Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର: ସିଂହଦ୍ୱାରରେ ପହଚିଂଲା ତିନି ରଥ, ଆସନ୍ତାକାଲି ନିଳାଦ୍ରି ବିଜେ ହେବେ ତିନି ଠାକୁର
ଆଜିର ଖବର

ରଣପୁର: ସିଂହଦ୍ୱାରରେ ପହଚିଂଲା ତିନି ରଥ, ଆସନ୍ତାକାଲି ନିଳାଦ୍ରି ବିଜେ ହେବେ ତିନି ଠାକୁର

June 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ରଣପୁର ରଥ ଯାତ୍ରାରେ ଆଜି ଲକ୍ଷ୍ମୀନାରାୟଣ ଭେଟ ସମ୍ପନ୍ନ ହେବାସହ ତିନି ରଥ ସିଂହ ଦ୍ୱାର ନିକଟରେ ପହଚିଂଛି।

ବାହୁଡା ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ନିକଟରେ ପହଚିଂଥିବାବେଳେ ମା ସୁଭଦ୍ରାଙ୍କ ଦେବିଦଳନ ରଥ ଚଣ୍ଡେଶ୍ୱର ସାହି ଠାରେ ଅଟକି ରହିଥିଲା ଓ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ରହିଥିଲା। ପବିତ୍ର ବଡ ଏକାଦଶୀ ରେ ରଥଟଣା ବନ୍ଦ ରହିଥିବା ବେଳେ , ପଚୁଂଦୋଳ ପଡିଆଠାରେ ଓଡିଶାର ପ୍ରତିଷ୍ଟିତ କଣ୍ଠ ଶିଳ୍ପିମାନଙ୍କୁ ନେଇ ଏକ ଭଜନ ସମାରୋହ ଅନୁଷ୍ଟିତ ହୋଇଯାଇଥିଲା। ଆଜି ରଣପୁର ରେ ଅସୟ ଗରମ ଅନୁଭୂତ ହୋଇଥିଲା।

ଅପରାହ୍ନ ୩ ଟାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳ ମାନେ ଟାଣି ଥିଲେ। ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ଟଣାଯାଇଥିଲା। ଅପରାହ୍ନ ୬ଟା ମିନିଟ୍ ରେ ନନ୍ଦିଘୋଷ ଦୋଳମଣ୍ଡପ ନିକଟରେ ଆସି ପହଚିଂଥିଲା। ପରେ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ମହାଲକ୍ଷ୍ମୀ ଯାଇ ଜଗନ୍ନାଥଙ୍କ ରଥ ସମ୍ମୁଖରେ ପହଚିଂଥିଲେ। ରଥ ଚାରିପଟେ ନିରୀକ୍ଷଣ କଲାପରେ ସେଠାରେ ଆଳତି ଅନୁଷ୍ଠିତ ହୋଇଥିଲା।

ପରେ ଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ ମନ୍ଦିରକୁ ଗମନ କରିଥିଲେ। ଲକ୍ଷ୍ମୀ ନାରାୟଣଙ୍କର ଏହି ଭେଟ ନିତି ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବାସହ ହରିବୋଲ ହୁଳହୁଳିରେ ଏକ ଭକ୍ତି ମୟ ପରିବେଷ ସୃଷ୍ଟି ହୋଇଥିଲା। ମହାଲକ୍ଷ୍ମୀ ମନ୍ଦିର ଆସି ଚାହାଣୀ ମଣ୍ଡପରେ ଉପସ୍ଥିତ ହୋଇଥିଲେ। ସେଠାରେ ଆଲତି ସମାପନ ପରେ ନନ୍ଦିଘୋଷ ସିଂହଦ୍ୱର ନିକଟରେ ଲାଗିଥିଲା। ରଥ ସିଂହ ଦ୍ୱାର ରେ ପହଚିଂଲା ବେଳକୁ ରାତି ହୋଇଯାଇଥିଲା।

ଆସନ୍ତାକାଲି ଅଧର ପଣା ନିତି ସଂମ୍ପନ୍ନ ପରେ ତିନି ଠାକୁରଙ୍କୁ ନିଳାଦ୍ରିବିଜେ କରାଜିବ ବୋଲି ମନ୍ଦିର ପ୍ରଶାସନ ଠାରୁ ଜଣାଯାଇଛି। ଆଜି ରଥ ଯାତ୍ରାରେ ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ସ୍ଥାନୀୟ ତହସିଲ ଦାର ଇପସିତ ସାହୁ , ଏନଏସି ଅଧକ୍ଷା ରଙ୍ଗିନ୍ ମହାନ୍ତି, ଏନଏସି ଉପାଧକ୍ଷ ବିଶ୍ୱରଞନ ପଟନାୟକ,ସ୍ଥାନୀୟ ଆଇଆଇସି ନିହାର ରଞନ ମହାନ୍ତି ,ରାଜା ମହାନ୍ତି ,ମନ୍ଦିର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

ଅଧର ପଣା ଦ୍ୱିତୀୟ ଶ୍ରୀ କ୍ଷେତ୍ର ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.