Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱରରେ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଆଜିର ଖବର

ଏମ୍ସ ଭୁବନେଶ୍ୱରରେ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆରୋଗ୍ୟ ପ୍ରକ୍ରିୟାକୁ ଶୀଘ୍ର ଏବଂ ଉନ୍ନତ କରିବା ନିମନ୍ତେ ଆଧୁନିକ ଚିକିତ୍ସା ବ୍ୟବସ୍ଥାରେ ଯୋଗକୁ ସାମିଲ କରିବା ସମୟର ବଡ଼ ଆହ୍ବାନ। ନିଜକୁ ଶାନ୍ତ ରଖିବା ତଥା ମାନସିକ ଚାପ/ଅବସାଦକୁ ନିୟନ୍ତ୍ରଣ କରିବାରେ ଯୋଗ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ। ଅସ୍ତ୍ରୋପଚାର ପରବର୍ତ୍ତୀ ଅବସ୍ଥାରେ ତ୍ବରିତ ଆରୋଗ୍ୟ ପ୍ରଦାନରେ ମଧ୍ୟ ଯୋଗର ଭୂମିକା ଅନସ୍ବିକାର୍ଯ୍ୟ। ଆଜି ନବମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ।

ଯୋଗ ଦିବସ ଅବସରରେ ଏକ ବାର୍ତ୍ତା ମାଧ୍ୟମରେ ଡ. ବିଶ୍ବାସ ସୂଚନା ଦେଇଛନ୍ତି ଯେ ଚିକିତ୍ସା ପରବର୍ତ୍ତୀ ସମୟରେ ପୁନର୍ବାସ ପ୍ରକ୍ରିୟାକୁ ଉନ୍ନତ କରିବା ପାଇଁ ଯୋଗକୁ ବିଭିନ୍ନ ବିଭାଗ ସହିତ ସାମିଲ ପାଇଁ ଏମ୍ସ ଭୁବନେଶ୍ୱର କାର୍ଯ୍ୟ କରୁଛି। ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ମେଡିକାଲ୍ ଅଙ୍କୋଲୋଜି, ଜେନେରାଲ୍ ସର୍ଜରୀ ଏବଂ କାର୍ଡିଓଲୋଜି ଆଦି ବିଭାଗ ବିଭିନ୍ନ ଚିକିତ୍ସା ପ୍ରକ୍ରିୟାରେ ଯୋଗକୁ ଅର୍ନ୍ତଭୁକ୍ତ କରିବା ସହିତ ସୁଫଳ ପାଇଥିବା ଡ. ବିଶ୍ବାସ ସୂଚନା ଦେଇଛନ୍ତି।

ଆଜି ଏମ୍ସ ପରିସରରେ ଆୟୁଷ ବିଭାଗ ପକ୍ଷରୁ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। “ବିଶ୍ବ ଗୋଟିଏ ପରିବାର ପାଇଁ ଯୋଗ” ବିଷୟବସ୍ତୁ ସହିତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିନ୍ ଡ. ପି ଆର୍ ମହାପାତ୍ର, ଭାରପ୍ରାପ୍ତ ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଆୟୁଷ ବିଭାଗ ମୁଖ୍ୟ ତଥା ଏସ୍ଏମଓ ଡ. ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗୀୟ ମୁଖ୍ୟ, ଅଧ୍ୟାପକ/ଅଧ୍ୟାପିକା, ଡାକ୍ତରୀ/ନର୍ସିଂ/ପାରା-ମେଡିକାଲ୍ ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଜନସାଧାରଣ ଏହି ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଯୋଗ ପ୍ରଶିକ୍ଷକ ସନ୍ତୋଷ କୁମାର ସାହୁ ଯୋଗାଭ୍ୟାସ କରାଇଥିବାବେଳେ ଡ. ଶୁଭାଷିଷ ସରକାର (ହୋମିଓପାଥି) ଧନ୍ୟବାଦ ଅର୍ପଣ କରିଥିଲେ।

ସେହିଭଳି ଆୟୁଷ ବିଭାଗର ମିଳିତ ସହଯୋଗରେ କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ (ସିଏମ୍ଏଫ୍ଏମ୍) ପକ୍ଷରୁ ଆଇଆର୍ସି ଭିଲେଜ୍ ସରକାରୀ ଉଚ୍ଚବିଦ୍ୟାଳୟ(ୱାର୍ଡ ନଂ-୨୫)ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା। ଏହି ଅବସରରେ ମାନସିକ ସ୍ବାସ୍ଥ୍ୟବସ୍ଥାର ଉନ୍ନତି ଆଣିବା ପାଇଁ ଜୀବନରେ ଯୋଗର ମହତ୍ତ୍ବ ସମ୍ପର୍କରେ ଡ. ସ୍ବୟଂପ୍ରଜ୍ଞା ପରିଡ଼ା, ଡ. ପ୍ରଜ୍ଞା ପାରମିତା ଗିରି ପ୍ରମୁଖ ମତ ରଖିଥିଲେ। ଯୋଗ ପ୍ରଶିକ୍ଷକ ସନ୍ତୋଷ କୁମାର ସାହୁ ଯୋଗାଭ୍ୟାସ କରାଇଥିଲେ। ଏପରି କାର୍ଯ୍ୟକ୍ରମ ପାଇଁ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦିପ କୁମାର ବେହେରା ଏମ୍ସକୁ ଧନ୍ୟବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଉଲ୍ଲେଖଯୋଗ୍ୟଯେ ଏମ୍ସ ଭୁବନେଶ୍ୱର ଲୋକଙ୍କ ମଧ୍ୟରେ ଯୋଗର ପ୍ରଚାର ପ୍ରସାର ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଛି। ଆହୁରି ମଧ୍ୟ, ଚାପ ଏବଂ କାର୍ଯ୍ୟଭାର କମାଇବା ପାଇଁ କାର୍ଯ୍ୟକ୍ଷେତ୍ରରେ ଯୋଗାଭ୍ୟାସ ଭଳି ନିଆରା କାର୍ଯ୍ୟକ୍ରମର ପ୍ରବର୍ତ୍ତନ କରିଛି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ।

ଅନ୍ତର୍ଜାତୀୟ ଯୋଗ ଦିବସ ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.