Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ସରିଲା ରଥଯାତ୍ରା, ନଅ ଦିନର ଲୀଳା ଶେଷ କରି ଶ୍ରୀମନ୍ଦିରକୁ ବାହୁଡିଲେ ତିନି ଠାକୁର

ପୁରୀ: ଆଜି ନୀଳାଦ୍ରିବିଜେରେ ଶେଷ ହୋଇଛି ଚଳିତ ବର୍ଷର ରଥଯାତ୍ରା ପର୍ବ। ତିନିଠାକୁର ନଅ ଦିନ ଧରି ଶ୍ରୀମନ୍ଦିର ବାହାରେ ଭକ୍ତଙ୍କୁ ଦର୍ଶନ ଦେଇ ଶେଷରେ ନିଜ ରତ୍ନ ସିଂହାସନକୁ ବାହୁଡିଯାଇଛନ୍ତି। ଆସନ୍ତାକାଲି ଶ୍ରୀଜିୟୁ ରତ୍ନ ସିଂହାସନରେ ଭକ୍ତଗଣଙ୍କୁ ଦର୍ଶନ ଦେବେ।

ଆଜି ନିର୍ଦ୍ଧାରିତ ସମୟ ଅନୁସାରେ ଶ୍ରୀଜିୟୁଙ୍କ ପହଣ୍ଡି ବିଜେ କରାଯାଇଥିଲା। ନୀଳାଦ୍ରିବିଜେରେ ପ୍ରଭୃ ଗୋଟି ପହଣ୍ଡି ରେ ଯାଇଥାନ୍ତି। ହରିବୋଲ ହୁଳହୁଳି ଏବଂ ଘଣ୍ଟ କାହାଳୀ ମଧ୍ୟରେ ତିନିଠାକୁର ଜଣଙ୍କ ପରେ ଜଣେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଏହାପରେ ସିଂହଦ୍ବାର ବନ୍ଦ କରାଯାଇଥିଲା।

ଆଜି ରାତି ତମାମ ଚାଲିବ ମହାପ୍ରଭୃଙ୍କ ବିଭିନ୍ନ ନୀତିକାନ୍ତି। ଆଜି ବିଳମ୍ବିତ ରାତିରେ ତିନିରଥରୁ ଖୋଲାଯିବ ଚାରମାଳ। ମନ୍ଦିର ଭିତରେ ତିନିଠାକୁର ବିଜେ କରିବା ପରେ ରତ୍ନସିଂହାସନ ମାଜଣା କରାଯିବ। ଏହାପରେ ସିଂହାସନକୁ ଠାକୁର ବିଜେ କରିବା ପରେ ମହାସ୍ନାନ କରାଯିବ। ଭୋର ଚାରିଟାରେ ମହାପ୍ରଭୃଙ୍କ ବଡସିଂହାର ବେଶ କରାଯିବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆଜି ରସଗୋଲା ଦିବସ, ମା ଲକ୍ଷ୍ମୀଙ୍କ ମାନଭଂଜନ କରିବେ ପ୍ରଭୃ ଶ୍ରୀଜଗନ୍ନାଥ

ପୁରୀ: ଆଜି ହେଉଛି ରସଗୋଲା ଦିବସ। ଏହି ଦିବସଟି ମିଠା ବ୍ୟବସାୟୀଙ୍କ ପାଇଁ ଯେତିକି ଗୁରୁତ୍ବ, ଜଗନ୍ନାଥ ପ୍ରେମୀଙ୍କ ପାଇଁ ସେତିକି ଗୁରୁତ୍ବ। କାରଣ ଆଜି  ମା ଲକ୍ଷ୍ମୀଙ୍କ ମାନଭଂଜନ ପାଇଁ ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ପ୍ରଦାନ କରିବେ। ଏହି ପରଂପରା କାହିଁ କେଉଁ କାଳରୁ ଜଗନ୍ନାଥ ସଂସ୍କୃତିରେ ପ୍ରଚଳିତ ହୋଇ ଆସୁଛି। ପ୍ରତି ବର୍ଷ ପ୍ରଭୁଙ୍କ ନୀଳାଦ୍ରୀବିଜେ ବେଳେ ଏହି ପର୍ବ ପାଳିତ ହୋଇଥାଏ।

ପରଂପରା ଅନୁସାରେ ପ୍ରତିବର୍ଷ ରଥଯାତ୍ରାରେ ତିନିଠାକୁର ଶ୍ରୀମନ୍ଦିର ପରିତ୍ୟାଗ କରି ଗୁଣ୍ଡିଚା ମନ୍ଦିର ଆସିଥାନ୍ତି। ଏହି ସମୟରେ ମା ଲକ୍ଷ୍ମୀଙ୍କୁ ଜଗନ୍ନାଥ ସାଥୀରେ ଆଣନ୍ତି ନାହିଁ। ଫଳରେ ମା ଲକ୍ଷ୍ମୀ ରାଗିଯାଇ ପ୍ରଭୃଙ୍କ ରଥକୁ ଭାଙ୍ଗି ଦିଅନ୍ତି। ମା ଙ୍କ ଏପରି ରାଗ ଦେଖି ପ୍ରଭୁ ମନ୍ଦିର ପ୍ରତ୍ୟାବର୍ତ୍ତନ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ରାଗକୁ ଶାନ୍ତ କରାନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ସବୁ ଲୀଳା ଶେଷ କରି ଆଜି ଶ୍ରୀମନ୍ଦିର ଫେରିବେ ମହାପ୍ରଭୃ

