Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚାରି ହଜାରରୁ ଉର୍ଦ୍ଧ୍ଵ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀ
ଆଜିର ଖବର

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚାରି ହଜାରରୁ ଉର୍ଦ୍ଧ୍ଵ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀ

July 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଐତିହାସିକ ନିଷ୍ପତ୍ତି ଅନୁଯାୟୀ ଓଡିଶା ମାଟିରୁ ଠିକା ନିଯୁକ୍ତି ଉଚ୍ଛେଦ ହେଲା ଏବଂ ୨୦୧୩ ଠିକା ନିଯୁକ୍ତି ନିୟମ ଅନୁଯାୟୀ ନିଯୁକ୍ତି ପାଇ ନିୟମିତ ହୋଇଥିବା ଠିକା କର୍ମଚାରୀଙ୍କୁ ୬ ଗୋଟି ନୋସନାଲ ଇନ୍କ୍ରିମେଣ୍ଟ (ମୂଳ ନିଯୁକ୍ତି ଠାରୁ) ଦିଆଗଲା। କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ ଯେ, ଓଡିଶା ସରକାରଙ୍କ ଆର୍ଥିକ ଅନାଟନ ସମୟରେ ୨୦୦୪ ରୁ ୨୦୧୩ ମଧ୍ୟରେ ଠିକା ଭିତ୍ତିରେ ଏବଂ ମାସିକ ସ୍ୱଳ୍ପ ପାରିଶ୍ରମିକ ପାଇ ସରକାରୀ ମାଧ୍ୟମିକ ଶିକ୍ଷାର ବ୍ୟବସ୍ଥାର ମେରୁଦଣ୍ଡ ସାଜିଥିବା ଠିକା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ୬ ଗୋଟି ନୋସନାଲ ଇନ୍କ୍ରିମେଣ୍ଟ (ମୂଳ ନିଯୁକ୍ତି ଠାରୁ) ଦିଆଗଲା ନାହିଁ ଯାହାକି ଏକ ଅଗଣତାନ୍ତ୍ରିକ ଓ ପାତର ଅନ୍ତରର ବିଷୟ ଅଟେ।

୨୦୦୪ ଠାରୁ ୨୦୧୩ ମସିହା ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଧିଷ୍ଟ ନିଯୁକ୍ତି ପ୍ରକ୍ରିୟା, ଅର୍ଥ ବିଭାଗର ଅନୁମୋଦନ ଏବଂ ଓ.ଆର.ଭି ନିୟମ ପାଳନ କରି ଏହି ଠିକା ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ନିଯୁକ୍ତି ପାଇଥିଲେ। ୬ ବର୍ଷ ନିରବିଛିନ୍ନ ଏବଂ ସନ୍ତୋଷଜନକ ଠିକା ଭିତ୍ତିରେ କାର୍ଯ୍ୟ କଲାପରେ ନିୟମିତ ହୋଇଥିଲେ। କିନ୍ତୁ ସରକାର ସେମାନଙ୍କୁ ଅତି ଚଞ୍ଚକତା କରି ୬ଟି ନୋସନାଲ ଇଂକ୍ରିମେଣ୍ଟ (ମୂଳ ନିଯୁକ୍ତି ଠାରୁ) ପ୍ରଦାନରୁ ବଞ୍ଚିତ କରିଛନ୍ତି। ଏହିଭଳି ଏକ ଅଗଣତାନ୍ତ୍ରିକ ନିୟମକୁ ବିରୋଧ କରି ଏବଂ ସେମାନଙ୍କର ନାର୍ଯ୍ୟ ଅଧିକାର ପାଇଁ ୩୦ ଜିଲ୍ଲାର ପ୍ରାୟ ଚାରି ହଜାରରୁ ଉର୍ଦ୍ଧ୍ଵ ବରିଷ୍ଠ ସରକାରୀ ମାଧ୍ୟମିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନ୍ୟବର ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ)ର ଦ୍ୱାରସ୍ଥ ହୋଇ କେସ ରୁଜୁ କରିଛନ୍ତି।

ଏକ ନିର୍ଦ୍ଧିଷ୍ଟ ସୂତ୍ରରୁ ଜଣାପଡିଛି ଯେ, ଠିକା ଉଚ୍ଛେଦ ନେଇ ନିକଟରେ SOP ବାହାରିଲା ପରେ ବିଭିନ୍ନ ଜିଲ୍ଲାରୁ ଧୀରେ ଧୀରେ କେସ ସଂଖ୍ୟା ବଢିବାରେ ଲାଗିଛି। ପ୍ରାୟ ସମସ୍ତ କେସର ଶୁଣାଣି ଜୁନ ୨୨ ତାରିଖରେ ଥିଲା। କିନ୍ତୁ ସରକାର କୌଣସି କାଉଣ୍ଟର ଆଫିଡେଟିଭ ନଦେବାରୁ ଏହି ସମସ୍ତ କେସର ଶୁଣାଣି ଆସନ୍ତା ଜୁଲାଇରେ ଶୁଣାଣି ହେବ ଓ ସରକାରଙ୍କୁ କୋର୍ଟ ତାଗିତ କରିଛନ୍ତି। ସେହି ଦିନ ହିଁ କାଉଣ୍ଟର ଆଫିଡେଟିଭ ଦାଖଲ କରାଯିବ, ନଚେତ ସେହିଦିନ କିଛି ଫଇସଲା ହେବ।

୨୦୦୪ ମସିହା ଠାରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଠିକା କର୍ମଚାରୀଙ୍କୁ ୬ଟି ନୋସନାଲ ଇଂକ୍ରିମେଣ୍ଟ (ମୂଳ ନିଯୁକ୍ତି ଠାରୁ) ପ୍ରଦାନ କରିବା, ବର୍ତ୍ତମାନ ସ୍ଥିତିରେ ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳ ଓଡିଶା ସରକାରଙ୍କ ପାଇଁ ଅତି ନଗଣ୍ୟ ଅଟେ। ତେଣୁ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବ ମହୋଦୟଙ୍କୁ ଅନୁରୋଧ, ଯଥାଶୀଘ୍ର ୨୦୧୩ ପୂର୍ବରୁ ନିଯୁକ୍ତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ମୂଳ ନିଯୁକ୍ତ ଠାରୁ ୬ଗୋଟି ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ କରନ୍ତୁ। ନଚେତ ଆଗାମୀ ଦିନରେ ପ୍ରାୟ ୧୪୦୦୦ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ଅଦାଲତର ଆଶ୍ରୟ ନେବେ ଏବଂ ଓଡିଶା ସରକାର ପୁନଶ୍ଚ ଏପରି ଆଇନ ଜାଲରେ ଛନ୍ଦି ହୋଇଯିବେ ଯେ ଶିକ୍ଷା ବିଭାଗ ଚାଲିବା କଷ୍ଟକର ହୋଇଯିବ ବୋଲି ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଙ୍ଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ, ମହାସଚିବ ବିଶ୍ବଜିତ ବିଶ୍ୱାଳ, ମିଡ଼ିଆ ସମ୍ପାଦକ ଚନ୍ଦ୍ରକାନ୍ତ ପଣ୍ଡା, କୋଷାଧକ୍ଷ ପଞ୍ଚାନନ ଜେନା ଏବଂ ଆବାହକ ନିରୋଦ ରଥ ଏକ ପ୍ରେସ ବିବୃତିରେ କହିଛନ୍ତି।

ଶିକ୍ଷକ/ଶିକ୍ଷୟିତ୍ରୀ ହାଇକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.