Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲିଟର ପିଛା ୧୫ ଟଙ୍କାରେ ମିଳିବ ପେଟ୍ରୋଲ!: ସୂତ୍ର କହିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ
ଆଜିର ଖବର

ଲିଟର ପିଛା ୧୫ ଟଙ୍କାରେ ମିଳିବ ପେଟ୍ରୋଲ!: ସୂତ୍ର କହିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

July 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରତାପଗଡ଼: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ବିବୃତ୍ତି ସହିତ ଅନେକ ସମୟରେ ହେଡଲାଇନରେ ରହିଥା’ନ୍ତି। ପେଟ୍ରୋଲ ଏବଂ ଡିଜେଲର ବଢୁଥିବା ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଗଡକରୀ ଏଭଳି ସୂତ୍ରକୁ କହିଛନ୍ତି, ଯାହା ଦ୍ଵାରା ଗୋଟିଏ ଲିଟର ପେଟ୍ରୋଲ ମାତ୍ର ୧୫ ଟଙ୍କାରେ ଉପଲବ୍ଧ ହୋଇପାରିବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, “ଯଦି ୬୦ ପ୍ରତିଶତ ଇଥାନଲ ଏବଂ ୪୦ ପ୍ରତିଶତ ବିଦ୍ୟୁତ ବ୍ୟବହାର କରାଯାଏ, ତେବେ ପେଟ୍ରୋଲ ଲିଟର ପିଛା ୧୫ ଟଙ୍କାରେ ଉପଲବ୍ଧ ହୋଇପାରିବ। ଏହା କେବଳ ପ୍ରଦୂଷଣକୁ ଦୂର କରିବାରେ ସହାୟକ ହେବ ନାହିଁ, ବରଂ ଇନ୍ଧନ ଆମଦାନୀକୁ ମଧ୍ୟ ହ୍ରାସ କରିବ।”

ରାଜସ୍ଥାନର ପ୍ରତାପଗଡରେ ୫୬୦୦ କୋଟି ଟଙ୍କାର ୧୧ ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବା ପରେ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଇନ୍ଧନ ଆମଦାନୀ ମୂଲ୍ୟ ୧୬ ଲକ୍ଷ କୋଟି ଟଙ୍କା। ଯଦି ଏହାକୁ ହ୍ରାସ କରାଯାଇପାରିବ, ତେବେ ଏହି ଟଙ୍କା ବାହାରକୁ ପଠାଇବା ପରିବର୍ତ୍ତେ ଏହା କୃଷକଙ୍କ ଘରକୁ ଯିବ। ଏଭଳି ପରିସ୍ଥିତିରେ କୃଷକମାନେ ଖାଦ୍ୟ ଯୋଗାଣକାରୀ ତଥା ଶକ୍ତି ଦାତା ହୋଇପାରିବେ। ପ୍ରକାଶ ଯେ, ଇଥାନଲ ଆଖୁରୁ ଉତ୍ପାଦିତ ହୁଏ ଏବଂ ଭାରତରେ ଲକ୍ଷ ଲକ୍ଷ ଆଖୁ ଚାଷୀ ଅଛନ୍ତି, ଯାହାର ଜୀବିକା ଉତ୍ସ ହେଉଛି ଆଖୁ।

କେନ୍ଦ୍ର ମନ୍ତ୍ରୀ ପ୍ରତାପଗଡରେ ୫୬୦୦ କୋଟି ଟଙ୍କା ମୂଲ୍ୟର ୧୧ ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଥିଲେ। ମୋଟ ୨୧୯ କିଲୋମିଟର ଏବଂ ୩୭୭୫ କୋଟି ଟଙ୍କା ମୂଲ୍ୟର ଚାରୋଟି ଜାତୀୟ ରାଜପଥ ପ୍ରକଳ୍ପ ମଧ୍ୟ ଉଦ୍ଘାଟନ କରାଯାଇଛି।

ଅଜମେର ଏବଂ ଭିଲୱାଡା ଜିଲ୍ଲା ସହିତ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ କିଶାନଗଡରୁ ଗୁଲାବପୁରା ପର୍ଯ୍ୟନ୍ତ ଜାତୀୟ ରାଜପଥ ୪୮ ରେ ଏକ ଛଅ ଲେନ୍ ବିଭାଗ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମରେ ୨୨୫୦ କୋଟି ଟଙ୍କା ବ୍ୟୟରେ ରାଜସ୍ଥାନର କେନ୍ଦ୍ରୀୟ ସଡକ ପାଣ୍ଠି ଅଧୀନରେ ଥିବା ୭୪ ଟି ପ୍ରକଳ୍ପର ଅନୁମୋଦନ ମଧ୍ୟ ଘୋଷଣା କରାଯାଇଛି।

ଇଥାନଲ ଡିଜେଲ ନୀତିନ ଗଡକରୀ ପେଟ୍ରୋଲ ବିଦ୍ୟୁତ
Share. Facebook Twitter LinkedIn Email WhatsApp Copy Link

Related Posts

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026

ଫିନ୍‌ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପେଟେରୀ ଓରପୋଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

February 19, 2026

ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜଙ୍କ ଭାରତ ଗସ୍ତ

February 19, 2026

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କ ସହ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

February 19, 2026
Latest News

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026

ଫିନ୍‌ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପେଟେରୀ ଓରପୋଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

February 19, 2026

ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜଙ୍କ ଭାରତ ଗସ୍ତ

February 19, 2026

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କ ସହ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

February 19, 2026

ଆଜିଠାରୁ ଦଶମ ବୋର୍ଡ ପରୀକ୍ଷା: ୫ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.