ପୁରୀ: ସରିଲା ତିନିଠାକରୁଙ୍କ ଲୀଳାଖେଳା। ଆଜି ହେଉଛି ନୀଳାଦ୍ରିବିଜେ, ଆଜି ତିନିଠାକୁର ବାହୁଡିବେ ରତ୍ନ ସିଂହାସନକୁ। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି। ଦୀର୍ଘ ନଅ ଦିନ ଧରି ତିନିଠାକୁର ତିନି ରଥରେ ବିଜେ କରି ଭକ୍ତଙ୍କୁ ଦେଇଥିଲେ ଦର୍ଶନ। ସେହିପରି ଆଡପ ମଣ୍ଡପରେ ଶ୍ରୀଜୀୟୁଙ୍କୁ କରି ଭକ୍ତ ହୋଇଛି ବିଭୋର।

ଆଜି ରଥରେ ତିନିଠାକୁରଙ୍କ ସଂଧ୍ୟା ଆଳତି ସରିବା ପରେ ଚାରମାଳ ବନ୍ଧାଯିବ। ଏହାପରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ର ଏବଂ ଶେଷରେ ଜଗନ୍ନାଥ ଶ୍ରୀମନ୍ଦିର ବିଜେ କରିବେ। ଏହି ସମୟରେ ତିନିଠାକୁରଙ୍କୁ ଗୋଟି ପହଣ୍ଡି ବିଜେ କରି ନିଆଯାଇଥାଏ।

Categories
ଧର୍ମ ବିଶେଷ ଖବର ସଂସ୍କୃତି

ମହାପ୍ରଭୃଙ୍କ ଅଧରପଣା ନୀତି: ରଥ ଉପରେ ଭାଙ୍ଗିଲା ମାଟି ହାଣ୍ଡି, ଏପରି କାହିଁକି ହୁଏ

ପୁରୀ: ଗତକାଲି ମହାସମାରୋହରେ ତିନି ରଥରେ ପାଳିତ ହୋଇଛି ଅଧରପଣା ନୀତି। ଏଥିରେ ତିନିରଥରେ ତିନୋଟି ଲେଖାଏଁ ମାଟି ହାଣ୍ଡିରେ ପଣାଭୋଗ ଶ୍ରୀଜିୟୁଙ୍କୁ ଲାଗି କରାଯାଇଥିଲା।

ସେବକମାନେ ଠାକୁରଙ୍କ ଅଧରକୁ ଛୁଇଁବା ପରି ହାଣ୍ଡି ବା ମାଟି ତୁମ୍ବରେ ପଣା ରଖିଥିଲେ। ଏହାକୁ ରିତି ଅନୁସାରେ ଭୋଗ କରିବା ପରେ ରଥ ଉପରେ ହାଣ୍ଡି ଭଙ୍ଗାଯାଇଥିଲା। ଏହାର କାରଣ ହେଲା ସେହି ଭୋଗ ସେଠାରେ ଥିବା ଚଣ୍ଡିଚାମୁଣ୍ଡାଙ୍କୁ ପ୍ରଦାନ କରାଯାଇଥାଏ।

ସାଧାରଣତଃ ଆଷାଢ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଏହି ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ।

ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ। ଏହି ୯ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ।

ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି। ଆଜି ଶନିବାରରେ ଶ୍ରୀଜିୟୁ ରତ୍ନ ସିଂହାସନକୁ ବିଜେ କରିବେ।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିରକୁ ବାହୁଡିବେ ତିନିଠାକୁର, ଦିନ ୧୨ଟାରେ ପହଣ୍ଡି ବିଜେ

ପୁରୀ: ଆସନ୍ତ।କାଲି ବୁଧବ।ରରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡିବେ ତିନିଠାକୁର। ସେଥିପ।ଇଁ ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ନଅ ଦିନର ଯାତ୍ରା ଶେଷ କରି ପ୍ରଭୃ ରତ୍ନବେଦୀରେ ଦର୍ଶନ ଦେବେ। ଗୁଣ୍ଡିଚା ମନ୍ଦିରରୁ ତିନି ରଥକୁ ଟାଣିବା ପ।ଇଁ ପୁରୀରେ ଜନସମାଗମ ଆରମ୍ଭ ହୋଇଗଲାଣି।

ମନ୍ଦିର ପ୍ରଶାସନ ନିଷ୍ପତି ଅନୁସାରେ ଆସନ୍ତାକ।ଲି ଦିନ ୧୨ଟାରେ ବେଳେ ପହଣ୍ଡି ଆରମ୍ଭ ହେବ। ପ୍ରଥମେ ବଡଠ।କୁର, ପରେ ମା ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ପହଣ୍ଡିରେ ଆସି ରଥାଋଢ ହେବେ। ଏହି କାର୍ଯ୍ୟ ୨ଟ। ୩୦ ମଧ୍ୟରେ ସମାପନ କରାଯିବ।

ସେହିପରି ଛେରା ପହଁରା ନୀତି ୨ଟ। ୩୦ରୁ ଆରମ୍ଭ ହୋଇ ୩ ଟ। ୩୦ ମଧ୍ୟରେ ଶେଷ ହେବ। ଅପରାହ୍ନ ୪ଟ। ବେଳକୁ ରଥଟଣା ଆରମ୍ଭ ହେବ ବୋଲି ଜଣାପଡିଛି।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ପୁରୀରେ ଭକ୍ତଙ୍କ ଆକର୍ଷଣ ପାଲଟିଛି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଦର୍ଶନୀ

ପୁରୀ: ପୁରୀଠାରେ ଅନୁଷ୍ଠିତ ପବିତ୍ର ରଥଯାତ୍ରା ଅବସରରେ ଗୁଣ୍ଡିଚାବାଡ଼ି ନିକଟସ୍ଥ ଭୋଳାନାଥ ବିଦ୍ୟାପୀଠ ପରିସରରେ ଆୟୋଜିତ ଜାତୀୟ ପଲ୍ଲିଶ୍ରୀ ମେଳା ପ୍ରାଙ୍ଗଣରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହେଉଛି ।

ଉକ୍ତ ଫଟୋଚିତ୍ର ପ୍ରଦର୍ଶନୀରେ ଚଳିତବର୍ଷର ଚନ୍ଦନଯାତ୍ରା, ରଥ ନିର୍ମାଣ ଓ ସ୍ନାନଯାତ୍ରାର ଫଟୋ ସ୍ଥାନିତ ହେବା ସହିତ ଗତବର୍ଷ ରଥଯାତ୍ରାର ଅନ୍ୟାନ୍ୟ ଫଟୋ ପ୍ରଦର୍ଶିତ ହୋଇଛି। ଏତଦ୍‌ବ୍ୟତୀତ, ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣି ଓ ଭୋଗ, ବିଦେଶୀ ଓ ଭାରତୀୟ ମୁଦ୍ରାରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ବିରଳ ଫଟୋଚିଚ୍ର, ବିଭିନ୍ନ ସମୟରେ ଶ୍ରୀମନ୍ଦିରର ରୁପରେଖ ସମ୍ପର୍କିତ ଦୁର୍ଲ୍ଲଭ ଫଟୋଚିତ୍ର ଏବଂ ଚଳିତ ବର୍ଷର ନେତ୍ରୋତ୍ସବରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ସଂକ୍ଷିପ୍ତ ନୀତିନିର୍ଘଣ୍ଟ ଦର୍ଶକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଏଥି ସହିତ, ରାଜ୍ୟସରକାରଙ୍କ ଲୋକାଦୃତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଐତିହ୍ୟସ୍ଥଳୀ ଓ ପୁରାତନ ମନ୍ଦିରଗୁଡିକର ରୁପାନ୍ତରଣ, ଭାରତର କ୍ରୀଡ଼ା ଭିତ୍ତିଭୂମିକୁ ରାଜ୍ୟ ସରକାରଙ୍କ ଅବଦାନ, ରାଜ୍ୟର କୃଷି ଓ କୃଷକ ସଶକ୍ତିକରଣ, ଶିକ୍ଷା, ଗମନାଗମନ, ମହିଳା ସଶକ୍ତିକରଣ, ଜନଜାତି ଉନ୍ନୟନ, ବିଶୁଦ୍ଧ ପାନୀୟ ଜଳଯୋଗାଣ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢୀକରଣ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରଙ୍କ ଦକ୍ଷତା ବିକାଶ ଓ ବଜାରସୁବିଧା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ, ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କ ପାଇଁ ସାମାଜିକ ସୁରକ୍ଷା ଆଦି ସମେତ ମୋ ଘର, ମଧୁବାବୁ ପେନସନ ବିତରଣ ଦିଗରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏବଂ ବିଏସ୍‌କେୱାଇ ସମ୍ପର୍କିତ ବିସ୍ତୃତ ତଥ୍ୟ ସମ୍ବଳିତ ବୋର୍ଡ଼ ଗୁଡିକୁ ଦର୍ଶକମାନେ ବହୁଳଭାବେ ପସନ୍ଦ କରୁଛନ୍ତି।

ଗତ ୧୯ ତାରିଖରେ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ପ୍ରଦର୍ଶନୀ ମଣ୍ଡପକୁ ପ୍ରତ୍ୟହ ୧୫ ହଜାରରୁ ଅଧିକ ଦର୍ଶକ ଆସି ଗୋଟିଏ ସ୍ଥାନରେ ଉଭୟ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତଥ୍ୟ ଆହରଣ କରିବା ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରୁଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଜନ୍ମବେଦୀରେ ତିନିଠାକୁର, ଆଜିଠାରୁ ଆଡପ ମଣ୍ଡପ ଦର୍ଶନ

