
ଅକ୍ଷୟ କୁମାର ଏବଂ କିଆରା ଆଡଭାନୀ ଅଭିନୀତ ଫିଲ୍ମ ଲକ୍ଷ୍ମୀ ବମ୍ବର ନିର୍ଦ୍ଦେଶକ ପଦରୁ ଓହରି ଯାଇଥିବା ରାଘବା ଲରେନ୍ସ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫିଲ୍ମର ଫାଷ୍ଟ ଲୁକ୍ ଅକ୍ଷୟ କୁମାର ଟ୍ବିଟ୍ଟର ଜରିଆରେ ସେୟାର କରିବା ପରେ ଲରେନ୍ସ ଏହି ଫିଲ୍ମରୁ ଓହରି ଯାଇଥିଲେ। ଫିଲ୍ମରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉନଥିବା ଅଭିଯୋଗ କରି ଫିଲ୍ମରୁ ଓହରି ଯାଇଥିଲେ ଲରେନ୍ସ। ମାତ୍ର ଅକ୍ଷୟ କୁମାରଙ୍କ ହସ୍ତକ୍ଷେପ ପରେ ପ୍ରଯୋଜକ ଏବଂ ରାଘବାଙ୍କ ମଧ୍ୟରେ ରହିଥିବା ସମସ୍ୟାର ସମାଧାନ ହେବା ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଘବା। ଶନିବାର ଅକ୍ଷୟ କୁମାରଙ୍କ ସହିତ ଏକ ଫଟୋ ସେୟାର କରି ରାଘବା ନିଜ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରିଥିବା ବେଳେ ଅକ୍ଷୟ କୁମାର, ଫିଲ୍ମର ପ୍ରଯୋଜକ ଶବିନା ଖାନ୍ ଏବଂ ନିଜ ଫ୍ୟାନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି।