Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁର୍ବତନ ସରପଞ୍ଚ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ରାମକୃଷ୍ଣ ମିଶ୍ର ଗିରଫ
ଆଜିର ଖବର

ପୁର୍ବତନ ସରପଞ୍ଚ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ରାମକୃଷ୍ଣ ମିଶ୍ର ଗିରଫ

July 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କେ ନୁଆ ଗାଁ ଥାନା ଅନ୍ତର୍ଗତ ଖମାରିଗାଁର ପୁର୍ବତନ ସରପଞ୍ଚ ତଥା ବରିଷ୍ଠ ସମାଜସେବୀ ଲଳିତ ମହାପାତ୍ର ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ରାମକୃଷ୍ଣ ମିଶ୍ରଙ୍କୁ ଗିରଫ କରାଯାଇଛି। ତାଙ୍କୁ ବ୍ରଜରାଜନଗର ରେଳ ଷ୍ଟେସନରୁ ପୋଲିସ ଗିରଫ କରିଛି। ଏହାପରେ ଅଭିଯୁକ୍ତ ରାମକୃଷ୍ଣଙ୍କୁ ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଇ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପୋଲିସ ପଠାଇଛି।

ପ୍ରକାଶ ଥାଉକି ରାଜନୈତିକ ବିବାଦକୁ ନେଇ ଗତ ଜୁନ ୨୦ ତାରିଖରେ ନିକଟସ୍ଥ ଶଙ୍କରାଖାଲି ଗ୍ରାମରେ ଲଳିତ ମହାପାତ୍ର ଓ ରାମକୃଷ୍ଣ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ଓ ମାଡଗୋଳ ହୋଇଥିଲା। କିନ୍ତୁ ଉପସ୍ଥିତ ଲୋକଙ୍କ ମଧ୍ୟସ୍ଥତାରେ ଗଣ୍ଡଗୋଳ ଶାନ୍ତ ହୋଇଥିଲା ଓ ଲଳିତ ନିଜ ବୁଲେଟ୍ ମୋଟରସାଇକେଲରେ ନିଜ ଘର ଖମାରିଗାଁକୁ ବାହାରି ଥିଲେ।

ତତକ୍ଷଣାତ୍ ରାମକୃଷ୍ଣ ନିଜ କାର୍ ଲଳିତଙ୍କ ପଛରେ ଯାଇଥିଲା ଏବଂ ଗାଁ ନିକଟ ହାଇସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ ମଝିରେ ଲଳିତଙ୍କ ବୁଲେଟ୍ କୁ ପଛପଟେ ଜୋରରେ ଧକ୍କା ଦେଇଥିଲା। ଯାହା ଫଳରେ ଲଳିତ ନିକଟରେ ଥିବା ଏକ ବଡ଼ ଗଛରେ ଧକ୍କା ହୋଇ ରାସ୍ତା କଡ଼ରେ ଛିଟିକି ପଡ଼ିଯାଇଥିଲେ।

ରାମକୃଷ୍ଣ ଲଳିତଙ୍କୁ ଗୁରୁତର ଅବସ୍ଥାରେ ଉଠାଇ ନିଜ କାର୍ ରେ ଡାକ୍ତରଖାନାକୁ ନେଇ ଥିଲେ। ଡାକ୍ତର ସେଠାରେ ଲଳିତଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଭଳି ପରିସ୍ଥିତିରେ ରାମକୃଷ୍ଣ ସେଠାରେ ମୃତ ଦେହ କୁ ଛାଡି ସିଧା ବ୍ରହ୍ମପୁର ଆସି ରେଳ ଷ୍ଟେସନ ରେ କାର୍ କୁ ରଖି ତୀର୍ଥ କରିବା ପାଇଁ ହରିଦ୍ଵାର ଚାଲିଯାଇଥିଲେ। ମୃତ ଲଳିତଙ୍କ ଭାଇ ରଜତ କୁମାର ମହାପାତ୍ରଙ୍କ ଏତଲା ଅନୁଯାୟୀ କେ ନୁଆ ଗାଁ ପୋଲିସ କେଶ୍ ନଂ ୨୩୧/୨୩ ପ୍ରକାରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇ ଗତ ଜୁନ ୨୬ ରେ ରାମକୃଷ୍ଣଙ୍କ କାର୍ କୁ ବ୍ରହ୍ମପୁର ରେଳଷ୍ଟେସନରୁ ଜବତ୍ କରିବା ପରେ ରାମକୃଷ୍ଣଙ୍କ ମୋବାଇଲ୍ ଫୋନ୍ କୁ ଟ୍ରାକିଂ କରିବା ପରେ ସେ ଉତ୍ତରାଖଣ୍ଡ ଥିବା ଜାଣିବାକୁ ପାଇଥିଲା।

ପରେ ପିଛା କରି ସେ ହରିଦ୍ଵାର ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟ୍ରେନରେ ଆସୁଥିବା ଜାଣି ତାଙ୍କୁ ବ୍ରଜରାଜନଗର ରେଳ ଷ୍ଟେସନରୁ ଉଠାଇ ଆଣି ପ୍ରଥମେ ସେଠିକାର ଅଦାଲତରେ ହାଜର କରାଇ ଦିଗପହଣ୍ଡି ଅଦାଲତରେ ହାଜର କରାଯାଇଥିଲା ଓ ଜେରା କରାଯିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।

ଏତଦବ୍ୟତୀତ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ବ୍ରହ୍ମପୁର ଏସ୍ ପି ଡ଼ଃ ସର୍ବଣା ବିବେକ ଏମ୍ ପ୍ରେସ୍ ବିବ୍ରୁତ୍ତିରେ ଜଣାଇଛନ୍ତି।

କେ ନୁଆ ଗାଁ ଥାନା ପୁର୍ବତନ ସରପଞ୍ଚ ହତ୍ୟାକାଣ୍ଡ ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Latest News

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.