ପୁରୀ: ତିନିଦିନର ପଥକ୍ଲାନ୍ତ ପରେ ଗତକାଲି ତିନିଠାକୁର ଆଡପ ମଣ୍ଡପ ବିଜେ କରିଛନ୍ତି। ରଥଯାତ୍ରା ଦିନ ରଥରେ ଠାକୁର ଦର୍ଶନ ଦେଇଥିଲେ। ଏହାପରେ ବୁଧବାରଦିନ ତିନି ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ଅଣାଯିବା ପରେ ସେଠାରେ ଦର୍ଶନ ଦେଇଥିଲେ। ଏହାପରେ ତିନିଠାକୁର ବର୍ତ୍ତମାନ ଅଡପମଣ୍ଡପରେ ବିଜେ କରିଛନ୍ତି।

ଆଜି ମଧ୍ୟ ଆଡପ ଅଭଡା ବାହାରିବ। ଏହି ଅଭଡା ଖାଇବାକୁ ଏବଂ ଆଡପ ଦର୍ଶନ କରିବାକୁ ଭକ୍ତମାନେ ଅପେକ୍ଷା କରି ରହିଥାନ୍ତି। ବିଶ୍ବାସ ରହିଛି ଯେ, ଥରେ ଆଡପ ମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କଲେ ସମସ୍ତ ପାପ ନାଶନ ହୋଇଥାଏ। ସେଥପାଇଁ ଭକ୍ତଙ୍କର ଭିଡ ପରିଲକ୍ଷିତ ହୋଇଥାଏ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଏଥର ୨୫୦ ଟି ନଡିଆ ସ୍ଥାପନା କରି ସୁଦର୍ଶନ ନିର୍ମାଣ କଲେ ରଥଯାତ୍ରା ବାଲୁକା କଳା

ପୁରୀ: ପବିତ୍ର ରଥଯାତ୍ରା ସମୟରେ ଭକ୍ତମାନେ ସେମାନଙ୍କ ଢଙ୍ଗରେ ପ୍ରଭୃଙ୍କୁ ସୁମରଣା କରିଥାନ୍ତି। କିଏ ଦୂରରୁ ଚାଲିଚାଲି ପୁରୀ ଆସିଥାଏ ତ କିଏ ବଡଦାଣ୍ଡରେ ନାଚନାଚି ଭକ୍ତି ପ୍ରଦର୍ଶନ କରିଥାଏ। ଠିକ୍ ସେହିପରି ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜ କଳା କୌଶଳରେ ପ୍ରଭୃଙ୍କୁ କରିଛନ୍ତି ଭକ୍ତି।

ପ୍ରତିବର୍ଷ ରଥଯାତ୍ରା ବେଳେ ନିଜର ଭିନ୍ନ ବାଲୁକା କଳା କରି ପ୍ରଶଂସିତ ହୋଇଥାନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। କେତେବେଳେ ସେ ଶହଶହ ବାଲିର ରଥ ନିର୍ମାଣ କରିଥାନ୍ତି ତ କେତେବେଳେ ଦାସିଆ ବାଉରୀ ବାଲୁକାକଳା କରି ରେକର୍ଡ କରିଥାନ୍ତି। ସେହିପରି ଚଳିତ ବର୍ଷ ସୁଦର୍ଶନ ବାଲୁକା କଳାରେ ମିଶ୍ରଣ କରିଛନ୍ତି ନଡିଆ।

ସୁଦର୍ଶନ ତାଙ୍କର ବାଲୁକା କଳାରେ ତିନୋଟି ବଡ ବାଲିର ନଡିଆ ନିର୍ମାଣ କରିଛନ୍ତି। ସେହି ଭିତରେ ସେ ତିନିଠାକୁରଙ୍କୁ ସ୍ଥାପନା କରିଛନ୍ତି। ତାଙ୍କର ମୁଣ୍ଡ ଉପରେ ତିନୋଟି ରଥ ମଧ୍ୟ ସେ ନିର୍ମାଣ କରିଛନ୍ତି। ତା ମଧ୍ୟ ଭାଗରେ ସୁଦର୍ଶନ ୨୫୦ଟି ନଡିଆ ସ୍ଥାପନ କରିଛନ୍ତି। ଯାହା ଦ୍ବାରା ବାଲୁକା କଳାର ଆକର୍ଷଣ ବେଶ ବୃଦ୍ଧି ପାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ରଥରେ ପ୍ରଭୃଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରଥ ଦଉଡିକୁ କଲେ ସ୍ପର୍ଶ

