Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଫ୍‌ଏଲ୍‌ଏନ୍‌ କାର୍ଯ୍ୟକ୍ରମର ସମୀକ୍ଷା: କ୍ଲଷ୍ଟର ସ୍ତରୀୟ ବୈଠକରେ ଯୋଗଦେବେ ବରିଷ୍ଠ ଅଧିକାରୀ
ଆଜିର ଖବର

ଏଫ୍‌ଏଲ୍‌ଏନ୍‌ କାର୍ଯ୍ୟକ୍ରମର ସମୀକ୍ଷା: କ୍ଲଷ୍ଟର ସ୍ତରୀୟ ବୈଠକରେ ଯୋଗଦେବେ ବରିଷ୍ଠ ଅଧିକାରୀ

June 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ(ଏଫ୍‌ଏଲ୍‌ଏନ୍‌)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥୀ ଏସ୍‌ ଯୋଗଦେଇ ଏଫ୍‌ଏଲ୍‌ଏନର ସମୀକ୍ଷା କରିବା ସହ ଏହାର ପ୍ରକୃତ ଲକ୍ଷ୍ୟ ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟେକ ସ୍କୁଲର ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ମୌଳିକ ଜ୍ଞାନ ସହ ଗାଣିତିକ ଜ୍ଞାନରେ ସୁଦୃଢ ହୋଇପାରିବେ, ତାହା ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଭାଷା ଓ ଗାଣିତିକ ଜ୍ଞାନକୁ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଏ ନେଇ ସ୍ୱତନ୍ତ୍ର ପାଠ୍ୟଖସଡା ପ୍ରସ୍ତୁତ ହୋଇଛି। ଯାହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସହଜ, ସରଳ ଭାବେ ଶିଖିପାରିବେ। ଶିକ୍ଷକମାନଙ୍କୁ ମଧ୍ୟ ଏନେଇ ପ୍ରଶିକ୍ଷଣ ଦିଆଯାଇଛି।

ଏହି ବୈଠକରେ ଆଗାମୀ ୧୦ ମାସ ପାଇଁ କାର୍ଯ୍ୟକ୍ରମର ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି। ଏଫ୍‌ଏଲ୍‌ଏନର କାର୍ଯ୍ୟକାରିତା ଦିଗରେ ବିଭିନ୍ନ ସ୍ତରରେ ଦାୟିତ୍ୱ ନିର୍ବାହ ପାଇଁ ଆଲୋଚନା ହୋଇଛି। ଭାଷା ଓ ଗାଣିତିକ ଜ୍ଞାନ କ୍ଷେତ୍ରରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧିର ଅଗ୍ରଗତି ନେଇ ଏଣିକି କ୍ଲଷ୍ଟର ସ୍ତରରେ ଶିକ୍ଷକମାନଙ୍କର ବୈଠକ କରିବାକୁ ବିଭାଗୀୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। କ୍ଲଷ୍ଟରସ୍ତରୀୟ ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା କରିବାକୁ ସଚିବ ପରାମର୍ଶ ଦେଇଥିଲେ। ଏନେଇ ସିଆର୍‌ସିସିମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ନିୟମିତ ସ୍କୁଲ ପରିଦର୍ଶନ କରିବା ସହ ମାସର କୌଣସି ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟରତ ଶନିବାର ଦିନ କ୍ଲଷ୍ଟର ସ୍ତରରେ ବୈଠକର ଆୟୋଜନ କରିବେ। ପ୍ରତ୍ୟେକ ବୈଠକ ଏକ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ଉପରେ ଆଧାରିତ ହେବ। କାର୍ଯ୍ୟକ୍ରମର ଅଗ୍ରଗତି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ। ଏଫ୍‌ଏଲ୍‌ଏନ୍‌କୁ ତଦାରଖ କରିବାକୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଡିଆଇଇଟି)କୁ ଦାୟିତ୍ୱ ଦିଆଯାଇଛି।

ଏଫ୍‌ଏଲ୍‌ଏନ୍‌ର ମୂଳ ଉଦ୍ଦେଶ୍ୟ, ଲକ୍ଷ୍ୟକୁ ପ୍ରତ୍ୟେକ ସ୍ତରରେ ବୁଝିବା ଓ ଏହାକୁ ପ୍ରୟୋଗ କରି ସଫଳତା ପାଇବା ପାଇଁ ସମସ୍ତ ଅଧିକାରୀଙ୍କୁ ଶାସନ ସଚିବ ପରାମର୍ଶ ଦେଇଥିଲେ। ଜୁଲାଇରୁ ଡିସେମ୍ବର ମାସ ଓ ଡିସେମ୍ବରରୁ ଆଗାମୀ ଶିକ୍ଷାବର୍ଷ ଯାଏ ଦୁଇଟି ସ୍ତରରେ ଏଫ୍‌ଏଲ୍‌ଏନ୍‌କୁ କାର୍ଯ୍ୟାନ୍ୱିତ କରିବାକୁ ଆଲୋଚନା ହୋଇଛି। ବୈଠକରେ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ଏସସିଇଆରଟି ନିର୍ଦ୍ଦେଶକ ମନୋଜ କୁମାର ପାଢୀ, ମୋ ସ୍କୁଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ ଜେନାଙ୍କ ସହ ୟୁନିସେଫ୍‌, ସିଏସ୍‌ଏଫ୍‌, ଏଲ୍‌ଏଲ୍‌ଏଫ୍‌, ପିଏଫ୍‌ଇଏଲ୍‌ ଓ ଅକ୍ଷରା ଫାଉଣ୍ଡେସନର ଅନ୍ୟାନ୍ୟ ଅଧିକାରୀ ଏବଂ ଗଣଶିକ୍ଷା ବିଭାଗର ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଓସେପା ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026
Latest News

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.