ଭୁବନେଶ୍ବରରେ ଛେଚିଲା ବର୍ଷା, ରାସ୍ତାରେ ଆଣ୍ଠୁଏ ପାଣି

Published: Jun 22, 2023, 6:03 pm IST
ଭୁବନେଶ୍ବର: ଦୀର୍ଘଦିନ ଧରି ତତଲା କଡେଇରେ ଭାଜି ହେଉଥିବା ଭୁବନେଶ୍ବରବାସୀ ଆଜି ସେଥିରୁ ତ୍ରାହୀ ପାଇଛନ୍ତି। ଆଜି ବହୁଦିନ ପରେ ରାଜଧାନୀରେ ପ୍ରବଳ ବର୍ଷା ହୋଇଛି। ମୁଖ୍ୟତଃ ପୁରୁଣା ଭୁବନେଶ୍ବର, ଏୟାରପୋର୍ଟ ଅଞ୍ଚଳ, ଖଣ୍ଡଗିରି, ନୟାପଲ୍ଲୀ ଅଞ୍ଚଳରେ ବର୍ଷା ଏପରି ହୋଇଛି ଯେ, ରାସ୍ତାରେ ଆଣ୍ଠୁଏ ପାଣି। କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା।

ନୟାପଲ୍ଲୀ ଅଞ୍ଚଳରେ ଗାଡିମୋଟର ପାଣିରେ ବୁଡି ରହିଥିବାର ପରିଲକ୍ଷିତ ହୋଇଥିଲା।
ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ଭୁବନେଶ୍ବରରେ ଦିନ ୨ଟା ୩୦ ସୁଦ୍ଧା ୯୦.୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

Related posts