ପୁରୀ: ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷଲକ୍ଷ ଭକ୍ତଙ୍କର ଶ୍ରୀକ୍ଷେତ୍ର ପୁରୀ ସମାଗମ ହୋଇଥିଲା। ପ୍ରଭୃଙ୍କୁ ରଥ ଉପରେ ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ପୁରୀକୁ ଛୁଟି ଆସିଥିଲେଷ ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତିନିଠାକୁରଙ୍କୁ ଦର୍ଶନ କରିବା ପାଇଁ ପୁରୀ ଯାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଦୂରରେ ରହି ଜଗନ୍ନାଥ ଦର୍ଶନ କରିଥିଲେ। ସେହିପରେ ସେ ନନ୍ଦିଘୋଷ ରଥର ଦଉଡି ସ୍ପର୍ଶ କରିବା ସହିତ ସେଠାରେ ମୁଣ୍ଡିଆ ମାରିଥିଲେ। ସାଥୀରେ ଥିଲେ 5ଟି ସଚିବ ଭି କେ ପାଣ୍ଡିଆନ। ସେଠାରେ ମୁଖ୍ୟମନ୍ତ୍ରୀ ଓଡିଶା ରିଭ୍ୟୁ ଏବଂ ଉତ୍କଳ ପ୍ରସଂଗର ରଥଯାତ୍ରା ବିଶେଷାଙ୍କ ଲୋକାର୍ପଣ କରିଥିଲେ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଅଧାରେ ଅଟକିଲା ପ୍ରଭୃ ଜଗନ୍ନାଥଙ୍କ ରଥ, ମଝିରେ ମା ସୁଭଦ୍ରା, ଶରଧାବାଲିରେ ତାଳଧ୍ବଜ

ପୁରୀ: ଅଧାରେ ଅଟକିଲା ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ସେହିପରି ମା ସୁଭଦ୍ରାଙ୍କ ରଥ ମଧ୍ୟ ଅଧାରେ ଅଟକିଛି। କେବଳ ବଡ ଭାଇ ବଳଭଦ୍ରଙ୍କ ରଥ ତାଳଧ୍ବଜ ରଥ ଶରଧାବାଲିରେ ପହଞ୍ଚି ସାରିଛି। ସଂଧ୍ୟା ହେବାରୁ ଆଉ ରଥ ଟଣା ହୋଇପାରିଲା ନାହିଁ। ପୁଣି ଆସନ୍ତାକାଲି ବୁଧବାରରେ ଦୁଇ ରଥକୁ ଟାଣି ଟାଣି ନିଆଯିବ।

ଆଜି ଅପରାହ୍ନରେ ରଥର ସମସ୍ତ ନୀତିକାନ୍ତି ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ତାଳଧ୍ବଜ ରଥକୁ ଭକ୍ତମାନେ ୩ଟା ୪ ମିନିଟରେ ହରିବୋଲ ହୁଳହୁଳି ଦେଇ ଟାଣିଟାଣି ନେଇଯାଇ ଥିଲେ। ଖରା ହେବା ସତ୍ବେ ଭକ୍ତମାନେ ଆନନ୍ଦରେ ରଥ ଟାଣିଟାଣି ନେଇ ଯାଇଥିଲେ। ତାଳଧ୍ବଜ ରଥ ଗୁଣ୍ଡିଚା ମନ୍ଦିରର ଶରଧାବାଲିରେ ପହଞ୍ଚିପାରିଥିଲା।

ସେହିପରି ତାଳଧ୍ବଜ ପରେ ମା ସୁଭଦ୍ରାଙ୍କ ଦେବଦଳନ ରଥ ୩ଟା ୫୫ରେ ଗଡିବା ଆରମ୍ଭ କରିଥିଲା। ମା ସୁଭଦ୍ରାଙ୍କ ରଥ ଟାଣି ନେବାରେ ଭକ୍ତଙ୍କ ମଧ୍ୟରେ ବେଶ ଆଗ୍ରହ ପରିଲକ୍ଷିତ ହୋଇଥିଲା। ହେଲେ ମା ସୁଭଦ୍ରା ଶେଷ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିପାରି ନ ଥିଲେ। ସଂଧ୍ୟା ହେବାରୁ ମାଙ୍କ ରଥ ବଡଶଙ୍ଖ ନିକଟରେ ଅଟକି ରହିଛି।

ଶେଷରେ ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ରଥ ଅପରାହ୍ନ ୪ଟା ୪୦ରେ ଗଡିବା ଆରମ୍ଭ କରିଥିଲା। ଏହି ରଥକୁ ଟାଣିବାରେ ଭକ୍ତମାନେ ବହୁ ସମୟ ଧରି ଅପେକ୍ଷା କରି ରହିଥିଲେ। ଡାହୁକ ଡାକରାରେ ଗୋଟିଏ ନିଃଶ୍ବାସରେ ଭକ୍ତମାନେ ପ୍ରଭୃଙ୍କୁ ଭିଡି ନେଇଥିଲେ। ହେଲେ ମା ସୁଭଦ୍ରାଙ୍କ ରଥ ଆଗରେ ଅଟକି ଯିବାରୁ ପ୍ରଭୃ ମଧ୍ୟ ବଳଗଣ୍ଡି ମାଉସୀମା ମନ୍ଦିରେ ନିକଟରେ ଅଟକି ଯାଇଛନ୍ତି।

