ଏଥର ୨୫୦ ଟି ନଡିଆ ସ୍ଥାପନା କରି ସୁଦର୍ଶନ ନିର୍ମାଣ କଲେ ରଥଯାତ୍ରା ବାଲୁକା କଳା

Published: Jun 21, 2023, 8:16 am IST

ପୁରୀ: ପବିତ୍ର ରଥଯାତ୍ରା ସମୟରେ ଭକ୍ତମାନେ ସେମାନଙ୍କ ଢଙ୍ଗରେ ପ୍ରଭୃଙ୍କୁ ସୁମରଣା କରିଥାନ୍ତି। କିଏ ଦୂରରୁ ଚାଲିଚାଲି ପୁରୀ ଆସିଥାଏ ତ କିଏ ବଡଦାଣ୍ଡରେ ନାଚନାଚି ଭକ୍ତି ପ୍ରଦର୍ଶନ କରିଥାଏ। ଠିକ୍ ସେହିପରି ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜ କଳା କୌଶଳରେ ପ୍ରଭୃଙ୍କୁ କରିଛନ୍ତି ଭକ୍ତି।

ପ୍ରତିବର୍ଷ ରଥଯାତ୍ରା ବେଳେ ନିଜର ଭିନ୍ନ ବାଲୁକା କଳା କରି ପ୍ରଶଂସିତ ହୋଇଥାନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। କେତେବେଳେ ସେ ଶହଶହ ବାଲିର ରଥ ନିର୍ମାଣ କରିଥାନ୍ତି ତ କେତେବେଳେ ଦାସିଆ ବାଉରୀ ବାଲୁକାକଳା କରି ରେକର୍ଡ କରିଥାନ୍ତି। ସେହିପରି ଚଳିତ ବର୍ଷ ସୁଦର୍ଶନ ବାଲୁକା କଳାରେ ମିଶ୍ରଣ କରିଛନ୍ତି ନଡିଆ।

ସୁଦର୍ଶନ ତାଙ୍କର ବାଲୁକା କଳାରେ ତିନୋଟି ବଡ ବାଲିର ନଡିଆ ନିର୍ମାଣ କରିଛନ୍ତି। ସେହି ଭିତରେ ସେ ତିନିଠାକୁରଙ୍କୁ ସ୍ଥାପନା କରିଛନ୍ତି। ତାଙ୍କର ମୁଣ୍ଡ ଉପରେ ତିନୋଟି ରଥ ମଧ୍ୟ ସେ ନିର୍ମାଣ କରିଛନ୍ତି। ତା ମଧ୍ୟ ଭାଗରେ ସୁଦର୍ଶନ ୨୫୦ଟି ନଡିଆ ସ୍ଥାପନ କରିଛନ୍ତି। ଯାହା ଦ୍ବାରା ବାଲୁକା କଳାର ଆକର୍ଷଣ ବେଶ ବୃଦ୍ଧି ପାଇଛି।

Related posts