Categories
ଆଜିର ଖବର ଜାତୀୟ ଖବର

ଉରିରେ ଦୁଇ ଆତଙ୍କବାଦୀ ନିହତ, ଅନୁପ୍ରବେଶ ଉଦ୍ୟମକୁ ବିଫଳ କଲେ ଭାରତୀୟ ଯବାନ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଉରିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଆତଙ୍କବାଦୀମାନେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଆତଙ୍କବାଦୀଙ୍କ ନିକଟରୁ ସୁରକ୍ଷା ବାହିନୀ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ସର୍ଚ୍ଚ ଅପରେସନ ଚାଲିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କାଶ୍ମୀର ପୋଲିସ ଏହି ଘଟଣାକୁ ନିଶ୍ଚିତ କରିଛି। କାଶ୍ମୀର ପୋଲିସ ଲେଖିଛି ଯେ- “ଉରିରେ ଭାରତୀୟ ସେନା ଏକ ବଡ଼ ଅନୁପ୍ରବେଶକୁ ପଣ୍ଡ କରିଛି। ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଚାଲିଛି। ଉରିରେ ଅନୁପ୍ରବେଶକୁ ରୋକିବା ପାଇଁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ପକ୍ଷରୁ ଅନେକ ଆତଙ୍କବାଦୀ ଆହତ ହୋଇଥିବା ଖବର ରହିଛି।”

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର: ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରର ମାଛିଲ୍ ସେକ୍ଟରର ଏକ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ପଣ୍ଡ କରିଛି। ସୁରକ୍ଷା ବାହିନୀଙ୍କ ଦ୍ଵାରା ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ମାଛିଲ୍ ସେକ୍ଟରର ବ୍ଲାକ୍ ଫରେଷ୍ଟରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି।

କାଶ୍ମୀର ଜୋନ୍ ପୋଲିସ୍ ଟୁଇଟ୍ କରି କହିଛି ଯେ, କୁପୱାଡାର ମାଛିଲ୍ ସେକ୍ଟରର କାଲା ଜଙ୍ଗଲରେ ସେନା ଏବଂ ପୋଲିସର ମିଳିତ ଅପରେସନରେ ପିଓକେ (ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀର) ରୁ ଆମ ସୀମା ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଗତ ଶୁକ୍ରବାର ଦିନ ମଧ୍ୟ କେରନ ସେକ୍ଟରର ଜୁମାଗୁଣ୍ଡ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ପଣ୍ଡା କରିଥିଲେ। ଏବଂ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଅନୁପ୍ରବେଶ ଉଦ୍ୟମ ବିଫଳ, ୧ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି

ଶ୍ରୀନଗର: ଭାରତୀୟ ସେନା ଆଜି ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ତଙ୍ଗଧାର ଅଞ୍ଚଳରେ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିହତ କରିଛି। ସାମରିକ ଅଧିକାରୀମାନେ କହିଛନ୍ତି ଯେ, ସେମାନେ ଅବଶିଷ୍ଟ ଅନୁପ୍ରବେଶକାରୀଙ୍କୁ ଖୋଜୁଛନ୍ତି।

ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ କହିଛନ୍ତି ଯେ, ଆତଙ୍କବାଦୀମାନେ ପାକିସ୍ତାନରୁ ଅନୁପ୍ରବେଶ କରି ରାଜୌରୀ ଜିଲ୍ଲାର ଡାଙ୍ଗ୍ରି ଗ୍ରାମରେ ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିଥିଲେ। ଅନୁପ୍ରବେଶ ଉଦ୍ୟମ ହ୍ରାସ ସତ୍ତ୍ୱେ ସୀମା ଅତିକ୍ରମ କରି ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ବଡ ଅନୁପ୍ରବେଶ ଉଦ୍ୟମ ବିଫଳ, ତିନି ଆତଙ୍କବାଦୀ ନିହତ