ମନ୍ଦିର ପ୍ରଶାସନ ଅନୁସାରେ ଆସନ୍ତାକାଲି ବୁଧବାରରେ ପୁଣି ରଥଟଣା ନୀତି ଆରମ୍ଭ ହେବ। ମା ସୁଭଦ୍ରା ଏବଂ ବଡଠାକୁରଙ୍କ ରଥ ଶରଧାବାଲିରେ ପହଞ୍ଚିବା ପରେ ତିନିଠାକୁର ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ସେଠାରେ ଶ୍ରୀଜିୟୁ ସାତ ଦିନ ଅବସ୍ଥାନ କରି ତାଙ୍କର ଜନ୍ମବେଦୀରେ ଦର୍ଶନ କରିବେ। ସେଠାରେ ଆଡପ ଅଭଡା ଲାଗି ହେବ, ଯାହାକୁ ପାଇବା ପାଇଁ ଭକ୍ତମାନେ ଆତୁର ସହକାରେ ଅପେକ୍ଷା କରିଥାନ୍ତି।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ରଥଯାତ୍ରା। ଲୋକାରଣ୍ୟ ହୋଇପଡିଛି ବଡ ଦାଣ୍ଡ। ପ୍ରଭୃ ଜଗନ୍ନାଥ ଭାଇ ଭଉଣୀଙ୍କୁ ସାଥିରେ ଧରି ବାହାରିବେ ଶ୍ରୀଗୁଣ୍ଡିଚା ମନ୍ଦିର। ସେଥିପାଇଁ ସିଂହଦ୍ବାରରେ ତିନିରଥ ଶ୍ରୀଜୀୟୁଙ୍କୁ ଅପେକ୍ଷା କରି ରହିଛନ୍ତି।

ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା।ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ। ଜୟ ଜଗନ୍ନାଥ।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

Rath Yatra Live: ସରିଲା ରଥ ପ୍ରତିଷ୍ଠା, କିଛି ସମୟ ପରେ ଶ୍ରୀମନ୍ଦିରରୁ ବାହାରିବେ ଶ୍ରୀଜୀୟୁ

ପୁରୀ: ବଡଦାଣ୍ଡ ପୁରୀରେ ଲାଗିଛି ଭକ୍ତଙ୍କ ଭିଡ, ସମସ୍ତେ ଅପେକ୍ଷା କରିଛନ୍ତି ପ୍ରଭୃଙ୍କ ଆଗମନକୁ। ତେବେ ରଥନୀତି ନିର୍ଘଣ୍ଟ ଅନୁସାରେ ବର୍ତ୍ତମାନ ରଥ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଛି। ଏହାପରେ ତିନିଠାକୁର ପହଣ୍ଡି ବିଜେରେ ଶ୍ରୀମନ୍ଦିରରୁ ବାହାରିବେ।

ଏ ସବୁ ଦେଖିବା ପାଇଁ ଭକ୍ତଙ୍କ ମନରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ବଡଦାଣ୍ଡ ହୋଇଛି ଲୋକାରଣ୍ୟ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ବନୀରେ ଉଛୁଳି ପଡୁଛି ଶ୍ରୀକ୍ଷେତ୍ର। ପହଣ୍ଡି ବିଜେ ନୀତି ଦିନ ୧୨ ଟା ୩୦ ସୁଦ୍ଧା ଶେଷ କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ମହାପ୍ରଭୃଙ୍କ ରଥଯାତ୍ରା, ସକାଳ ୯ ଟା ୩୦ ରେ ପହଣ୍ଡି ବିଜେ, ଜାଣନ୍ତୁ ପୁରା ନୀତି ନିର୍ଘଣ୍ଟ

ପୁରୀ: ଆସନ୍ତାକାଲି ମଙ୍ଗଳବାରରେ ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ପ୍ରଭୃ ଗୁଣ୍ଡିଚା ମନ୍ଦିର ଯିବେ। ଏହି ଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇ ସାରିଛି। କେବଳ ଅପେକ୍ଷା ପ୍ରଭୃଙ୍କ ପହଣ୍ଡି ବିଜେକୁ।

ତେବେ ରଥଯାତ୍ରା ଉପଲକ୍ଷେ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ମିଳିତ ବୈଠକରେ ପ୍ରଭୃଙ୍କ ନୀତିକାନ୍ତିର ସମୟ ନିର୍ଘଣ୍ଟ ହୋଇଛି। ସେହି ଅନୁସାରେ ମଙ୍ଗଳବାର ଦିନ ମହାପ୍ରଭୃ ସକାଳ ୯ଟା ୩୦ ରେ ପହଣ୍ଡି ବିଜେ ହୋଇ ରଥାଋଢ ହେବ। ପ୍ରଥମେ ଭାଇ ବଳଭଦ୍ର, ପରେ ମା ସୁଭଦ୍ର ଏବଂ ଶେଷରେ ଜଗନ୍ନାଥ ହଲି ଦୋହଲି ରଥ ଉପରେ ବିଜେ କରିବେ।

