Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାରେ ଆସନ୍ନ ବାତ୍ୟା ପରିଚାଳନାର ମୁକାବିଲା ନିମନ୍ତେ ଅଭ୍ୟାସ ପ୍ରସ୍ତୁତି ବୈଠକ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାରେ ଆସନ୍ନ ବାତ୍ୟା ପରିଚାଳନାର ମୁକାବିଲା ନିମନ୍ତେ ଅଭ୍ୟାସ ପ୍ରସ୍ତୁତି ବୈଠକ

June 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆସନ୍ନ ବାତ୍ୟା ପରିଚାଳନାର ମୁକାବିଲା ନିମନ୍ତେ ଅଭ୍ୟାସ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ୱାଗତ ଭାଷଣ ରଖିବା ସଙ୍ଗେ ସଙ୍ଗେ ବୈଠକର ଆଭିମୁଖ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଡେପୁଟି କଲେକ୍ଟର, ଜରୁରୀ ବିଭାଗ ମମତା ସାହୁ ବୈଠକ ପରିଚାଳନା କରିଥିଲେ। ବିପର୍ଯୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯୟ ପର ପରିସ୍ଥିତିର ମୁକାବିଲା କରିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, କ୍ଷେତ୍ରାଧିକାରୀ, ଯନ୍ତ୍ରୀଙ୍କ ସହ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା।

ଆଜି ମଧ୍ୟ ଜିଲ୍ଲାର ୧୦ଗୋଟି ବ୍ଲକ ଏବଂ ୫ ଗୋଟି ପୌରାଞ୍ଚଳରେ ଏ ସଂକ୍ରାନ୍ତିୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲପାଳ ସମସ୍ତ ବିଭାଗ ସହ ଆଲୋଚନା କ୍ରମରେ ପ୍ରଥମେ ଡେପୁଟି କଲେକ୍ଟର, ଜରୁରୀ ବିଭାଗଙ୍କୁ ସମସ୍ତ ବିଷୟରେ ସଠିକ ତଥ୍ୟ ରଖିବାକୁ କହିଥିଲେ। ଜଳସେଚନ ବିଭାଗ କୁ ବିପଦସଂକୁଳ କେନାଲ ଗୁଡିକୁ ଚି଼ହ୍ନଟ କରି ତୁରନ୍ତ ପଦକ୍ଷେପ ନେବାକୁ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ କହିଥିଲେ। ଶିକ୍ଷାଧିକାରୀ ୧୩୪୦ ବିଦ୍ୟାଳୟ କୁ ଆଶ୍ରୟସ୍ଥଳୀ, ପ୍ରତ୍ୟେକ ବ୍ଲକରେ ଆଶ୍ରୟସ୍ଥଳୀ ମହଜୁଦ ଥିବା ଦର୍ଶାଇଥିଲେ। ବିପର୍ଯୟ ସମୟରେ ଏବଂ ପରେ ଆଶ୍ରୟ ସ୍ଥଳୀ କୁ ପରିଷ୍କାର ରଖବା ପାଇଁ କର୍ମଚାରୀ ମୁତୟନ କରିବେ ବୋଲି ଦର୍ଶାଇଥିଲେ।

