Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ମାଟିର ସ୍ୱର” ଅନୁଷ୍ଠାନ ସମ୍ବନ୍ଧରେ ପଚାରି ବୁଝିବା ସହ ପରିବେଶକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ
ଆଜିର ଖବର

“ମାଟିର ସ୍ୱର” ଅନୁଷ୍ଠାନ ସମ୍ବନ୍ଧରେ ପଚାରି ବୁଝିବା ସହ ପରିବେଶକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ

June 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୁଧାକର ମିଶ୍ର

ନୟାଗଡ/ଭୁବନେଶ୍ଵର: ସାମ୍ପ୍ରତିକ ବିଶ୍ୱରେ ଅସନ୍ତୁଳିତ ପରିବେଶ ଜୀବଜଗତ ପ୍ରତି ଏକ ଆହ୍ୱାନ ରୂପେ ଉଭା ହୋଇଛି। ବିଶ୍ଵ ତାପମାତ୍ରା ବୃଦ୍ଧି ହେବା ସହିତ ଜଳବାୟୁ ପରିବର୍ତ୍ତନ ପୃଥିବୀର ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷକୁ ହନ୍ତସନ୍ତ କରି ସାରିଲାଣି। କରୋନା ମହାମାରୀ ପରି ଚଳିତ ବର୍ଷର ପ୍ରଚଣ୍ଡ ଖରା ଚତୁର ଓ ଜ୍ଞାନୀ ବିଜ୍ଞ ବୋଲାଉଥିବା ଭଦ୍ର ମଣିଷକୁ ଘାଇଲା କରିଛି। ଆଗକୁ ଦେଖାଯାଉଥିବା ପରିବେଶ ଜନିତ ସମସ୍ୟାର ମୁକାବିଲା କରିବାକୁ ହେଲେ ମାନବ ସମାଜ ସତର୍କ ରହିବା ଆବଶ୍ୟକ। ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଧ୍ୟାନ ଦେବା ଉଚିତ।

“ପରିବେଶ ସମନ୍ଵୟ ସମିତି” ନୟାଗଡ଼ ଜିଲ୍ଲା ଓ ପ୍ରଗତିଶୀଳ ସମାଜ କେନ୍ଦ୍ରିକ ସାହିତ୍ୟ ଅନୁଷ୍ଠାନ “ମାଟିର ସ୍ୱର” ତରଫରୁ ଯଥାକ୍ରମେ ପ୍ରଭାତ କୁମାର ସାହୁ, ପ୍ରଫୁଲ୍ଲ ମାଝି, ପ୍ରକୃତିବନ୍ଧୁ ସୁକାନ୍ତ ଚୌଧୁରୀ, ସମାଜସେବୀ ପ୍ରଶାନ୍ତ ପଟ୍ଟନାୟକ, ଲେଖିକା ଡ଼. ବାସନ୍ତୀ ମହାନ୍ତି, ରୋଟାରିଆନ ରୁଦ୍ର ପ୍ରସାଦ ମହାପାତ୍ର ଓ ମହେଶ୍ୱେତା ନାହାନ୍ତୀ ଇତ୍ୟାଦି ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ମହୋଦୟଙ୍କୁ ସାକ୍ଷାତ କରି “ମାଟିର ସ୍ୱର” କବିତା ସଂକଳନ ପ୍ରଦାନ କରିଥିଲେ।

“ମାଟିର ସ୍ୱର” ଅନୁଷ୍ଠାନ ସମ୍ବନ୍ଧରେ ପଚାରି ବୁଝିବା ସହିତ ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣକୁ ପ୍ରାଧାନ୍ୟ ଦେଇ ମହାମହିମ ରାଜ୍ୟପାଳ କହିଥିଲେ ଯେ, “ଅଗର୍ ପେଡ୍ ଶାସ୍ ପ୍ରସ୍ୱଶ ନେହିଁ ଲେନା ହେ ତୋ, ମାନବ ସମାଜ କୈସେ ବଚେଗା ??

ଏ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାଟି ଥିଲା ମହାମହିମ ରାଜ୍ୟପାଳଙ୍କର ଆମମାନଙ୍କ ପାଇଁ। ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଥିବା ବେଲ ଚାରାଟି ଶ୍ରଦ୍ଧାର ସହ ରାଜ୍ୟପାଳ ଗ୍ରହଣ କରିଥିଲେ ଏବଂ ବଗିଚାରେ ତୁରନ୍ତ ରୋପଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

ସମାଜ, ସାହିତ୍ୟ ଓ ପରିବେଶ ପରସ୍ପର ପରିପୂରକ। ଏ ଉପଦେଶ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ଆମେ ବିଚାର କରୁଛୁ। ମାଟିର ସ୍ୱର ଅନୁଷ୍ଠାନକୁ ସ୍ନେହ ଶ୍ରଦ୍ଧା ଓ ସମ୍ମାନ ପ୍ରଦାନ କରି ଏହି ଅନୁଷ୍ଠାନର କାମନା କରିଥିବାରୁ ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମହୋଦୟଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ଓଡିଶା ରାଜ୍ୟପାଳ କରୋନା ମହାମାରୀ ଜଳବାୟୁ ପରିବର୍ତ୍ତନ ପ୍ରଫେସର୍‍ ଗଣେଶୀ ଲାଲ
Share. Facebook Twitter LinkedIn Email WhatsApp Copy Link

Related Posts

୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା: ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

August 28, 2026

ଇସ୍ତଫା ଦେବେ ନ୍ୟାସନାଲ କନଫରେନ୍ସ ସାଂସଦ: ଦଳ ମଧ୍ୟ ଛାଡିବେ

August 28, 2026

ନେପାଳ ପାଇଁ ଆଉ ଏକ ବଡ଼ ବିପର୍ଯ୍ୟୟ!: ସତର୍କତା ଜାରି କଲା ଚୀନ୍ 

August 28, 2026

ଆଜିଠାରୁ ମହିଳା କ୍ରିକେଟ ଏସିଆ କପ୍: ଦେଖନ୍ତୁ ଭାରତର କାର୍ଯ୍ୟସୂଚୀ

August 28, 2026
Latest News

୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା: ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

August 28, 2026

ଇସ୍ତଫା ଦେବେ ନ୍ୟାସନାଲ କନଫରେନ୍ସ ସାଂସଦ: ଦଳ ମଧ୍ୟ ଛାଡିବେ

August 28, 2026

ନେପାଳ ପାଇଁ ଆଉ ଏକ ବଡ଼ ବିପର୍ଯ୍ୟୟ!: ସତର୍କତା ଜାରି କଲା ଚୀନ୍ 

August 28, 2026

ଆଜିଠାରୁ ମହିଳା କ୍ରିକେଟ ଏସିଆ କପ୍: ଦେଖନ୍ତୁ ଭାରତର କାର୍ଯ୍ୟସୂଚୀ

August 28, 2026

ସଙ୍କଟକୁ ସାମ୍ନା କରି ହରମୁଜ୍ ରୁ ଆସୁଛି ଇରାକୀ ତେଲ: ପୂର୍ଣ୍ଣ ଶକ୍ତି ଲଗାଉଛି ବିପିସିଏଲ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.