Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ନେଇଥିବା ନିଷ୍ପତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ୱାଗତ
ଆଜିର ଖବର

ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ନେଇଥିବା ନିଷ୍ପତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ୱାଗତ

June 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ଏବଂ ଆମେରିକୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ରଣନୈତିକ ଭାଗିଦାରୀକୁ ମଜଭୂତ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନେଇଥିବା ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ ଭାରତ ଏବଂ ଆମେରିକା ଦ୍ୱାରା ନିକଟରେ ଆରମ୍ଭ ହୋଇଥିବା ଇନିସିଏଟିଭ୍ ଆଣ୍ଡ୍ କ୍ରିଟିକାଲ ଆଣ୍ଡ୍ ଏମରଜିଂ ଟେକ୍ନୋଲୋଜି (ଆଇସିଇଟି) ଦୁଇ ଦେଶର ଭାଗିଦାରୀରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରିବ। ଭାରତ ଏବଂ ଆମେରିକାରେ ବିଶେଷ କରି ଯୁବ ପ୍ରତିଭା ତଥା ନୂତନ ଯୁଗର ଜ୍ଞାନକୌଶଳ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସମନ୍ୱୟ ମୂଳକ ଗବେଷଣା ଓ ବିକାଶ କେନ୍ଦ୍ର ପ୍ରଦାନ କରି।

ଶ୍ରେଷ୍ଠ ଆଇଆଇଟି ଏବଂ ଆଇଆଇଏସସିକୁ ସାମିଲ କରି ଆସୋସିଏନ ଅଫ୍ ଆମେରିକା ୟୁନିଭରସିଟି ପକ୍ଷରୁ ଜଏଣ୍ଟ୍ ଟାସ୍କଫୋର୍ସ ଗଠନ ନେଇ ମଧ୍ୟ ଆଲୋଚନା ହୋଇଛି। ଏହି ଦୁଇ ନେତାଙ୍କ କଳ୍ପନାକୁ ସାକାର କରିବା ଦିଗରେ ଭାରତର ଶିକ୍ଷା ମନ୍ତ୍ରଣାଳୟ ସେମିକଣ୍ଡକ୍ଟର, ସ୍ଥାୟୀ କୃଷି, ସ୍ୱଚ୍ଛ ଇନ୍ଧନ, ସ୍ୱାସ୍ଥ୍ୟ, ମହାମାରୀ ପାଇଁ ପ୍ରସ୍ତୁତି ଓ ଉଭା ହେଉଥିବା ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ଗବେଷଣା ଭାଗିଦାରୀ ଓ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଗଭୀର କରିବା ପାଇଁ ଇଣ୍ଡୋ-ୟୁଏସ ଗ୍ଲୋବାଲ ଚ୍ୟାଲେଞ୍ଜ୍ ଇନଷ୍ଟିଚ୍ୟୁଟ୍ ସ୍ଥାପନ କରିବା ପାଇଁ କାର୍ଯ୍ୟ କରିବ।

ଶିଳ୍ପ ସଂସ୍ଥାର ସହଯୋଗ, ବିଶେଷଜ୍ଞ ଓ ଷ୍ଟାର୍ଟଅପର ଅନ୍ତର୍ଭୃକ୍ତିକରଣ ସହିତ ଏହି ଔପଚାରିକ ଭାଗିଦାରୀ ସୃଜନଶୀଳ ଚିନ୍ତାଧାରା, ଛାତ୍ର ବିନିମୟ ଓ ଯୁଗ୍ମ ବୌଦ୍ଧିକ କ୍ଷମତାକୁ ପ୍ରୋତ୍ସାହିତ କରିବ। ଏହା ଏକାଡେମିକ ଭାଗିଦାରୀ ଏକ ସ୍ଥାୟୀ ଏବଂ ସୁରକ୍ଷିତ ଭବିଷ୍ୟତ ପାଇଁ ସମାଧାନର ସୂତ୍ର ବାହାର କରିବା ଦିଗରେ ସହାୟକ ହେବ। ଶକ୍ତିଶାଳୀ ରାଷ୍ଟ୍ର ଗୁଡ଼ିକ ଶିକ୍ଷା ଏବଂ ଗବେଷଣାରେ ହାତ ମିଳାଇବା ଏକ ଐତିହାସିକ ମୁହୂର୍ତ୍ତ। କାରଣ ଆଗାମୀ ଦିନ ଗୁଡ଼ିକରେ ଏହି ସମ୍ପର୍କ ବିଶ୍ୱସ୍ତରରେ ପ୍ରଭାବ ପକାଇବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ମୌସୁମୀ ପୂର୍ବରୁ ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କଲା ପୂର୍ବତଟ ରେଳପଥ

June 16, 2026

ତ୍ୟାଗ ଓ ତିତୀକ୍ଷାର ମାଟି ‘ବାଜପୁର’: ସାଂସଦ ଅପରାଜିତା ଷଡ଼ଙ୍ଗୀ

June 16, 2026

ସମ୍ ହସ୍ପିଟାଲରେ ହାଇ-ଟେକ୍ ନ୍ୟୁରୋସର୍ଜରୀ ଦ୍ୱାରା ୬୦ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା

June 16, 2026

ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସଦର ମହକୁମାରେ ମିଳିତ ଜନଶୁଣାଣି ଶିବିର

June 16, 2026
Latest News

ମୌସୁମୀ ପୂର୍ବରୁ ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କଲା ପୂର୍ବତଟ ରେଳପଥ

June 16, 2026

ତ୍ୟାଗ ଓ ତିତୀକ୍ଷାର ମାଟି ‘ବାଜପୁର’: ସାଂସଦ ଅପରାଜିତା ଷଡ଼ଙ୍ଗୀ

June 16, 2026

ସମ୍ ହସ୍ପିଟାଲରେ ହାଇ-ଟେକ୍ ନ୍ୟୁରୋସର୍ଜରୀ ଦ୍ୱାରା ୬୦ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା

June 16, 2026

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସଦର ମହକୁମାରେ ମିଳିତ ଜନଶୁଣାଣି ଶିବିର

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.