Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ରେଳ ଦୁର୍ଘଟଣାରେ ପୀଡ଼ିତଙ୍କୁ ଶୁଖିଲା ରାସନ ରିଲିଫ୍ ବଂଟନ ଆରମ୍ଭ
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ରେଳ ଦୁର୍ଘଟଣାରେ ପୀଡ଼ିତଙ୍କୁ ଶୁଖିଲା ରାସନ ରିଲିଫ୍ ବଂଟନ ଆରମ୍ଭ

June 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିିଥିବା ଦୁଃଖଦ ଟ୍ରେନ୍ ଦୁର୍ଘଟଣାର ମୃତକ ଓ ଗୁରୁତର ଆହତଙ୍କ ପରିବାର ସଦସ୍ୟମାନଙ୍କୁ ସହାୟତା ଉଦ୍ୟମ ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୀଡ଼ିତ ପରିବାରଙ୍କୁ ଶୁଖିଲା ରାସନ ବଂଟନ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାରୁ ଆରମ୍ଭ କରାଯାଇଛି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ୧୦ ସୂତ୍ରୀ ରିଲିଫ୍ ଯୋଜନାର ଏକ ଅଂଶ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପୀଡ଼ିତଙ୍କ ପରିବାରକୁ ଛଅ ମାସର ଶୁଖିଲା ରାସନ ସମେତ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଆଶ୍ୱସ୍ତି ପାଇଁ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ଫାଉଣ୍ଡେସନ ପୂର୍ବରୁ ଘୋଷଣା କରିଥିଲା।

ଆଜି ଭଦ୍ରକ ସହରରେ ଭଦ୍ରକ ଜିଲ୍ଲାର ପୀଡ଼ିତମାନଙ୍କ ପରିବାର ସଦସ୍ୟ ରିଲାଏନ୍ସ ଫାଉଣ୍ଡେସନଠାରୁ ଶୁଖିଲା ରାସନ ସାମଗ୍ରୀ ଗ୍ରହଣ କରିଛନ୍ତି। ଏହି ଅବସରରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ସେକ୍ସନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ଳାନ କୁମାର ସେନାପତି ଓ ଏସ୍‌ଇଏଡିଏର ସହାୟକ ସଚିବ ଅଞ୍ଜନ କୁମାର ଚାନ୍ଦଙ୍କ ସମେତ ରିଲାଏନ୍ସ ଫାଉଣ୍ଡେସନ ବିପର୍ଯ୍ୟୟ ପରିଚାଳନା ଟିମ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲା ଓ ରାଜ୍ୟଗୁଡ଼ିକରେ ରହିଥିବା ପୀଡ଼ିତଙ୍କ ପରିବାରବର୍ଗଙ୍କୁ ଛଅ ମାସର ଶୁଖିଲା ରାସନ ରିଲିଫ୍ ସାମଗ୍ରୀ ପ୍ରଦାନ କରାଯିବ।

ଓଡିଶା ସମେତ ବିଭିନ୍ନ ରାଜ୍ୟରେ ରହିଥିବା ଏହି ଟ୍ରେନ୍ ଦୁର୍ଘଟଣାର ପୀଡ଼ିତ ପରିବାରଗୁଡ଼ିକ ଚିହ୍ନଟ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ବିଭିନ୍ନ କର୍ତୃପକ୍ଷ ଓ ସରକାରୀ ଏଜେନ୍ସିମାନଙ୍କ ସହ ମିଶି କାର୍ଯ୍ୟ କରୁଛି। ଏହା ପରେ ଘରକୁ ଘର ଯାଇ ପ୍ରତ୍ୟେକଙ୍କର ବ୍ୟକ୍ତିବିଶେଷ ଆବଶ୍ୟକତାର ଅନୁଶୀଳନ କରାଯାଉଛି। ପୂର୍ବରୁ ବିପର୍ଯ୍ୟୟ ମୁକାବିଲାରେ ନିୟୋଜିତ ଆମ୍ବୁଲାନ୍ସଗୁଡ଼ିକୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଜିଓ-ବିପି ନେଟ୍‌ୱର୍କ ଜରିଆରେ ମାଗଣାରେ ତେଲ ପ୍ରଦାନ କରଯାଇଛି। ଏଥି ସହିତ, ପିଲାମାନଙ୍କୁ ସ୍କୁଲ ଯିବାକୁ ପ୍ରସ୍ତୁତ କରିବା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ବାହାନଗା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟର ସହଯୋଗରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅନ୍ୟ ଅଂଶୀଦାରମାନଙ୍କ ପାଇଁ ଏକ ତିନିଦିନିଆ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ପିଲା ଓ ଅଭିଭାବକମାନେ ସାମ୍ନା କରିଥିବା ମନସ୍ତାତ୍ୱିକ ଆହ୍ୱାନର ମୁକାବିଲା କରିବା।

ବାଲେଶ୍ୱରର ବାହାନଗାରେ ଘଟିଥିବା ଦୁଃଖଦ ଟ୍ରେନ୍ ଦୁର୍ଘଟଣାର ପୀଡ଼ିତ, ଆହତ ବ୍ୟକ୍ତିି ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ତୁରନ୍ତ ସହାୟତା ଦରକାର ହୋଇଥିଲା।

ଦୁର୍ଘଟଣା ସ୍ଥଳରେ ଶୀଘ୍ର ପହଂଚି ଓ ପ୍ରଭାବିତ ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନର ଉଦ୍ଧାରକାରୀ ଦଳ ପକ୍ଷରୁ କ୍ଷେତ୍ରରେ ନିୟୋଜିତ ପୋଲିସ ବଳ ଓ ସ୍ୱେଚ୍ଛାସେବୀମାନଙ୍କୁ ଫେସ୍ ମାସ୍କ, ସର୍ଜିକାଲ୍ ଗ୍ଲୋଭ୍‌ସ, ବେଡ୍‌ସିଟ୍‌, ଔଷଧ, ପାନୀୟ ଜଳ ଏବଂ ଖାଦ୍ୟ ଉପଲବ୍ଧ କରାଯାଇଥିଲା। ଦୁର୍ଘଟଣା ପୀଡ଼ିତଙ୍କ ଅପୂରଣୀୟ କ୍ଷତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୧୦-ସୂତ୍ରୀ ରିଲିଫ୍ ଯୋଜନା ଘୋଷଣା କରାଯାଇଥିଲା।

ରିଲାଏନ୍ସ ଫାଉଣ୍ଡେସନ ରେଳ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣେସ୍ଥିତ ଏଫଟିଆଇଆଇ ଏବଂ ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କଲେ ଚଞ୍ଚଲ କୁମାର 

April 5, 2026

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026

ପୂର୍ତ୍ତ ବିଭାଗ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

April 5, 2026

ଏପ୍ରିଲ ପାଞ୍ଚ ତାରିଖରେ ଏହି ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 5, 2026
Latest News

ପୁଣେସ୍ଥିତ ଏଫଟିଆଇଆଇ ଏବଂ ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କଲେ ଚଞ୍ଚଲ କୁମାର 

April 5, 2026

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026

ପଶ୍ଚିମ ଏସିଆର ପରିସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଅପଡେଟ୍

April 5, 2026

ବଜ୍ରକୋଟ ବିଦ୍ୟାଳୟରେ ଧୂମଧାମରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ

April 5, 2026

ବାଣପୁର ଶିକ୍ଷା ମଣ୍ଡଳ ସ୍ତରୀୟ ଖଡ଼ିଛୁଆଁ ପର୍ବ ପାଳିତ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.