ସେହିପରି ଗ୍ରାମାଞ୍ଚଳ ରେ ପାନୀୟ ଜଳ ର ବ୍ୟବସ୍ଥା ପାଇଁ RWSS ଏବଂ ସହରାଞ୍ଚଳ ପାଇଁ WATCO ଙ୍କୁ ଶୁଦ୍ଧ ପାନୀୟ ଜଳ, ଜେନେରେଟର, ପାଣି ଟ୍ୟାଙ୍କର, ପାଣି ବୋତଲ, ବ୍ଲିଚିଙ୍ଗ ପାଉଡର ମହଜୁଦ ରଖିବାକୁ ଏବଂ ପାଣିର ବିଶୁଧିକରଣ ନିମନ୍ତେ ପରାମର୍ଶ ଦେଇଥିଲେ। ବିଦ୍ୟୁତ ବିଭାଗ କୁ ସଜାଗ ରହିବା ସହ ବାତ୍ୟାର ତୁରନ୍ତ ପରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ବିପଦ ସଂକୁଳ ସ୍ଥାନ ଚି଼ହ୍ନଟ କରିବା ସହ ବାତ୍ୟା ସମୟରେ ୨୦ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତ କରି ଗଛ ପଡି ଅବରୋଧ ରାସ୍ତାକୁ ସଫା କରିବା ପାଇଁ ସହକାରୀ ଯନ୍ତି, ସ୍ଥାନୀୟ କଣ୍ଟ୍ରାକ୍ଟରର ସହଯୋଗରେ ତ୍ୱରିତ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ। ଜିଲ୍ଲା ପଶୁ ବିଭାଗ ବହୁଳ ସଂଖ୍ୟାରେ ମୃତ ପଶୁ ମାନଙ୍କର ଶବ ବ୍ୟବଛେଦ କରାଯିବା ପାଇଁ କିପରି ତ୍ୱରିତ ପଦକ୍ଷେପ ନିଆଯାଇପାରିବ ସେ ନେଇ ପରାମର୍ଶ ଲୋଡ଼ିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗର୍ଭବତୀ ମହିଳା, ଶିଶୁମାନଙ୍କୁ ମିଶନ ଶକ୍ତି ଗୃହ, ଅଙ୍ଗନବାଡି ଗୃହ ରେ ଥଇଥାନ କରିବା, ଶିଶୁ ଖାଦ୍ୟ ଯୋଗାଇଦେବା , ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ।

ସେହିପରି ଡ଼ିଡବ୍ଲୁଓ ,ଆରଟିଓ , ଟେଲିଫୋନ ବିଭାଗ ସମସ୍ତ ଙ୍କୁ ତତ୍ପର ରହି ବାତ୍ୟାର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀଙ୍କୁ ମିଡ଼ିଆ କଭରେଜ କରିବାକୁ, ଜନ ସାଧାରଣଙ୍କୁ ଭୟଭୀତ ନ ହେବା ପାଇଁ ସଚେତନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତୀର୍ଥଯାତ୍ରୀମାନଙ୍କୁ ବାରଣ କରିବାକୁ ଏବଂ ଆରଏମସି ବିଭିନ୍ନ ପ୍ଲାଟଫର୍ମରେ ସୁଲ୍ଲଭ ମୂଲ୍ୟ ରେ ଜିନିଷ ଯୋଗାଇ ଦେବାକୁ ଅଭିବ୍ୟକ୍ତ ରଖିଥିଲେ।

ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ, ଆର. ଟି . ଓ ବିକାଶ ଚୌଧୁରୀ, ଏ. ଆର. ଟି . ଓ ଅରବିନ୍ଦ ନାୟକ, ପର୍ଯ୍ୟଟନ ଅଧିକାରିଣୀ ମୀରାବାଈ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଣୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ସମସ୍ତ ବିଭାଗୀୟ ଅଧିକାରୀ, ଅଗ୍ନିଶମ ଅଫିସର, ବନ ବିଭାଗ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026

ବସ ଦୁର୍ଘଟଣାଗ୍ରସ୍ତ: ୧୫ ଆହତ

April 26, 2026

ଟ୍ରମ୍ପଙ୍କ ରାତ୍ରିଭୋଜନରେ ଗୁଳିମାଡ଼

April 26, 2026

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026
Latest News

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026

ବସ ଦୁର୍ଘଟଣାଗ୍ରସ୍ତ: ୧୫ ଆହତ

April 26, 2026

ଟ୍ରମ୍ପଙ୍କ ରାତ୍ରିଭୋଜନରେ ଗୁଳିମାଡ଼

April 26, 2026

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.