Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତଙ୍କ ଏସିଆନ୍ ଗେମ୍‌ସ ପାଇଁ ଯାଗ୍ୟତା ହାସଲ
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତଙ୍କ ଏସିଆନ୍ ଗେମ୍‌ସ ପାଇଁ ଯାଗ୍ୟତା ହାସଲ

June 21, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ୬୨ତମ ଆନ୍ତଃ ରାଜ୍ୟ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ରିଲାଏନ୍ସ ଫାଉଣ୍ଡେସନ (ଆର୍‌ଏଫ୍‌)ର କ୍ରୀଡ଼ାବିତ୍‌ମାନେ ଚମତ୍କାର ପ୍ରଦର୍ଶନ କରି ୮ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ସମେତ ମୋଟ ୨୦ଟି ମେଡାଲ୍ ହାସଲ କରି ଅଭିଯାନ ଶେଷ କରିଛନ୍ତି। ଦୃଢ଼ ପ୍ରଦର୍ଶନ କରି ରିଲାଏନ୍ସ ଫାଉଣ୍ଡେସନର ସାତ ଜଣ କ୍ରୀଡ଼ାବିତ୍ ଏସିଆନ୍ ଗେମ୍‌ସ ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ପାଂଚ ଜଣ କ୍ରୀଡ଼ାବିତ୍ ଏହି ଚମ୍ପିଆନ୍‌ସିପ୍‌ରେ ପୂର୍ବରୁ ରହିଥିବା ରେକର୍ଡ ଭଙ୍ଗ କରିଛନ୍ତି।

ରିଲାଏନ୍ସ ଫାଉଣ୍ଡେସନ ଆଥ୍‌ଲେଟିକ୍ସ ହାଇ-ପରଫରମାନ୍ସ ସେଂଟରର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ୍ ଓୱେନ ଓଡ଼ିଶାର ପୁରୁଷ ଓ ମହିଳାଙ୍କ ରିଲେ ଟିମ୍‌ର ଉଦ୍ୟମ ଓ ପ୍ରଦର୍ଶନକୁ ଚମ୍ପିଆନ୍‌ସିପ୍‌ର ପ୍ରମୁଖ ଆକର୍ଷଣ ଥିଲା ବୋଲି କହିଛନ୍ତି। ସେହି ଟିମ୍‌ରେ ରିଲାଏନ୍ସ ଫାଉଣ୍ଡେସନର ତିନି ଜଣ କ୍ରୀଡ଼ାବିତ୍ ରହିଥିଲେ। ମାର୍ଟିନ୍ ଓୱେନ କହିଛନ୍ତି ଯେ, “ଜ୍ୟୋତି ୧୦୦ ମିଟର ଦୌଡ଼କୁ ସହଜରେ ଜିତିବା ସହ ଏହି ଟୁର୍ଣ୍ଣାମେଂଟ୍‌ର ବହୁତ ଭଲ ଶୁଭାରମ୍ଭ ହୋଇଥିଲା, କିନ୍ତୁ ଏକ ସେକେଣ୍ଡର ୪୦୦ତମ ଅଂଶ ପାଇଁ ସେ ଏସିଆନ୍ ଗେମ୍‌ସ ଯୋଗ୍ୟତା ହାସଲରୁ ବଂଚିତ ହୋଇଥିଲେ। ତେବେ ସେଥିରେ ସେ ଭାଙ୍ଗି ପଡ଼ିନଥିଲେ। ଦୃଢ଼ ପ୍ରତ୍ୟାବର୍ତନ କରି ସେ ଏସିଆନ୍ ଯୋଗ୍ୟତା ପର୍ଯ୍ୟାୟରେ ୧୦୦ ମିଟର ବାଧାଦୌଡ଼କୁ ଅତି ସହଜରେ ଜିତିଥିଲେ। ୪୦୦ ମିଟର ମହିଳା ଦୌଡ଼ରେ ସେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଥିଲେ। ଓଡ଼ିଶାର ୪୦୦ ମିଟର ରିଲେ ଟିମ୍ କାଂସ୍ୟ ପଦକ ଜିିତିଥିଲେ ଯେଉଁଥିରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ହାଇପରଫରମାନ୍ସ ସେଂଟର୍‌ର ସବିତା, ସୁଖି ଓ ବନିତା ଖେଳୁଥିଲେ।’’

