ଜମ୍ମୁ କାଶ୍ମୀର: ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୪ ଆତଙ୍କବାଦୀ ନିହତ

Published: Jun 23, 2023, 5:27 pm IST

ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରର ମାଛିଲ୍ ସେକ୍ଟରର ଏକ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ପଣ୍ଡ କରିଛି। ସୁରକ୍ଷା ବାହିନୀଙ୍କ ଦ୍ଵାରା ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ମାଛିଲ୍ ସେକ୍ଟରର ବ୍ଲାକ୍ ଫରେଷ୍ଟରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି।

କାଶ୍ମୀର ଜୋନ୍ ପୋଲିସ୍ ଟୁଇଟ୍ କରି କହିଛି ଯେ, କୁପୱାଡାର ମାଛିଲ୍ ସେକ୍ଟରର କାଲା ଜଙ୍ଗଲରେ ସେନା ଏବଂ ପୋଲିସର ମିଳିତ ଅପରେସନରେ ପିଓକେ (ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀର) ରୁ ଆମ ସୀମା ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଗତ ଶୁକ୍ରବାର ଦିନ ମଧ୍ୟ କେରନ ସେକ୍ଟରର ଜୁମାଗୁଣ୍ଡ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ପଣ୍ଡା କରିଥିଲେ। ଏବଂ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

Related posts