ତେବେ ବୈଠକରେ ଯେଉଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି ତାହା ହେଲା ପ୍ରଥମେ ମଙ୍ଗଳା ଆରତି କରାଯିବ। ଏହା ଭୋର ୬.୦୦ ଟାରେ କରାଯିବ ବୋଲି ନିଷ୍ପତି କରାଯାଇଛି। ପ୍ରଥମାର୍ଦ୍ଧରେ ମଙ୍ଗଳା ଆରତିଠାରୁ ରଥ ପ୍ରତିଷ୍ଠା ନୀତି କରାଯିବ। ଏହା ଭୋର ୬ଟାରୁ ଆରମ୍ଭ ହୋଇ ସକାଳ ୯ଟାରେ ଶେଷ ହେବ।

ଏହାପରେ ପହଣ୍ଡି ବିଜେ ପାଇଁ ସମସ୍ତ ପ୍ରସ୍ତୁତି କରାଯିବ। ୯ ଟା ୧୫ ରେ ମଙ୍ଗଳାର୍ପଣ ପରେ ଭାଇଭଉଣୀ ଜଣେ ଜଣେ ହୋଇ ପହଣ୍ଡି ବିଜେ କରି ରଥାଋଢ ହେବେ। ଏହି ନୀତି ଦିନ ୧୨ ଟା ୩୦ ସୁଦ୍ଧା ଶେଷ କରାଯିବ।

ତିନିଠାକୁର ରଥରେ ବିଜେ ହେବା ପରେ ଗଜପତି ମହାରାଜା ଛେରା ପହଁରା କରିବେ। ଏହା ମଧ୍ୟାହ୍ନ ୨ ଟା ୩୦ ରୁ ଆରମ୍ଭ ହୋଇ ୩ ଟା ୩୦ରେ ଶେଷ ହେବ। ଏହାପରେ ରଥଟଣା ପାଇଁ ଚାରମାଳ ଫିଟାଯିବା ସହିତ ଘୋଡା ଯୋଚା ଯିବ। ଅପରାହ୍ନ ପ୍ରାୟ ୪ ଟା ବେଳକୁ ରଥଟଣା ଯିବ। ଗୁଣ୍ଡିଚା ମନ୍ଦିରରେ ତିନି ରଥ ଲାଗିବା ପରେ ଅନ୍ୟାନ୍ୟ ନୀତି କରାଯିବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଥଯାତ୍ରା ଉପଲକ୍ଷେ ଓଡିଶା ସରକାର ଆୟୋଜନ କଲେ ଚିତ୍ରରେ ଜଗନ୍ନାଥ

ଭୁବନେଶ୍ବର: ଆସନ୍ତାକାଲି ରଥଯାତ୍ରା। ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ। ଲକ୍ଷଲକ୍ଷ ଭକ୍ତଙ୍କ ଗହଣରେ ପ୍ରଭୃ ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିର ଯିବେ। ଏହି ପରିପ୍ରେକ୍ଷାରେ ରାଜ୍ୟ ସଂସ୍କୃତି ବିଭାଗର ଲଳିତକଳା ଏକାଡେମୀ ଏକ ପ୍ରଦର୍ଶନୀର ଆୟୋଜନ କରିଛି। ତାହା ହେଉଛି ଚିତ୍ରରେ ଜଗନ୍ନାଥ।

ବିଭିନ୍ନ ପ୍ରତିଷ୍ଠିତ ଚିତ୍ରଶିଳ୍ପୀଙ୍କ ଚିତ୍ରକୁ ନେଇ ଏହି ପ୍ରଦର୍ଶନୀର ପରିକଳ୍ପନା କରାଯାଇଛି। ଏଥିରେ ଜଗନ୍ନାଥଙ୍କ ବିଭିନ୍ନ ନିତିକାନ୍ତି, ଜଗନ୍ନାଥଙ୍କ ବେଶ, ରଥଯାତ୍ରା, ଜଗନ୍ନାଥଙ୍କୁ ନେଇ କିମ୍ବଦନ୍ତୀ ପ୍ରଭୃତି ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀ ପୁରୀ ବ୍ଲୁ ଫ୍ଲାଗ ବିଚ ରେ ଆୟୋଜନ କରାଯାଇଛି। ଏହା 21 ଜୁନ ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର

ରଥଯାତ୍ରା ବେଳକୁ କମିବ ତାତି, ପାଣିପାଗ ବିଭାଗ ଦେଲା ବଡ ସୂଚନା

ଭୁବନେଶ୍ବର: ମହାପ୍ରଭୃଙ୍କ ରଥଯାତ୍ରା ଆସନ୍ତାକାଲି ମଙ୍ଗଳବାରରେ ଅନୁଷ୍ଠିତ ହେବ। ହେଲେ ଗତ କିଛିଦିନ ଧରି ରାଜ୍ୟରେ ଯେପରି ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ସେଥିରେ ଭକ୍ତମାନେ ବହୁ କଷ୍ଟ ପାଇବେ ବୋଲି ଅନୁମାନ କରିହେଉଛି। ହେଲେ ଏହି ସମୟରେ ପାଣିପାଗ ବିଭାଗ ଦେଇଛି ଏକ ଖୁସି ସୂଚନା।

ପାଣିପାଗ ବିଭାଗ ସୂଚନା ଅନୁସାରେ ୨୦ ତାରିଖରୁ ରାଜ୍ୟର ତାତିର ପ୍ରକୋପ କମିବ। ଆଗାମୀ ୨୦ ଜୁନରୁ ପରବର୍ତୀ ୨ଦିନ ମଧ୍ୟରେ ଦିନ ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆଜି ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ: ପାରିମାଣିକ ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା

ପୁରୀ: ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଯୌବନ ଦର୍ଶନ ହେବ। ଶୃଙ୍ଖଳିତ ନବ ଯୌବନ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନର ସାମ୍ବାଦିକ ସମ୍ମିଳନୀ କରାଯାଇଛି। ସକାଳ ୮ ଟା ରୁ ୯ ଟା ଯାଏଁ ପାରିମାଣିକ ଦର୍ଶନ କରାଯିବ। ସେଥିପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଥିବା ବେଳେ ମୋଟ ୭୦୦୦ ଭକ୍ତଙ୍କ ପାଇଁ ଟିକେଟ ବ୍ୟବସ୍ଥା ରହିଛି। ହେଲେ ଜଣେ ଭକ୍ତଙ୍କୁ କେବଳ ଦୁଇଟି ଟିକେଟ ମିଳିପାରିବ।

ତେବେ ଦକ୍ଷିଣ ଦ୍ଵାର ଦେଇ ଶ୍ରଦ୍ଧାଳୁମାନେ ପାରିମାଣିକ ଦର୍ଶନ କରିପାରିବେ। ଏହାପରେ ସକାଳ ୯ ଟାରୁ ୧୧ ଟା ଯାଏଁ ସର୍ବ ସାଧାରଣ ଦର୍ଶନ ଚାଲିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ସୁସ୍ଥ ହେଲେ ମହାପ୍ରଭୃ, ଗଜପତିଙ୍କ ପାଖକୁ ଆସିଲା ଖବର

ପୁରୀ: ସ୍ନାନଯାତ୍ରା ପରେ ମହାପ୍ରଭୃ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଚେରମୂଳି ଔଷଧ ଦେବା ପରେ ସେ ସୁସ୍ଥ ହୋଇଛନ୍ତି। ଏହି ଖବର ଗତକାଲି ଗଜପତି ଦିବ୍ୟସିଂହ ଦେବଙ୍କ ନିକଟକୁ ଆସିଥିଲା। ଶ୍ରମନ୍ଦିରରୁ ଏହି ଖବର ନେଇ ଆସିଥିଲେ ଦଇତାପତି ଓ ବିଦ୍ୟାପତି। ସେମାନେ ପାଟବସ୍ତ୍ର ଏବଂ ଚନ୍ଦନ ଧରି ଗଜପତିଙ୍କୁ ଭେଟି ଦେଲେ।

ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ରହିଛି ଏହିପରି ଏକ ପରଂପରା, ଏହାକୁ ରାଜପ୍ରାସାଦ ନୀତି ବୋଲି କୁହାଯାଇଥାଏ। ପ୍ରତିବର୍ଷ ଶ୍ରୀମନ୍ଦିରରେ ପବିତ୍ର ଅନବସର ଦ୍ୱାଦଶୀ ତିଥିରେ ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହୋଇଥାଏ। ଏହାପରେ ପ୍ରଭୃଙ୍କର ହେବ ନେତ୍ର ଉତ୍ସବ ଏବଂ ପରେ ରଥଯାତ୍ରା।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆରମ୍ଭ ହେଲା ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥକାମ, ଜାଣନ୍ତୁ ଆଜି କଣ ହେଉଛି

ପୁରୀ: ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ପୁରୀ ରଥଖଳାରେ ଆରମ୍ଭ ହୋଇଛି ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ରଥକାମ। ଗତକାଲି ତିନୋଟି କାଠକୁ ଆଜ୍ଞାମାଳ ନେଇ ପୂଜା କରିବା ପରେ ଏହି କାମର ଶୁଭାରମ୍ଭ ହୋଇଥିଲା।

ଆଜି ରଥ ଖଳାରେ କରତି ସେବକମାନେ ତିନି ରଥର ଦୁଇଟି ଲେଖାଏଁ ତୁମ୍ବ କାଠ କାଟିଥିଲେ। ଦୁଇଟି ଲେଖାଏଁ ତୁମ୍ବରୁ ତିନିରଥର ମହାରଣାମାନେ ବାରିସୀରେ ହାଣି ଗୋଟେ ଲେଖାଏଁ ତୁମ୍ଭ ଗୋଲେଇ କାର୍ଯ୍ୟ ସମ୍ପନ୍ନ କରିଛନ୍ତି।