ସେହିଭଳି ଅମ୍ଳାନ ବର୍ଗୋହେନ୍ ୨୦୦ ମିଟର ଦୌଡ଼କୁ ୨୦.୭୧ ସେକେଣ୍ଡ୍‌ରେ ଜିତି ୨୩ ବର୍ଷ ଧରି ଅନିଲ କୁମାରଙ୍କ (୨୦.୮୦ ସେକେଣ୍ଡ) ନାମରେ ରହିଥିବା ରେକର୍ଡକୁ ଭାଙ୍ଗିଛନ୍ତି।
ଟୁର୍ଣ୍ଣାମେଂଟ୍‌ର ଶେଷ ଦିନରେ ୧୫୦୦ ମିଟର ଦୌଡ଼କୁ ୩:୪୨.୭୭ ସମୟରେ ଶେଷ କରି ଜିନ୍‌ସନ୍ ଜନ୍‌ସନ୍ ସ୍ୱର୍ଣ୍ଣ ପଦକ ଜିତିବା ସହ ଏସିଆନ୍ ଗେମ୍‌ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ନିଜ ସମୟରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଥିବା ଜନ୍‌ସନ୍ କହିଛନ୍ତି ଯେ “ମୁଁ ବହୁତ ଖୁସି। ଏସିଆନ୍ ଗେମ୍‌ସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିବ ଏବଂ ସମୟରେ ୨-୩ ସେକେଣ୍ଡ ଉନ୍ନତି ନିଶ୍ଚିତ ଆଣିବାକୁ ପଡ଼ିବ। ୩.୩୭ ସେକେଣ୍ଡ୍ ଭିତରେ ଦୌଡ଼ ଶେଷ କରିବାକୁ ମୁଁ ଲକ୍ଷ୍ୟ ରଖିଛି। ତାହା ହେଲେ ମୁଁ ସବୁ ପ୍ରକାରର ଦୌଡରେ ଜିତିପାରିବି ବୋଲି ଭାବୁଛି।’’

ସେହିପରି ଫାଉଣ୍ଡେସନର କ୍ରୀଡ଼ାବିତ କିଶୋର କୁମାର ଜେନା ଜାଭେଲିନ୍ ଫୋପାଡ଼ିବାରେ ୮୨.୩୭ ମିଟରର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ରୌପ୍ୟ ପଦକ ହାସଲ କରିଥିବା ବେଳେ ଏସିଆନ୍ ଗେମ୍‌ସ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି। ଜ୍ୟୋତି ୟାରାଜୀ ମହିଳା ୧୦୦ ମିଟର ବାଧାଦୌଡ଼ ଓ ମହମ୍ମଦ ଅଫଜଲ୍ ପୁରୁଷ ୮୦୦ ମିଟର ଦୌଡ଼ରେ ଏସିଆନ୍ ଗେମ୍‌ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ରେକର୍ଡ ଭାଙ୍ଗିବା ଲାଗି ପରିଚିତ ଜ୍ୟୋତି ୧୦୦ ମିଟର ବାଧାଦୌଡ଼କୁ ୧୨.୯୨ ସେକେଣ୍ଡରେ ଶ୍ରେଷ୍ଠ କରି ପ୍ରଥମ ସ୍ଥାନରେ ରହିଥିଲେ। ୧୦୦ ମିଟର ଦୌଡ଼ରେ ମଧ୍ୟ ସେ ଶ୍ରେଷ୍ଠ ସ୍ଥାନ ସହ ପୋଡିୟମ୍ ଦଖଲ କରିଥିଲେ। ଜ୍ୟୋତି ୟାରାଜୀଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍ ଘୋଷଣା କରାଯାଇଛି। ସେହିଭଳି କାର୍ତିକ କୁମାର ୧୦୦୦୦ ମିଟର ବର୍ଗରେ ସଫଳତାର ସହିତ ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ଏସିଆନ୍ ଗେମ୍‌ସରେ ମେଡାଲ୍ ଜିତିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଅଫଜଲ୍ କହିଛନ୍ତି ଯେ, “ମୋତେ ନିଶ୍ଚିତ ରୂପେ ଏସିଆନ ଗେମ୍‌ସ ଓ ଏସିଆନ୍ ଚମ୍ପିଆନ୍‌ସିପ୍‌ରେ ଜିତିବାକୁ ପଡ଼ିବ। ମୋର ବିଶ୍ୱାସ ଅଛି ଯେ ମୁଁ ଜିତିପାରିବି ଓ ଜାତୀୟ ରେକର୍ଡ ଭାଙ୍ଗିପାରିବି। ମୁଁ ୧:୪୪ରେ ପହଂଚିବାକୁ ଲକ୍ଷ୍ୟ ରଖିଛି ଓ ମୋର ବିଶ୍ୱାସ ରହିଛି ଯେ ରିଲାଏନ୍ସ ସହଯୋଗରେ ମୁଁ ତାହା କରିପାରିବି।’’

ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତ୍ ତେଜସ୍ ସିର୍‌ଜେ ପୁରୁଷ ୧୧୦ ମିଟର ବାଧାଦୌଡ଼କୁ ୧୩.୮୭ ସେକେଣ୍ଡ୍‌ରେ ଶେଷ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଏଲାକିୟାଦାସନ ପୁରୁଷ ୧୦୦ ମିଟର ଦୌଡ଼କୁ ୧୦.୪୭ ସେକେଣ୍ଡ୍‌ରେ ଶେଷ କରି କାଂସ୍ୟ ପଦକ ଜିତିଥିବା ବେଳେ ୟମନଦୀପ ଶର୍ମା ପୁରୁଷ ଡିକାଥଲନ୍‌ରେ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ୭୧୬୫ ପଏଂଟ୍ ହାସଲ କରି ରୌପ୍ୟ ପଦକ ଜିତିଛନ୍ତି। ଫାଉଣ୍ଡେସନର କ୍ରୀଡ଼ାବିତ ଅଭିଷେକ ଦଳବେହେରା, ଲାଲୁପ୍ରସାଦ ଭୋଇ ଓ ଡିଏମ୍ ଜୟରାମଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡ଼ିଶା ପୁରୁଷ ଟିମ୍ ୪୦୦ ମିଟର ରିଲେ ଦୌଡରେ ରୌପ୍ୟ ପଦକ ହାସଲ କରିଛି। ୪୦୦ ମିଟର ରିଲେରେ ସବିତା ଟପ୍ପୋ, ବନିତା ଲାକ୍ରା ଓ ସୁଖି ବାସ୍‌କେ ଭଳି କ୍ରୀଡ଼ାବିତଙ୍କୁ ନେଇ ଓଡ଼ିଶା ମହିଳା ଟିମ୍ କାଂସ୍ୟ ପଦକ ହାସଲ କରିଛି। ୪୦୦ ମିଟର ପୁରୁଷ ରିଲେରେ ତାମିଲନାଡ଼ୁର ଏଲାକିୟାଦାସନ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୪୦୦ ମିଟର ମହିଳା ରିଲେରେ ଆନ୍ଧ୍ରପ୍ରଦେଶର ଜ୍ୟୋତି ରୌପ୍ୟ ପଦକ ହାସଲ କରିଛନ୍ତି।

ଏସିଆନ୍ ଗେମ୍‌ସ କଳିଙ୍ଗ ଷ୍ଟାଡିୟମ୍‌ ଭୁବନେଶ୍ୱର ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026
Latest News

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.