Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଳ ସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନ ରେ କଟକ ଜ଼ିଲ୍ଲା କଂଗ୍ରେସ ର ଅଭିନବ ବିକ୍ଷୋଭ
ଆଜିର ଖବର

ଜଳ ସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନ ରେ କଟକ ଜ଼ିଲ୍ଲା କଂଗ୍ରେସ ର ଅଭିନବ ବିକ୍ଷୋଭ

July 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ଜଳ ସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନରେ କଟକ ଜ଼ିଲ୍ଲା କଂଗ୍ରେସର ଅଭିନବ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଜ଼ିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କଟକ ଜ଼ିଲ୍ଲାର କିଛି ଚାଷୀ ଏବଂ ଅନ୍ୟାନ୍ୟ ବର୍ଗର ଲୋକ ପ୍ରାଚୀ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି କଟକ ସଦର ବ୍ଲକ ଅନ୍ତର୍ଗତ ଖଣ୍ଡେଇତା ପଞ୍ଚାୟତ ର କେନାଲ ବନ୍ଧ ରାସ୍ତା ଓ କେନାଲର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚରାଉଚରା କରିଥିଲେ।

ଏହି ରାସ୍ତା କାମ ପାଇଁ ଉକ୍ତ ଅଧିକାରୀ ଲାଞ୍ଚ ମାଗୁଥିବାର ଅଭିଯୋଗ ଆସିଥିଲା। ରାସ୍ତା କାମପାଇଁ ଯେତେ ଅନୁରୋଧ କଲେବି ସମ୍ପୃକ୍ତ ଅଧିକାରୀ ଶୁଣିଲେ ନାହିଁ। ବିନା ଲାଞ୍ଚରେ କାମ ହୋଇପାରିବ ନାହିଁ ବୋଲି ଜାଣିବା ପରେ ସ୍ଥାନୀୟ ଅଧିବାସୀ ହତାଶ ହୋଇପଡ଼ିଥିଲେ। ସେମାନେ ଏ ସଂକ୍ରାନ୍ତ ରେ କଟକ ଜ଼ିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ଅବଗତ କରାଇଲେ। ଆଜି ଶ୍ରୀ ଚୌଧୁରୀ ଏବଂ ଖଣ୍ଡେଇତା ପଂଚାୟତର ସ୍ଥାନୀୟ ବାସିନ୍ଦା ପ୍ରାଚୀ ଡିଭିଜନ ଯାଇ ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀଙ୍କୁ କିଛି ପରିବାପତ୍ର ପ୍ୟାଣ୍ଟ ସାର୍ଟ ଦେଇ ଏହି ରାସ୍ତା କରିଦେବାକୁ ଅନୁରୋଧ କରିଥିଲେ। ଯେହେତୁ ସେମାନେ ଚାଷୀ ଓ ଗରିବ ଶ୍ରେଣୀର ଲୋକ ସେଥିପାଇଁ ସେମାନେ ଟଙ୍କା ଲାଞ୍ଚ ଦେବାପାଇଁ ଅକ୍ଷମ ବୋଲି କହିଥିଲେ। ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀ ନିଜର ଭୁଲ ସ୍ୱୀକାର କରି ଏକ ସପ୍ତାହ ମଧ୍ୟରେ ରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶୃତି ଦେଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଟକ ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଚୌଧୁରୀ ନିଆରା ଢଙ୍ଗ ରେ ସବୁବେଳେ ଜନସାଧାରଣଙ୍କ ସମସ୍ୟାକୁ ନେଇ ପ୍ରତିବାଦ କରିଥାନ୍ତି। ଆଜି ମଧ୍ୟ ସେଠାରେ ଅନେକ ଯୁବ ଚାଷୀ ମୁହଁରେ ମାନସ ଚୌଧୁରୀ ଙ୍କ ମୁଖା ପିନ୍ଧି ଏବଂ ହାତରେ “ମୁଁ ମାନସ ଚୌଧୁରୀ “ଶୀର୍ଷକ ପ୍ଲାକାର୍ଡ ଧରି ଅଧିକାରୀଙ୍କ ନିକଟରେ ବିକ୍ଷୋଭ କରିଥିଲେ।  କାରଣ ସମ୍ପୃକ୍ତ ରାସ୍ତାକାମ ପାଇଁ ଅନୁରୋଧ କରିଥିବl ଚାଷୀମାନେ ଯେତେବେଳେ ତାଙ୍କର ଦାବିକୁ ମାନସ ଚୌଧୁରୀଙ୍କର ସମର୍ଥନ ଅଛି ବୋଲି କହିଥିଲେ, ସେତେବେଳେ ଅଫିସର ଜଣକ ଉକ୍ତ ଚାଷୀଙ୍କୁ ଅପମାନ ଦେବାସହ କହିଥିଲେ ଯେ “ସେ କିଏ ମୁଁ ଜାଣିନି ‘”।

