କାଶ୍ମୀରର କୁପୱାଡାରେ ଅନୁପ୍ରବେଶ ଉଦ୍ୟମ ବିଫଳ, ଜଣେ ଆତଙ୍କବାଦୀ ନିହତ

Published: May 20, 2022, 2:14 pm IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ସୀମା ଆରପାର୍ଶ୍ୱରୁ ପ୍ରତ୍ୟେକ ଅନୁପ୍ରବେଶ ଉପରେ ଭାରତୀୟ ସୁରକ୍ଷା ବାହିନୀ ତୀକ୍ଷ୍ଣ ନଜର ରଖିଛି। ଏହି ସମୟ ମଧ୍ୟରେ ଆଜି ଏକ ଅନୁପ୍ରବେଶକୁ ଭାରତୀୟ ସେନା ପୁଣି ଥରେ ବିଫଳ କରିଛି। ଜମ୍ମୁ କାଶ୍ମୀରର କୁପୱାଡାର ତଙ୍ଗଧାର ଅଞ୍ଚଳରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେନା କର୍ମଚାରୀଙ୍କ ତତ୍ପରତା ହେତୁ ଏହା ସମ୍ଭବ ହୋଇପାରିନଥିଲା। ବର୍ତ୍ତମାନ ଅପରେସନ୍ ଜାରି ରହିଛି।

ଏହା କୁହାଯାଇଛି ଯେ ଅନୁପ୍ରବେଶ ଉଦ୍ୟମ ସମୟରେ ସେନା କର୍ମଚାରୀ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇ ଜଣେ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ତେବେ କେତେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସେନାଙ୍କ କହିବାନୁସାରେ, ଗତ କିଛି ମାସ ମଧ୍ୟରେ ଅନୁପ୍ରବେଶର ଘଟଣା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବାବେଳେ ଆତଙ୍କବାଦୀମାନେ ପ୍ରତ୍ୟେକ ଥର ଏପରି ଉଦ୍ୟମ କରିଥିଲେ ମଧ୍ୟ ସେମାନେ ବିଫଳ ହୋଇଛନ୍ତି। ଏଥିସହିତ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନାର ଅପରେସନ ଜାରି ରହିଛି।

Related posts