ନୂତନ ଡିଜାଇନ୍ ସହିତ ୫୦୦ ଟଙ୍କାର ୮୮୧୦.୬୫ କୋଟି ନୋଟ୍ ଛାପି ଥିଲେ, କିନ୍ତୁ ରିଜର୍ଭ ବ୍ୟାଙ୍କ ଏଥିରୁ ମାତ୍ର ୭୨୬ କୋଟି ନୋଟ୍ ପାଇଥିଲା। ମୋଟ ଉପରେ ୫୦୦ ର ୧୭୬୦.୬୫ କୋଟି ନୋଟ୍ ଗାଏବ ହୋଇଯାଇଛି, ଯାହାର ମୂଲ୍ୟ ୮୮,୦୩୨.୫ କୋଟି ଟଙ୍କା।

ଆରବିଆଇ କ’ଣ କହିଲା?:

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର ପ୍ରେସ ବିଜ୍ଞପ୍ତିରେ ଏବଂ ଟ୍ୱିଟରରେ ପୋଷ୍ଟରେ କହିଛି ଯେ, ଆରବିଆଇ ସୂଚନା ପାଇଛି ଯେ ବିଭିନ୍ନ ମିଡିଆ ରିପୋର୍ଟରେ ସିଷ୍ଟମରୁ ୫୦୦ ଟଙ୍କିଆ ନୋଟ୍ ଅଦୃଶ୍ୟ ହେବାର ଖବର ଭୁଲ। ପ୍ରିଣ୍ଟିଂ ପ୍ରେସରୁ ମିଳିଥିବା ସୂଚନାକୁ ଭୁଲ ବୁଝାମଣା କରାଯାଇଛି ଏବଂ ଏହା ଜାଣିବା ଜରୁରୀ ଯେ ପ୍ରିଣ୍ଟିଂ ପ୍ରେସରେ ଯାହା କିଛି ନୋଟ୍ ପ୍ରିଣ୍ଟ୍ ହୋଇଛି ତାହା ସମ୍ପୂର୍ଣ୍ଣ ସୁରକ୍ଷିତ। ଏହି ବ୍ୟାଙ୍କ ନୋଟଗୁଡିକର ଉତ୍ପାଦନ, ସଂରକ୍ଷଣ ଏବଂ ବିତରଣକୁ ଆରବିଆଇ ଦ୍ୱାରା ସମ୍ପୂର୍ଣ୍ଣ ପ୍ରୋଟୋକଲ୍ ସହିତ ତଦାରଖ କରାଯାଏ ଏବଂ ଏଥିପାଇଁ ଏକ ମଜବୁତ ବ୍ୟବସ୍ଥା ଅଛି।

ଆରବିଆଇ ଦ୍ଵାରା ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ବ୍ୟାଙ୍କର ମୁଖ୍ୟ ଜେନେରାଲ ମ୍ୟାନେଜର ଯୋଗେଶ୍ୱର ଦୟାଲଙ୍କ ଦ୍ଵାରା ଏହା ଲେଖାଯାଇଛି ଯେ, ଏହିପରି କୌଣସି ସୂଚନା ପାଇଁ ସମସ୍ତେ କେବଳ ଆରବିଆଇ ଦ୍ୱାରା ପ୍ରକାଶିତ ସୂଚନା ଉପରେ ନିର୍ଭର କରିବା ଉଚିତ।

rti ଆରବିଆଇ କେନ୍ଦ୍ରୀୟ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.