ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published: Jun 24, 2023, 11:24 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୈଦ୍ୟନାଥ ପୁର ଥାନା ରାମନଗର ୩ ୟ ଗଳିରେ ରହୁଥିବା ସୁନୀତା ପଣ୍ଡା ନାମ୍ନୀ ଜନୈକ ମହିଳାଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ସ୍ବାମୀଙ୍କ ନାମ ସୁଶାନ୍ତ ପଣ୍ଡା ଓ ଉଭୟେ ଉକ୍ତ ଘରେ ରହୁଥିଲେ। ତାଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି।

ମହିଳାଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ପାରିବାରିକ ଗଣ୍ଡଗୋଳ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ସାହିପଡିଶା ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆତ୍ମହତ୍ୟାର କାରଣ ଜଣାପଡିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

Related posts