ଅନ୍ୟ ଏକ ଘଟଣାରେ ଜଣେ ବିରୋଧୀ ଦଳର କର୍ପୋରେଟର କଟକ ମେୟର ଶ୍ରୀ ସୁବାଷ ସିଂ ଙ୍କ ନିକଟରେ ନିଜ ୱାର୍ଡ ର ଉର୍ନ୍ନତି ମୂଳକ କାଯ୍ୟର ଦାଵୀ କରିଥିଲେ ଏବଂ ଶ୍ରୀ ସିଂ ଏହାର ଉତ୍ତରରେ କହିଥିଲେ ଯେ ତାଙ୍କ ସରକାରୀ ଅଫିସର ବାଥରୁମ କବାଟ ଲଗାଇବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ। ଏହି ପ୍ରସଙ୍ଗ ରେ ଶ୍ରୀ ଚୌଧୁରୀ ଏକ କବାଟ ଏବଂ ଫିଟିଙ୍ଗ ବାବଦକୁ ୫୦୦ ଟଙ୍କା କଟକ ମୁନସିପାଲ କର୍ପୋରେସନ ରେ ପହଞ୍ଚି କମିଶନର ଙ୍କୁ ଦେବା ଘଟଣା ଚର୍ଚ୍ଚା ର ବିଷୟ ହୋଇଥିଲା।

ସେହିପରି ଶ୍ରୀ ଚୌଧୁରୀ ମଧ୍ୟ ଭୁବନେଶ୍ୱର ଜ଼ିଲ୍ଲା କଂଗ୍ରେସ ସଭାପତି ଥିବାବେଳେ ଇସ୍କନ ମନ୍ଦିର ପାଖ ରାଜପଥରେ ବନ୍ୟା ପରିସ୍ଥିତି ସୃଷ୍ଟିର ପ୍ରତିବାଦରେ ଆଠ ନମ୍ବର କଲ୍ୟାଣ ମଣ୍ଡପ ପାଖରେ ଥିବା ଜାତୀୟ ରାଜପଥ ମୁଖ୍ୟ କାର୍ଯ୍ୟାଳୟ ଭିତରେ ପାଣି ପମ୍ପ ଲଗାଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଦେଇଥିଲେ। ଉଦ୍ଧେଶ୍ୟ ଥିଲା ଇସ୍କନ ମନ୍ଦିର ପାଖ ରାଜପଥ ର ବନ୍ୟା ପରିସ୍ଥିତିକୁ ଏନ. ଏଚ. ଏ. ଆଇ କତୃପକ୍ଷ ହୃଦୟଙ୍ଗମ କରନ୍ତୁ।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜ଼, ମନୋଜ ରାଉତ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ରଂଜିତ ପାତ୍ର, ଅଜୟ ସାହୁ,ସଂକୁନା କାଁଅର ଓ ପ୍ରଭାତ ପ୍ରତାପ ସିଂ ଅଂଶ ଗ୍ରହଣ କରିଥିଲେ।

କଂଗ୍ରେସ କଟକ ଭୁବନେଶ୍ୱର ମାନସ ଚୌଧୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Latest News

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026

ରଙ୍କନାଥ ଦେବଙ୍କ ପୀଠରେ ହନୁମାନ ଚାଳିଶା ଯଜ୍ଞ: ମନ୍ଦିର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ଆଇନ ମନ୍ତ୍ରୀ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.