ଶ୍ରୀନଗର: ପୁଞ୍ଚ ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LOC) ଉପରେ ପାକିସ୍ତାନର ଏକ ବଡ ଅନୁପ୍ରବେଶ ଷଡଯନ୍ତ୍ରକୁ ଭାରତୀୟ ସେନା ପଣ୍ଡ କରିଛି। ନଭେମ୍ବର ୩ ତାରିଖରେ ହୋଇଥିବା ଅପରେସନ୍ ସମୟରେ ସେନା ପୁଞ୍ଚ ସେକ୍ଟରରେ ତିନିଜଣ ଅନୁପ୍ରବେଶକାରୀଙ୍କୁ ନିହତ କରିଛନ୍ତି। ନିହତ ଅନୁପ୍ରବେଶକାରୀଙ୍କ ଗୋଟିଏ ମୃତଦେହକୁ ଭାରତୀୟ ସେନା ଉଦ୍ଧାର କରିଛି। ତେବେ ଅବଶିଷ୍ଟ ଦୁଇ ଶବକୁ ପାକିସ୍ତାନ ଅଧିକୃତ କାଶ୍ମୀରକୁ ସମ୍ପୃକ୍ତ ଆତଙ୍କବାଦୀମାନେ ଫେରାଇ ନେଇଛନ୍ତି। ଏଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଶବଗୁଡ଼ିକୁ ଆବାସିକ ଅଞ୍ଚଳକୁ ନିଆଯାଇଛି, ଯାହାର ପ୍ରମାଣ ପ୍ରଥମ ଥର ପାଇଁ ଭାରତୀୟ ସେନାକୁ ମିଳିଛି।

ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ, ଗୁରୁବାର ସକାଳ ୧୦ ଟାରେ ଭାରତୀୟ ସେନାର ସତର୍କ ସୈନ୍ୟମାନେ ପୁଞ୍ଚ ସେକ୍ଟର (ଜମ୍ମୁ କାଶ୍ମୀର) ରେ କଣ୍ଟ୍ରୋଲ୍ ଲାଇନ୍ ର କିଛି ବ୍ୟକ୍ତିଙ୍କ ସନ୍ଦେହଜନକ ଗତିବିଧିକୁ ଲକ୍ଷ୍ୟ କରିଥିଲେ, ଯେଉଁଥିରେ ସେମାନେ ଭାରତୀୟ ନିୟନ୍ତ୍ରଣ ରେଖା ପାର୍ଶ୍ୱରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ।

ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ, ସତର୍କ ସୈନ୍ୟମାନେ ଅନୁପ୍ରବେଶକାରୀଙ୍କୁ ଚ୍ୟାଲେଞ୍ଜ କରିଥିଲେ ଏବଂ ଆତଙ୍କବାଦୀମାନେ ସୈନିକଙ୍କ ଉପରକୁ ଗୁଳି ଚଳାଇଥିଲେ। ପ୍ରତିଶୋଧ ପରାୟଣ ହୋଇ ସୈନିକମାନେ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଆତଙ୍କବାଦୀଙ୍କ ମୃତଦେହ ସହିତ ଗୋଳାବାରୁଦ, ୨ ଟି ଏକେ-୪୭ ରାଇଫଲ, ପିସ୍ତଲ ଏବଂ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ଜବତ କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କାଶ୍ମୀରର କୁପୱାଡାରେ ଅନୁପ୍ରବେଶ ଉଦ୍ୟମ ବିଫଳ, ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ସୀମା ଆରପାର୍ଶ୍ୱରୁ ପ୍ରତ୍ୟେକ ଅନୁପ୍ରବେଶ ଉପରେ ଭାରତୀୟ ସୁରକ୍ଷା ବାହିନୀ ତୀକ୍ଷ୍ଣ ନଜର ରଖିଛି। ଏହି ସମୟ ମଧ୍ୟରେ ଆଜି ଏକ ଅନୁପ୍ରବେଶକୁ ଭାରତୀୟ ସେନା ପୁଣି ଥରେ ବିଫଳ କରିଛି। ଜମ୍ମୁ କାଶ୍ମୀରର କୁପୱାଡାର ତଙ୍ଗଧାର ଅଞ୍ଚଳରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେନା କର୍ମଚାରୀଙ୍କ ତତ୍ପରତା ହେତୁ ଏହା ସମ୍ଭବ ହୋଇପାରିନଥିଲା। ବର୍ତ୍ତମାନ ଅପରେସନ୍ ଜାରି ରହିଛି।

ଏହା କୁହାଯାଇଛି ଯେ ଅନୁପ୍ରବେଶ ଉଦ୍ୟମ ସମୟରେ ସେନା କର୍ମଚାରୀ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇ ଜଣେ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ତେବେ କେତେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସେନାଙ୍କ କହିବାନୁସାରେ, ଗତ କିଛି ମାସ ମଧ୍ୟରେ ଅନୁପ୍ରବେଶର ଘଟଣା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବାବେଳେ ଆତଙ୍କବାଦୀମାନେ ପ୍ରତ୍ୟେକ ଥର ଏପରି ଉଦ୍ୟମ କରିଥିଲେ ମଧ୍ୟ ସେମାନେ ବିଫଳ ହୋଇଛନ୍ତି। ଏଥିସହିତ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନାର ଅପରେସନ ଜାରି ରହିଛି।